April 2, 2026
Home » ନରସିଂହପୁର ଏବେ ପାଲଟିଛି ହାତୀ ମୃତ୍ୟୁର ହବ ପୁଣି ଏକ ଛୁଆ ଦନ୍ତା ହାତୀ ମୃତ୍ୟୁ

ନରସିଂହପୁର ଏବେ ପାଲଟିଛି ହାତୀ ମୃତ୍ୟୁର ହବ ପୁଣି ଏକ ଛୁଆ ଦନ୍ତା ହାତୀ ମୃତ୍ୟୁ

0
WhatsApp Image 2026-04-01 at 4.41.52 PM

 

ଆଠଗଡ଼: ନରସିଂହପୁର ବନ ବିଭାଗ ଅଧୀନରେ ରହୁଥିବା ହାତୀ ବଂଶ ପ୍ରତି ବିପଦ ଘନଉଛି।ନରସିଂହପୁର ପୂର୍ବ ବନବିଭାଗ ସେରମୁଣ୍ଡା ଖାରୁଆଣି ବିଟ୍ ନିକଟରେ ଗୋଟିଏ ୨ମାସର ଛୁଆ ଦନ୍ତା ହାତୀର ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ଏବଂ ସଂକ୍ରମଣରେ ମୃତ୍ୟୁ ହୋଇଥିବା ବନବିଭାଗ ଅଧିକାରୀ ସୂଚନା ଦେଇଛନ୍ତି।ମିଳିଥିବା ସୂଚନାରୁ ପ୍ରକାଶ ଖାରୁଆଣି ନିକଟରେ ଗୋଟିଏ ଛୁଆ ହାତୀ ମରି ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ।ଖବର ପାଇ ନରସିଂହପୁର ପୂର୍ବ ବନବିଭାଗ ରେଞ୍ଜର କୁଲେସ ସାହୁ,ଆଠଗଡ଼ ଭାରପ୍ରାପ୍ତ ଡିଏଫଓ ବିଶ୍ୱାଳ ଡକ୍ଟର ଚିଚିଲିଚି,ନରସିଂହପୁର ଏସିଏଫ ମନୋଜ କୁମାର ପାତ୍ରଙ୍କ ସହିତ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସୌରଭ ଦାଶ,ଶୁଭଶ୍ରୀ ଦାଶ ଓ ବନବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଛୁଆ ହାତୀ ଶବକୁ ଜବତ୍ କରିବା ସହ ବ୍ୟବଚ୍ଛେଦ କରିଛନ୍ତି।ସଂକ୍ରମଣ କାରଣରୁ ହାତୀର ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡ଼ିବ ବୋଲି ରେଞ୍ଜର ଶ୍ରୀ ସାହୁ କହିଛନ୍ତି।ଗତ ୧୫ ଦିନ ଭିତରେଏହି ବନ ବିଭାଗ ଅଧୀନରେ ୩ଟି ଦନ୍ତା ହାତୀ ମୃତ୍ୟୁ ଘଟିଥିବା ବେଳେ ଅଢ଼େଇ ମାସରେ ୫ଟି ହାତୀ ମୃତ୍ୟୁ ଘଟିଛି।

Leave a Reply

Your email address will not be published. Required fields are marked *