ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଙ୍କ ଜନ୍ମ ଜୟନ୍ତୀ ପାଳିତ

ନବରଙ୍ଗପୁର ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ କକ୍ଷ ଠାରେ ତା ୨୬.୦୪.୨୦୨୫ ରିଖ, ଶନିବାର ସକାଳ ଘ ୮.୩୦ ମି ସମୟରେ ଜିଲ୍ଲାସ୍ତରୀୟ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ସମାରୋହ ୨୦୨୫ ପାଳିତ ହୋଇଯାଇଛି। ଏହା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ, ନବରଙ୍ଗପୁର ସୌଜନ୍ୟତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ( ସାଧାରଣ) ତପନ କୁମାର ଖୁଣ୍ଟିଆ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ସହ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଖୁଣ୍ଟିଆ ତାଙ୍କ ସ°ମ୍ଭାଷଣରେ କହିଥିଲେ ଯେ ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଭୂମିକା, ସେ ସମୟରେ ଓଡ଼ିଶାର ଶିକ୍ଷା,ଭାଷା,ଶିଳ୍ପ,ଜଳ ସେଚନ,କୃଷି ପ୍ରତି ତାଙ୍କର ବିଶେଷ ଅବଦାନ, ସାହିତ୍ୟ ଓ ସଂସ୍କୃତି ପ୍ରତି ଅନୁରାଗ , ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ପ୍ରତି ଆଗ୍ରହକୁ ଅବତାରଣା କରିଥିଲେ।
ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ସାହିତ୍ୟିକ ବିଜୟ ଚୌଧୁରୀ, ଲେଖକ ନାରାୟଣ ପଣ୍ଡା , ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ ଏବଂ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ସମସ୍ତଙ୍କୁ ସ୍ବାଗତ କରି ସଭା ସଞ୍ଚାଳନ କରିଥିଲେ।
ସମ୍ମାନୀତ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ଉତ୍କଳ ସମ୍ମିଳନୀର ଗଠନ ଓ ମହାରାଜଙ୍କ ବଳିଷ୍ଠ ଯୋଗଦାନ, ବାଳିକା ଶିକ୍ଷା, ରାଜକୀୟ ବିଳାସ ବ୍ୟସନ ପରିତ୍ୟାଗ କରି ନିଜ ଅର୍ଥକୁ ଜାତି ସେବାରେ ଲଗାଇବା, ରାଜନୈତିକ ପୃଷ୍ଠଭୂମି, ଉତ୍କଳ ପ୍ରଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର, ସର୍ବୋପରି ଓଡ଼ିଆ ଭାଷା ସାହିତ୍ୟ ପ୍ରତି ତାଙ୍କର ଅବଦାନ ଓ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମୁଖ୍ୟ ବିନ୍ଧାଣୀ ରୂପେ କରିଥିବା ଯୋଗଦାନକୁ ସ୍ମୃତିଚାରଣ କରିଥିଲେ।
ଏହି ପବିତ୍ର ଦିବସ ପାଳନର ଶୁଭ ଅବସରରେ ସ୍ମୃତି ଚାରଣ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ମନୋରମା ମାଝୀ , ପ୍ରଭାସିନୀ ମହାନ୍ତି,ସ୍ଵର୍ଣ୍ଣଲତା ପଟ୍ଟନାୟକ,ଜଗଦୀଶ ଚନ୍ଦ୍ର ତ୍ରିପାଠୀ, ଯାହ୍ନ୍ନଭି ପଣ୍ଡା ଯୋଗ ଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଆଲୋଚନା ସଭାରେ ସହରର ବୁଦ୍ଧିଜୀବୀ, କବି ,ଲେଖକଙ୍କ ସହ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଅବନୀ ରଞ୍ଜନ ତ୍ରିପାଠୀ,ପି ରବିକାନ୍ତ ରଘୁରାମ,ରାମ ପ୍ରସାଦ ପାତ୍ର,ଦେବଦାସ ମହାକୁଡ,ଜଗନ୍ନାଥ ବେହେରା, ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।
ପରିଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ ଧନ୍ୟବାଦ୍ ଅର୍ପଣ କରିଥିଲେ। ସୁଚନା ଓ ଲୋକ ସମ୍ପର୍କ ବିଭାଗର କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ