April 10, 2026
Home » ନବ ନିଯୁକ୍ତ ଯୋଜନା କମିଟିର ଅଧ୍ୟକ୍ଷଙ୍କୁ ନାଗରିକ ସମ୍ବର୍ଦ୍ଧନା

ନବ ନିଯୁକ୍ତ ଯୋଜନା କମିଟିର ଅଧ୍ୟକ୍ଷଙ୍କୁ ନାଗରିକ ସମ୍ବର୍ଦ୍ଧନା

0
WhatsApp Image 2026-04-07 at 12.22.39 PM

 

ଯୋଜନା ଗୁଡିକର ସଫଳ ରୂପାୟନ ଓ ଗତିଶୀଳ କରିବା ପାଇଁ ପ୍ରୟାସ କରାଯିବ।

ରାଜ୍ୟ ସରକାରଙ୍କ ଯୋଜନା ଗୁଡିକର ସଫଳ ରୂପାୟନ ଓ ଗ୍ରାମାଞ୍ଚଳ ପର୍ୟ୍ୟନ୍ତ ଏହାର ଜନ ସାଧାରଣ ସୁଫଳ ଯେପରି ଜନସାଧାରଣ ପାଇବେ ଏହା ମୋର ପ୍ରାଥମିକତା ହେବ ବୋଲି କଳାହାଣ୍ଡି ଜିଲ୍ଲା ଯୋଜନା କମିଟିର ନବ ନିଯୁକ୍ତ ଅଧ୍ୟକ୍ଷ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ପ୍ରକାଶ କରିଛନ୍ତି।ଧର୍ମଗଡ଼ ଠାରେ ମାନ୍ୟବର ବିଧାୟକ ଙ୍କୁ ନାଗରୀକ ସମ୍ବର୍ଦ୍ଧନା ପାଇଁ ଆୟୋଜିତ ସଭାରେ ଶ୍ରୀ ପଟ୍ଟଯୋଶୀ ସାମୁହିକ ସହଯୋଗ ରେ ଜିଲ୍ଲା ର ବିକାଶ ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ। ଆଜି ବି କଳାହାଣ୍ଡି ଜିଲ୍ଲା ଭାରତ ସରକାର ଙ୍କ ନୀତି ଆୟୋଗର ଆକାଂକ୍ଷୀ ଜିଲ୍ଲା ତାଲିକାରେ ରହିଛି।

ଆମ ଜିଲ୍ଲା କୌଣସି ନା କୌଣସି କ୍ଷେତ୍ର ରେ ପଛୁଆ ରହିଛି ବୋଲି ଏହା ସୂଚିତ କରୁଛି। ଶାସନ ବ୍ୟବସ୍ଥାରେ ଲମ୍ବା ସମୟ ଧରି ରହିଥିବା ରାଜନୈତିକ ଦଳ ଗୁଡିକ ଜିଲ୍ଲା କୁ ଅଣଦେଖା କରିଥିବା ଯୋଗୁଁ ବିକାଶ ପକ୍ରିୟା ସଠିକ୍ ମାର୍ଗରେ ଯାଇନାହିଁ। ନାଗରିକ ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ଥିବା ଶିକ୍ଷାବିତ, ବୁଦ୍ଧିଜୀବୀ, ଅଧିବକ୍ତା, ଵ୍ୟଵସାୟୀ, ଶ୍ରମିକ, ଶିକ୍ଷକ ଓ ସାମାଜିକ ସଂଗଠନ ର ସଦସ୍ୟ ମାନଙ୍କୁ ବିକାଶ ସମ୍ପର୍କିତ ପରାମର୍ଶ ଦେବା ପାଈଁ ସେ ଅନୁରୋଧ କରିଥିଲେ।ଧର୍ମଗଡ଼ ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା ସଭାରେ ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ସତ୍ୟ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, ବରିଷ୍ଠ ନାଗରିକ ସଂଘର ସଭାପତି ହିମାଂଶୁ ଶେଖର ମୁଣ୍ଡ ଅତିଥି ଭାବେ ଯୋଗଦେଇଥିବା ବେଳେ ବରିଷ୍ଠ ସମାଜସେବୀ ଆଚାର୍ଯ୍ଯ ହୃଷିକେଶ ମିଶ୍ର ସ୍ୱାଗତ ଭାଷଣ ଓ କାର୍ଯ୍ଯକ୍ରମ ପରିଚାଳନା କରିଥିଲେ।ନିରଞ୍ଜନ ମୁଦୁଲୀ ଧନ୍ୟବାଦ୍ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଓକିଲ ସଂଘ, ଚେମ୍ବର ଅଫ କମର୍ସ, ବ୍ରଜମୋହନ ମନ୍ଦିର ଟ୍ରଷ୍ଟ,ସାମ୍ୱାଦିକ ସଂଘ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ, ମାରୱାଡି ଯୁବା ମଞ୍ଚ,ପ୍ରାଥମିକ ଶିକ୍ଷକ ସଂଘ, ଡ୍ରାଇଭର ସଂଘ, ମାରୱାଡି ସମାଜ, ବରିଷ୍ଠ ନାଗରିକ ସଂଘ, ଟେଣ୍ଟ ମାଲିକ ସଂଘ, ମାଧ୍ୟମିକ ଶିକ୍ଷକ ସଂଘ,ଜଗନ୍ନାଥ ସେବା ସମିତି, ଯାଦବ ମହାସଂଘ, କେମିଷ୍ଟ୍ରୀ ଓ ଡ଼ଗିଷ୍ଟ୍ରୀ ସଂଘ, ମୁସଲିମ ଜମାତ ସଂଘ,ବସ୍ତିପଡା ସାଂସ୍କୃତିକ ଅନୁଷ୍ଠାନ ସମେତ ସହରର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ନବ ନିର୍ବାଚିତ ଯୋଜନା କମିଟିର ଅଧ୍ୟକ୍ଷ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଙ୍କୁ ସମ୍ବର୍ଦ୍ଧିତ କରିଥଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Leave a Reply

Your email address will not be published. Required fields are marked *