October 23, 2025
Home » ନବରାତ୍ରୀର ତୃତୀୟ ଦିନ ରେ ମା’ ସୁରେଶ୍ୱରୀ ଙ୍କ ଚନ୍ଦ୍ରଘଣ୍ଟା ବେଶ l

ନବରାତ୍ରୀର ତୃତୀୟ ଦିନ ରେ ମା’ ସୁରେଶ୍ୱରୀ ଙ୍କ ଚନ୍ଦ୍ରଘଣ୍ଟା ବେଶ l

0
WhatsApp Image 2025-09-24 at 4.19.20 PM

ସୁବର୍ଣ୍ଣପୁର — ଆଜି ନବରାତ୍ରୀ ଅବସରରେ ସୁବର୍ଣ୍ଣପୁର ଗଡଜାତ ର ଇଷ୍ଦଦେବୀ ମାଁ ସୁରେଶ୍ୱରୀ, ମା’ଭଗବତୀ ଓ ମା’ଦୁର୍ଗାଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ ଦେଖି ଭକ୍ତ ଓ ଶ୍ରଦ୍ଧାଳୁ ବିଭୋର ହେlଇଛନ୍ତିl ଶାରଦୀୟ ନବରାତ୍ରୀର ତୃତୀୟ ପ୍ରଭାତରେ ସୁବର୍ଣ୍ଣପୁରର ଭକ୍ତଜନ ମା’ ସୁରେଶ୍ୱରୀଙ୍କ ଚନ୍ଦ୍ରଘଣ୍ଟା ବେଶ ଦର୍ଶନ କରି ଆନନ୍ଦିତ ହେଲେ। ମନ୍ଦିର ପରିସରରେ ଶଙ୍ଖ, ଘଣ୍ଟା ଓ ଜୟଧ୍ୱନିରେ ମା’ଙ୍କ ପୂଜା-ଅର୍ଚ୍ଚନା କରାଗଲା।ପୌରାଣିକ ପ୍ରସଙ୍ଗ କ୍ରମରେ ମା’ ପାର୍ବତୀଙ୍କ ବିବାହ ସମୟରେ ତାଙ୍କ ମଥାରେ ଅର୍ଧଚନ୍ଦ୍ର ସହିତ ଘଣ୍ଟା ଦେବାଲୋକରେ ପ୍ରତିଷ୍ଠିତ ହୋଇଥିଲା। ସେହି କାରଣରୁ ତାଙ୍କୁ ଚନ୍ଦ୍ରଘଣ୍ଟା ନାମରେ ପରିଚିତ କରାଯାଏ। ଏହି ବେଶ ଶାନ୍ତି, ସାହସ ଓ ଶକ୍ତିର ପ୍ରତୀକ।
ବିଶିଷ୍ଟ ରୂପଚନ୍ଦ୍ରଘଣ୍ଟା ବେଶରେ ମା’ଙ୍କ ମଥାରେ ଅର୍ଧଚନ୍ଦ୍ର, କରଗଣେଶୁ ତ୍ରିଶୂଳ, ଖଡ଼ଗ, କମଳ, ଗଦା, ଧନୁଷ, କମଣ୍ଡଳୁ ଓ ଜପମାଳା ସହିତ ଦଶଭୁଜାରେ ଦେବୀଙ୍କୁ ସିଂହବାହିନୀ ଭାବେ ବର୍ଣ୍ଣିତ କରାଯାଏ। ଘଣ୍ଟାର ନାଦ ଦୁଷ୍ଟଶକ୍ତିଙ୍କୁ ନାଶ କରିଥାଏ। ଆସ୍ଥା ଓ ଆନନ୍ଦ  ତୃତୀୟ ଦିନରେ ଚନ୍ଦ୍ରଘଣ୍ଟା ବେଶ ଦର୍ଶନ କରି ଭକ୍ତମାନେ ସାହସ, ସମୃଦ୍ଧି ଓ ଶାନ୍ତିର ଆଶୀର୍ବାଦ ପ୍ରାର୍ଥନା କଲେ। ସୁବର୍ଣ୍ଣପୁରର ପ୍ରାଚୀନ ଗଳିଗୁଡ଼ିକ ଆଜି ଦୀପ, ଘଣ୍ଟା ଓ ଧୂପ,ଦହି, ଦହନାର ସୁଗନ୍ଧରେ ଦିବ୍ୟ ମହକରେ ପରିଣତ ହୋଇଯାଇଛି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *