ନବରଙ୍ଗପୁର ଠାରେ ୧୨୯ ତମ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ଜୟନ୍ତୀ ପାଳନ
ନବରଙ୍ଗପୁର ସ୍ଥାନୀୟ ଏକ୍ସିସ ବ୍ୟାଙ୍କ ନିକଟସ୍ଥ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପୂଜ୍ୟପୂଜା ପୂର୍ବକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଏବଂ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବିଶ୍ଵଜିତ ବର୍ମନ ଯୋଗ ଦେଇ ନେତାଜୀ ସୁଭାଷ ବୋଷଙ୍କୁ ଭାରତ ବର୍ଷ ର ଅମର ସନ୍ତାନ,ମହାନ ସ୍ବାଧୀନତା ସଂଗ୍ରାମୀ, ଜନନାୟକ,ଅଦ୍ୟମ ସାହସୀ, ଦେଶଭକ୍ତିର ପ୍ରତୀକ ରୂପେ ବର୍ଣ୍ଣନା କରି ଆଜି ବି ଯୁବ ପିଢ଼ି ରେ ଉନ୍ମାଦନା ସୃଷ୍ଟି କରି ଦେଶ ମାତୃକାର ସେବା ପାଇଁ ପ୍ରେରିତ କରନ୍ତି ବୋଲି କହିଥିଲେ। ଏକ୍ସ୍ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ସରସ୍ୱତୀ ଜ୍ଞାନ ମନ୍ଦିର ର ଛାତ୍ର ଛାତ୍ରୀ,ଶିକ୍ଷକ ଶିକ୍ଷୟତ୍ରୀ ସମବେତ ହୋଇ ନେତାଜୀଙ୍କ ଜୟ ଧ୍ଵନି ଦେଇଥିଲେ ଏବଂ ତାଙ୍କର ଜୀବନୀ,ସ୍ଲୋଗାନ ଓ ସଶସ୍ତ୍ର ସ୍ଵାଧୀନତା ସଂଗ୍ରାମରେ ତାଙ୍କର ବଳିଷ୍ଠ ଭୂମିକା ଉପରେ ଆଲୋଚନା କରିଥିଲେ।ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା ଙ୍କ ପରିଚାଳନାରେ ଡି ଡବ୍ଲୁ ଓ ରବୀନ୍ଦ୍ର ପାଳକା, ଡି ପି ଇ ଓ ପ୍ରଭାତ ପଟ୍ଟନାୟକ ଓ ଅନ୍ୟ ସରକାରୀ କର୍ମଚାରୀ,ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।
ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
