December 27, 2024
Home » ନାଇକେନପାଲି ଠାରେ ଆୟୁଷ୍ମାନ ଆରୋଗ୍ୟ ଶିବିର ପାଳିତ l

ନାଇକେନପାଲି ଠାରେ ଆୟୁଷ୍ମାନ ଆରୋଗ୍ୟ ଶିବିର ପାଳିତ l

0

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଆୟୁଷ୍ମାନ ଆରୋଗ୍ୟ ଶିବିର ର ଶୁଭାରମ୍ଭ ହୋଇଯାଇଛି । ସ୍ଵାସ୍ତ୍ୟକେନ୍ଦ୍ର ର ଅଧିକ୍ଷକ ଡ଼ାକ୍ତର ରାମଶଙ୍କର ତ୍ରିପାଠୀ ନାଲି ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ। ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ର ଡାକ୍ତର ଚେତୁରାମ ମେହେର ଙ୍କ ଦ୍ଵାରା ମାନସିକ ରୋଗୀକୁ ଚିକିତ୍ସା ପ୍ରଦାନ କରିବାପାଇଁ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ପଦକ୍ଷେପ ନିଆଯାଇଛି । ରେଖାରାଣୀ ଦାଶ, ସି.ଏଚ.ଓ, ଭବାନୀ ପରିଡା ସି.ଏଚ.ଓ, ଏବଂ ନମିତା ବାଗ ଏ.ଏନ.ଏମ ରେଜିଷ୍ଟ୍ରସନ ଦାୟିତ୍ୱ ରେ ରହି କାର୍ଯ୍ୟ ନିର୍ବାହୀ କରିଥିଲେ ଏବଂ ଅଂଚଳ ର ସମସ୍ତ ଆଶା ମାନସିକ ରୋଗୀଙ୍କୁ ସାଙ୍ଗରେ ନେଇକି ଆସି ଚିକିତ୍ସା କରାଇଥିଲେ l ଏହା ଦ୍ଵାରା ଅଂଚଳର ଆଖ ପାଖରୁ ବହୁ ରୋଗୀ ଚିକିସିତ ହେବାପାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନାଇକେନପାଲିକୁ ଆସୁଛନ୍ତି l କାର୍ଯ୍ୟକ୍ରମଟି ଭାରପ୍ରାପ୍ତ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଶାନ୍ତନୁ କୁମାର ମେହେର ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ବେଳେ ବିପିଏମ ପ୍ରିୟରଞ୍ଜନ ସାହୁ , ବିଡ଼ିଏମ ରିଙ୍କୁ ପଧାନ, ଏମ ଆରଏ ସୁଶାନ୍ତ ନାଏକ,ଡ଼ାକ୍ତରଖାନା କର୍ମଚାରୀ ଏବଂ ଅନ୍ୟ ହିତାଧିକାରୀମାନେ ଉପସ୍ଥିତ ରହିଥିଲେ l

 

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *