February 3, 2026
Home » ନବରଙ୍ଗପୁର ଠାରେ ୧୬ତମ ଜାତୀୟ ମତଦାତା ଦିବସ ପାଳିତ

ନବରଙ୍ଗପୁର ଠାରେ ୧୬ତମ ଜାତୀୟ ମତଦାତା ଦିବସ ପାଳିତ

0
WhatsApp Image 2026-01-26 at 4.07.50 PM

 

ନବରଙ୍ଗପୁର ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ ୧୬ ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଅଛି।ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପଦ,ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆ,ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଶ୍ୱଜିତ୍ ଚନ୍ଦ୍ର ବର୍ମନ୍ ,ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ସକାଳ ୯.୦୦ ଘ ସମୟରେ ସ୍ଥାନୀୟ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ମିଶନ ଶକ୍ତି ସମ୍ମିଳନୀ ଗୃହ ପର୍ଯ୍ୟନ୍ତ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ,ଜିଲ୍ଲା ସ୍ତରୀୟ ଅଧିକାରୀ,ବି ଏଲ୍ ଓ,ନିର୍ବାଚନ କାର୍ଯ୍ୟଳୟ ର କର୍ମଚାରୀ ସାମିଲ ହୋଇଥିଲେ।ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଏହି ଶୋଭାଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଜାତୀୟ ମତଦାତା ଦିବସ ଉପଲକ୍ଷେ “ମୋ ଭାରତ ମୋ ଭୋଟ” ବିଷୟ ଉପରେ ପ୍ରବନ୍ଧ, ବିତର୍କ, କୁଇଜ୍ ଭଳି ବିଭିନ୍ନ ବର୍ଗର ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଗଲା। ଏହା ବ୍ୟତୀତ ୪ ଟି ନିର୍ବାଚନମଣ୍ଡଳୀର ଭଲ ପ୍ରଦର୍ଶନ କରିଥିବା ବି ଏଲ ଓ ଏବଂ ବି ଏଲ ଓ ପର୍ଯ୍ୟବେକ୍ଷକମାନଙ୍କୁ ଏବଂ ସମସ୍ତ ଇ ଆର ଓଏବଂ ଏ ଇ ଆର୍ ଓ ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଗଲା। କାର୍ଯ୍ୟକ୍ରମ ଶେଷରେ ଡେପୁଟି କଲେକ୍ଟର (ନିର୍ବାଚନ) ଚିନ୍ମୟ ସାହୁ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *