July 26, 2025
Home » ନରସିଂହପୁର ଓ ଚମାଖଣ୍ଡୀ କୁ ଜାତୀୟ ସମ୍ମାନ

ନରସିଂହପୁର ଓ ଚମାଖଣ୍ଡୀ କୁ ଜାତୀୟ ସମ୍ମାନ

0
WhatsApp Image 2025-07-24 at 5.14.28 PM

ରାଷ୍ଟ୍ରୀୟ ଗୁଣବତ୍ତା ଓ ଆଶ୍ୱାସନ୍ ମାନକ କ୍ଷେତ୍ର ରେ ଜାତୀୟ ସ୍ତର ରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ନରସିଂହପୁର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରଥମ ଓ ଚମଖଣ୍ଡୀ ତୃତୀୟ ସ୍ଥାନ ଅଧିକାର କରିଛି। ନରସିଂହପୁର ଗୋଷ୍ଟୀ ସ୍ଵାସ୍ଥ୍ୟ ଅଧିକାରୀ କୁମାରୀ କୋମଳ ପଣ୍ଡା ଓ ଚମଖଣ୍ଡୀ ଗୋଷ୍ଟୀ ସ୍ଵାସ୍ଥ୍ୟ ଅଧିକାରୀ ଶ୍ରୀ କିରଣ କୁମାର ପଣ୍ଡା ଉକ୍ତ ସମ୍ମାନ ପତ୍ର କୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ର ଅଧ୍ୟାପକ ସଭାଗୃହ ରେ ଗ୍ରହଣ କରିଥିଲେ।

ଉକ୍ତ ଭବ୍ୟ ସମାରୋହ ରେ ଉପସ୍ତିତ ଥିଲେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା ସୁଶାନ୍ତ କୁମାର ନାୟକ,ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା .ବାକୁଙ୍କେଶ୍ୱର୍ ଷଡ଼ଙ୍ଗୀ, ଜିଲ୍ଲା ସ୍ବାସ୍ଥ୍ୟ ପରିଚାଳକ ଶ୍ରୀ ବୁଲୁନାଥ ସାହୁ, ମୁନିଶିପେଣ୍ଟ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକ୍ଷକ ଡ଼ା ସ୍ଵାଧୀନ ରଥ, ବି.ପି.ଏମ୍ ସିମାଞ୍ଚଲ ପ୍ରଧାନ, ଦେବାଶିଷ ପାତ୍ର, ସହ ସମସ୍ତ ଛତ୍ରପୁର ଅଧିନସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଓ ଜିଲ୍ଲା ପରିଚାଳକ ବୃନ୍ଦ। ଡ଼ା ରଥ ଙ୍କ ନିରନ୍ତର ପ୍ରୟାସ ଓ କ୍ରମେ ଉକ୍ତ ସମ୍ମାନ ପ୍ରାପ୍ତ ହେବା ସ୍ଵତ୍ୟେ ସେ କହିଛନ୍ତି ଯେ ଏହି ପୁରସ୍କାର ପ୍ରକୃତ ଅଧିକାରୀ ହେଉଛନ୍ତି ସମସ୍ତ ଡ଼ାକ୍ତର, ସ୍ବାସ୍ଥ୍ୟ ଅଧିକାରୀ, ସ୍ଵାସ୍ଥ୍ୟ ପରିଚାଳକ, ଏବଂ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ସମସ୍ତ କର୍ମଚାରୀ ଓ ଛତ୍ରପୁର ଜନ ସାଧାରଣ, କାରଣ ସେମାନେ ଙ୍କ ବିଶ୍ୱାସ ଓ ସହଯୋଗ କ୍ରମେ ଉକ୍ତ ପ୍ରମାଣ ପତ୍ର ଦ୍ୱାରା ଜାତୀୟ ସ୍ତର ରେ ପୁରସ୍କୃତ ହୋଇପାରିଛି। ଏବଂ ଆଗକୁ ଆହୁରି 5 ଗୋଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଏହିପରି ଜାତୀୟ ସ୍ତର ରେ ପୁରସ୍କୃତ ହେବ ବୋଲି ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି। ଛତ୍ରପୁର ବ୍ଲକ ର ସ୍ବାସ୍ଥ୍ୟ କ୍ଷେତ୍ର ରେ ଏହିପରି ଗୋଟିଏ ପରେ ଗୋଟିଏ ସଫଳତା ନିମନ୍ତେ ସି.ଡି.ଏମ୍.ଓ ସମେତ ଅନେକ ବିଭାଗ ରୁ ପ୍ରଶଂସା ଏବଂ ଅଭିନନ୍ଦନ ଓ ଶୁଭେଛା ବର୍ଷା ସୁଅ ଛୁଟିଛି ।।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *