ନବରଙ୍ଗପୁର ଠାରେ ବିଶ୍ବ ଅଣ୍ଡା ଦିବସ ପାଳିତ

ନବରଙ୍ଗପୁର ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ବିଶ୍ବ ଅଣ୍ଡା ଦିବସ ୨୦୨୫ ପାଳିତ ହୋଇଯାଇଛି।ଏହି ଅବସରରେ ଏହି ବର୍ଷର ବିଷୟ ବସ୍ତୁ” ଶକ୍ତିଶାଳୀ ଅଣ୍ଡା ପ୍ରାକୃତିକ ପୋଷଣରେ ଭରପୁର “ଏକ ଜିଲ୍ଲା ସ୍ତରୀୟ ଉତ୍ସବକୁ ନେଇ ଆୟୋଜିତ ହୋଇଥୁଲା । ଏହି କାର୍ଯ୍ୟାକ୍ରମରେ ମୋଟ ୫୦ରୁ ଉର୍ଷ ଅଂଶଗ୍ରାହୀ ଯୋଗ ଦେଇଥିଲେ ଯଥା ଅଙ୍ଗନବାଡିକର୍ମୀ, ଅଗ୍ରଣୀ କୁକୁଡା ଚାଷୀ, କୁକୁଡା ଚାଷ ଉଦ୍ୟୋଗୀ, ସମସ୍ତ ପ୍ରାଣୀ ଚିକିତ୍ସକ, ପ୍ରାଣୀ ଧନ ନିରିକ୍ଷକ ଏବଂ ଅନ୍ୟନ୍ୟ ବିଭାଗୀୟ କର୍ମଚାରୀ ଯୋଗ ଦେଇଥିଲେ ।
ଏଥିରେ ମୁଖ୍ୟ ଅତିଥ୍ୟ ଭାବେ ନବରଙ୍ଗପୁର ର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ତପନ କୁମାର ଖୁଣ୍ଟିଆ ଯୋଗ ଦେଇ ଶିବିରକୁ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥୁ ରୂପେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଦ୍ରୌପଦୀ କହ୍ନର, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସ। ଅଧିକାରୀ ଡା. ରାଧେଶ୍ୟାମ ଲାଏକ,ନବରଙ୍ଗପୁର, ପ୍ରମୁଖ ଯୋଗ ଦେଇଥିଲେ । ଅଣ୍ଡାର ସୁଲଭତା, ଉପାଦେୟତା ଓ ମଣିଷ ସ୍ବାସ୍ଥ୍ୟରେ ତାର ପ୍ରମୁଖ ଅବଦାନ ବିଷୟରେ ଅବଗତ କରାଯାଇଥିଲା । କାର୍ଯ୍ୟକ୍ରମ ଆରମ୍ଭ ସକାଳ ସମୟ ରେ ସାମାଜିକ ସେବା କାର୍ଯ୍ୟକ୍ରମ ଭାବେ ଅଣ୍ଡାବିତରଣ ନବରଙ୍ଗପୁର ବ୍ଲକର ଉତ୍କଳ ବାଳିକା ଆଶ୍ରମ ଓ ନନ୍ଦହାଣ୍ଡି ବ୍ଲକର ଉତ୍କଳ ବାଳାଶ୍ରମରେ ଅନାଥ ଶିଶୁମାନଙ୍କୁ ସିଝା ଅଣ୍ଡା ବିତରଣ କରାଯାଇଥିଲା ।
ପରବର୍ତୀ ପର୍ଯ୍ୟାୟରେ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରରେ ସଭା କାର୍ଯ୍ୟାକ୍ରମ ଆୟୋଜିତ ହେଇଥୁଲା, ଯେଉଁ ଠାରେ ଡା. ପ୍ରଜ୍ଞା ପରିମିତା ପଣ୍ଡା “ଅଣ୍ଡାର ପୋଶଣ ମୂଲ୍ୟ ବିଷୟରେ ଓ ଡା. ସ୍ମିତାଶ୍ରୀ ପଟ୍ଟନାୟକ “ଅଣ୍ଡାର ଉତ୍ପାଦନ ବୃଦ୍ଧି ପାଇଁ ଯୋଜନାମୂଳକ ପଦକ୍ଷେପ ବିଷୟରେ ଉପସ୍ଥାପନା କରିଥିଲେ । ଏହିକାର୍ଯ୍ୟକ୍ରମରେ ଅଣ୍ଡାଦିଆ କୁକୁଡା ପାଳନ ଉଦ୍ୟୋଗୀ ସୁବଳ ଅଧିକାରୀ, ଝରିଗାଁ ବ୍ଲକ, ଶ୍ରୀମତୀ ସ୍ବାତି, ପି, ତେନ୍ତୁଳିଖୁଣ୍ଟି ବ୍ଲକ ଏବଂ ଦିଲୀପ ମନହିରା, ଚନ୍ଦ।ହାଣ୍ଡି ବ୍ଲକଙ୍କୁ ଉପଢୌକନର ଦେଇ ସମ୍ମାନିତ କରାଯାଇଥିଲା ।
ରିପୋର୍ଟ:ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ