ନବୋଦୟ ପ୍ରବେଶିକା ପରୀକ୍ଷାରେ ବିରାମଚନ୍ଦ୍ରପୁରର ସଫଳତା
ସୁବର୍ଣ୍ଣପୁର : ଶିକ୍ଷାବର୍ଷ 2026 ଷଷ୍ଠ ଶ୍ରେଣୀ ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂହପୁର ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିରାମଚନ୍ଦ୍ରପୁରର ଛାତ୍ରୀ ସିମରନ ବେହେରା ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି I ଏହି ସଫଳତା ପାଇଁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ I ବିଦ୍ୟାଳୟର ପରିଚାଳନା କମିଟି, ଗ୍ରାମବାସୀ ଏଥିରେ ଖୁସି ବ୍ୟକ୍ତ କରିଛନ୍ତି I ସିମରନ ବେହେରା ଶ୍ରୀମତୀ ଜନକାନ୍ତି ବେହେରା ଓ ଶ୍ରୀ ତନଜନ ବେହେରାଙ୍କ ସୁକନ୍ୟା ଅଟନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ —
