March 6, 2026
Home » ନର୍ସିଂ ଅଧିକାରୀଙ୍କୁ ଆକ୍ରମଣ, ଜଣେ ରୋଗୀଙ୍କ ସମେତ ୩ଗିରଫ

ନର୍ସିଂ ଅଧିକାରୀଙ୍କୁ ଆକ୍ରମଣ, ଜଣେ ରୋଗୀଙ୍କ ସମେତ ୩ଗିରଫ

0
WhatsApp Image 2026-03-06 at 4.40.09 PM (1)

 

ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କର୍ତ୍ତବ୍ୟରତ ନର୍ସିଂ ଅଧିକାରୀଙ୍କୁ ଆକ୍ରମଣ କରି ଜଣେ ରୋଗୀଙ୍କ ସମେତ ୩ଜଣ ଗିରଫ ହୋଇଛନ୍ତି । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଉଛନ୍ତି ପାରଳାଖେମୁଣ୍ଡି ସହରର ଅବଦୁଲ୍ ଇଜାଜ୍‌(୨୩), ଅବଦୁଲ୍ ଇମିତିଆଜ୍‌(୨୧) ଓ ଟାଙ୍ଗୁଡୁ ଭାନୁପ୍ରସାଦ । ସୂଚନା ମୁତାବକ ବୁଧବାର ସଂଧ୍ୟା ସାଢେ୭ଘଣ୍ଟା ସମୟରେ ନର୍ସିଂ ଅଧିକାରୀ ମନୋଜ କୁମାର ଶବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କାଜ୍ୟୁଆଲିଟିରେ କାର୍ଯ୍ୟରତ ଥିଲେ । ସେହି ସମୟରେ ଅବଦୁଲ୍ ଇମିତିଆଜ୍ ନାମକ ଜଣେ ରୋଗୀ ଚିକିତ୍ସା ପାଇଁ ଆସିଥିଲେ ।

ମନୋଜ ତାଙ୍କୁ ଇଞ୍ଜେକସନ୍ ଦେଇଥିଲେ ସେତେବେଳେ କୌଣସି କାରଣକୁ ନେଇ ଅବଦୁଲ୍ ଇମିତଆଜ୍ ତାଙ୍କ ସମ୍ପର୍କୀୟ ଅବଦୁଲ୍ ଇଜାଜ୍ ଓ ଟାଙ୍ଗୁଡୁ ଭାନୁପ୍ରସାଦ ଆକ୍ରମଣ କରିଥିଲେ । ଯାହାଫଳରକି ମନୋଜଙ୍କ କାନ ଓ ମୁଣ୍ଡରେ ଆଘାତ ଲାଗିଥିଲା । ମନୋଜଙ୍କ କାନରୁ ରକ୍ତ ବାହରିଥିଲା । ଏନେଇ ମନୋଜ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଭିତ୍ତିକରି ଥାନା କେସ ନଂ-୭୨/୨୦୨୬ ଭାରତୀୟ ନ୍ୟାୟ ସଂହିତାର ୧୨୫(୨), ୨୯୬, ୧୨୧(୨), ୧୩୨, ୧୧୫(୨), ୩୫୧(୨), ୩(୫) ଓ ରିଡ୍ ୱିଥ ସେକ୍ସନ୍ ୩(କ) ଓଡ଼ିଶା ମେଡିକେର୍ ସର୍ଭିସେସ୍ ପର୍ସନ୍ସ(ପ୍ରିଭେଣ୍ଟିଭ୍‌) ଅଫ୍ ଭାଇଲେନ୍ସ ଏଣ୍ଡ୍ ଡେମେଜ୍ ଟୁ ପ୍ରପର୍ଟି ଆଇନରେ ମାମଲା ରୁଜୁ କରିବା ସହ ୩ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ଏହି ମାମଲାର ତଦନ୍ତ ଏଏସଆଇ ଗିରିଜା ପାଣିଗ୍ରାହୀ କରୁଥିବାର ପାରଳାଖେମୁଣ୍ଡି ଆଦର୍ଶ ଥାନାଧିକାରୀ ପ୍ରଶାନ୍ତ କୁମାର ଭୂପତି ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

ଗଜପତି ଜିଲ୍ଲା ଇପିଏ ରୁ ଦିଲ୍ଲୀପ କୁମାର ଶତପଥିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *