October 23, 2025
Home » ନବରଙ୍ଗପୁର ଠାରେ ବରିଷ୍ଠ ନାଗରିକ ଦିବସ ପାଳିତ

ନବରଙ୍ଗପୁର ଠାରେ ବରିଷ୍ଠ ନାଗରିକ ଦିବସ ପାଳିତ

0
WhatsApp Image 2025-10-11 at 3.33.29 PM

 

ନବରଙ୍ଗପୁର ସାମାଜିକ ସୁରକ୍ଷା ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଦ୍ଵାରା ମହା ସମାରୋହ ରେ ବରିଷ୍ଠ ନାଗରିକ ଦିବସ ପାଳନ ହୋଇଯାଇଛି। ସକାଳ ୧୦.୦୦ ଘ ସମୟରେ ନବରଙ୍ଗପୁର ବ୍ଲକ ଠାରୁ ଏକ ଶୋଭାଯାତ୍ରା ରେ ଶତାଧିକ ବରିଷ୍ଠ ନାଗରିକ ସହିତ ବିଭିନ୍ନ ବିଭାଗୀୟ ଅଧିକାରୀ ସାମିଲ ହୋଇ ସହର ମଧ୍ୟ ଦେଇ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀଗୃହ ରେ ପହଞ୍ଚି ଥିଲେ। ଏହି ପଦଯାତ୍ରା କୁ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ୍ ବର୍ମନ୍ ଏବଂ ତପନ କୁମାର ଖୁଣ୍ଟିଆ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରାରେ ବରିଷ୍ଠ ନାଗରିକ ସଂଘର ସଭାପତି ,ସମ୍ପାଦକ, ସଭ୍ୟ ମାନଙ୍କ ସହ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର,ଜିଲ୍ଲା ସୁଚନା ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା ସାମିଲ ହୋଇ ମିଶନ ଶକ୍ତି ସମ୍ମିଳନୀ ଗୃହ ପର୍ଯ୍ୟନ୍ତ ଯାଇଥିଲେ। ବୈଠକ ଗୃହ ରେ ମାନ୍ୟବର ସାଂସଦ ରାଜ୍ୟସଭା ଶ୍ରୀଯୁକ୍ତ ମୂଜିବୁଳ୍ଳା ଖାଁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସହର ରେ ଥିବା ଦୁଇଟି ପଞ୍ଜୀକୃତ ବରିଷ୍ଠ ନାଗରିକ ସଂଘ ର ସଭାପତି ରାଧାନାଥ ବେହେରା ଏବଂ ମନୋରଞ୍ଜନ ସୁନାଧର ଙ୍କ ସହିତ ପ୍ରଦୀପ ପ୍ରଜ୍ବଳନ କରିଥିଲେ।

 

ବରିଷ୍ଠ ନାଗରିକ ସଂଘ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ।ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ। ସଭାର ଅଧ୍ୟକ୍ଷ ରୂପେ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ୍ ବର୍ମନ ଯୋଗ ଦାନ ପୂର୍ବକ ୬୦ ବର୍ଷ ଅତିକ୍ରାନ୍ତ ପରେ ବରିଷ୍ଠ ନାଗରିକ କେମିତି ନିଜର ଶାରୀରିକ ଓ ମାନସିକ ସ୍ଥାସ୍ଥ୍ୟକୁ ସୁରକ୍ଷା କରିବେ ଓ ସମାଜ କୁ ଦିଗଦର୍ଶନ ଦେବାକୁ ଅନୁରୋଧ କରି କହିଥିଲେ। ମୁଖ୍ୟ ଅତିଥି ସାଂସଦ ଶ୍ରୀ ମୂଜିବୁଲ୍ଲା ଖାଁ ଯୋଗ ଦେଇ ବରିଷ୍ଠ ନାଗରିକ ମାନେ ସମାଜ ପାଇଁ ଅମୂଲ୍ୟ ରତ୍ନ ବୋଲି ତାଙ୍କ ବକ୍ତବ୍ୟ ରେ ରଖିଥିଲେ ଏତଦ୍ ସହ ସମାଜ ରେ ଶାନ୍ତି ରଖିବା ରେ ବରିଷ୍ଠ ଙ୍କ ପ୍ରମୁଖ ଭୂମିକା ଅଛି ବୋଲି କହିଥିଲେ। ଏ ଡି ପି ଏଚ ଓ ଡ଼ା ମଳୟ ତ୍ରିପାଠୀ ବରିଷ୍ଠ ନାଗରିକ ସ୍ବାସ୍ଥ୍ୟ ର ଯତ୍ନ କିପରି ରଖିବେ ତା ଉପରେ କହିଥିଲେ। ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ଯୋଗ ଦେଇ ବରିଷ୍ଠ ନାଗରିକ ସୁରକ୍ଷା ପାଇଁ ପ୍ରଣୀତ ଆଇନ ଉପରେ ଆଲୋଚନା କରିଥିଲେ।

 

ବ୍ରହ୍ମକୁମାରି ନମିତା ଭଉଣୀ ଜୀବନରେ ଆଧ୍ୟାତ୍ମିକତା ଓ ତଦ୍ୱାରା ଜୀବନର ଶ୍ରେଷ୍ଠତା ସକାଶେ ନିଜକୁ ସମର୍ପଣ କରିବାକୁ କହିଥିଲେ। ବରିଷ୍ଠ ନାଗରିକ ନଗେନ୍ଦ୍ର ପଟ୍ଟନାୟକ ବରିଷ୍ଠ ମାନଙ୍କ ସମସ୍ୟା ଏବଂ ତାହାର ତୁରନ୍ତ ସମାଧାନ ନିମନ୍ତେ ଅଗ୍ରାଧିକାର ଦେବା ନିମନ୍ତେ ଗୁରୁତ୍ଵ ଆରୋପ କରିଥିଲେ ।ବରିଷ୍ଠ ନାଗରିକମାନେ ନିଜ ରଚିତ ଓ ଅନ୍ୟାନ୍ୟ ସଂଗୀତ ଗାଇବା ସଙ୍ଗେ ସଙ୍ଗେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ସମସ୍ତ ବରିଷ୍ଠ ନାଗରିକଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ସମ୍ମିଳନୀଗୃହ ବାହାରେ ସ୍ବାସ୍ଥ୍ୟ ମେଳା କରାଯାଇ ବରିଷ୍ଠ ନାଗରିକଙ୍କୁ ବିଭିନ୍ନ ଔଷଧ ପ୍ରଦାନ କରାଯାଇଥିଲ। ବିଶିଷ୍ଟ ବରିଷ୍ଠ ନାଗରିକ ଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଗଲା । ବରିଷ୍ଠ ନାଗରିକ ଶୋଭାଯାତ୍ରାରେ ଚିତ୍ତରଞ୍ଜନ ପାତ୍ର, ଧନଞ୍ଜୟ ରାଓ, ମିଥୁନତ୍ରିପାଠୀ,ବୃନ୍ଦାବନ , ପୀତବା ସ ,ବିଶ୍ୱଜିତ୍ ମହାନ୍ତି,ନବୀନ, ସୁକୁନ୍ତଳା ଭତ୍ରା , ଅମ୍ରିତା ଭୂଷଣ, ବିଭୁଦତ ସେଠି, ନବଘନ ସେଠି , ଘନଶ୍ୟାମ ବେହେରା, ଶିବ ପ୍ରସାଦ ସାହୁ , ତପନ ବେହେରା, ଜିଲ୍ଲା ଭିନ୍ନକ୍ଷମ ସଂଘ ସଂପାଦକ ସୁଜିତ୍ ରଥ ସହିତ ଅନେକ ବୁଦ୍ଧିଜୀବି ଯୋଗ ଦେଇଥିଲେ।ଶେଷରେ ଆଶା କିରଣ ଅଧକ୍ଷ ଜଗନ୍ନାଥ ବେହେରା ଧନ୍ୟବାଦ୍ ପ୍ରଦାନ କରିଥିଲେ ।

ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *