April 2, 2026
Home » ନାଟ୍ୟଚକ୍ର ଅନୁଷ୍ଠାନ ପକ୍ଷରୁ ୧୨ ତମ ନାଟ୍ୟଚକ୍ର ପ୍ରତିଷ୍ଠା ଦିବସ ଓ ବିଶ୍ବନାଟ୍ୟ ଦିବସ ୨୦୨୬ ପାଳିତ

ନାଟ୍ୟଚକ୍ର ଅନୁଷ୍ଠାନ ପକ୍ଷରୁ ୧୨ ତମ ନାଟ୍ୟଚକ୍ର ପ୍ରତିଷ୍ଠା ଦିବସ ଓ ବିଶ୍ବନାଟ୍ୟ ଦିବସ ୨୦୨୬ ପାଳିତ

0
WhatsApp Image 2026-04-01 at 1.43.02 PM

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ର ଅଗ୍ରଣୀ ନାଟକ ଓ ନୃତ୍ୟ ଅନୁଷ୍ଠାନ ନାଟ୍ୟଚକ୍ର ପକ୍ଷରୁ ସ୍ଥାନୀୟ ସାହାରା ଟ୍ରଷ୍ଟ ହାଇସ୍କୁଲ ଠାରେ ୧୨ ତମ ନାଟ୍ୟଚକ୍ର ପ୍ରତିଷ୍ଠା ଦିବସ ଓ ବିଶ୍ବନାଟ୍ୟ ଦିବସ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ମୁଖ୍ୟଅତିଥି ଭାବରେ ଯୋଗଦେଇ ନାଟକ ହେଉଛି ଆମର ଜୀବନର ପ୍ରତିଛବି ଓ ନାଟକ ହିଁ ଆମ ସମାଜକୁ ଉଚିତ ଦିଗଦର୍ଶନ ଦେଇଥାଏ ବୋଲି ଅଭିହିତ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ନାଟ୍ୟକାର, ନିର୍ଦ୍ଦେଶକ, ଶ୍ୟାମାଓମ ପ୍ରସାଦ ମିଶ୍ର ଓ ବିଶିଷ୍ଟ ସମାଜ ସେବୀ,କଳାକାର, ଶିକ୍ଷାବିତ୍, ଗତିକୃଷ୍ଣ ମିଶ୍ର ଯୋଗଦେଇ ଆଧୁନିକ ନାଟକ ଉପରେ ବିଶଦ ଆଲୋଚନା କରି ଗୋଟିଏ କଳାକାର ଜୀବନରେ ସାଧାରଣତଃ ଆଚରଣ ଓ ଉଚ୍ଚାରଣ ସମାନ ହେଲେ ତାହା ସମାଜରେ ପ୍ରତିଫଳନ ହୋଇଥାଏ ବୋଲି ବକ୍ତବ୍ୟ ରଖିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ )ଅଞ୍ଜଳିନା ପ୍ରଧାନ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ତଥା ବରିଷ୍ଠ ନିର୍ଦ୍ଦେଶକ ନାଟ୍ୟ ଭିଷ୍ମ ଗଦାଧର ବାରିକ , ପଶ୍ଚିମ ମିଡିଆ ନେଟୱାର୍କ ପ୍ରାଇଭେଟ୍ ଲିମିଟେଡର ଅଧ୍ୟକ୍ଷ ସୁଭାଶିଷ ରଥ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ନାଟ୍ୟଚକ୍ର ଅନୁଷ୍ଠାନର ଉନ୍ନତି ଓ ଅଗ୍ରଗତି ସମ୍ପର୍କିତ ଅଲୋଚନା କରିଥିଲେ l ପ୍ରତି ବର୍ଷ ଭଳି ଚଳିତ ବର୍ଷରେ ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଉମେଶ କୁମ୍ଭାର ଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ନାଟ୍ୟଚକ୍ର ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ବିଶିଷ୍ଟ ବଂଶୀବାଦକ ରଂଜନ ପଟ୍ଟନାୟକ ଓ ବିଶିଷ୍ଟ କଳା ନିର୍ଦ୍ଦେଶକ କୌଶିକ ଜାଲ ଙ୍କୁ ନାଟ୍ୟଚକ୍ର ସ୍ୱତନ୍ତ୍ର ସମ୍ମାନ ରେ ସମ୍ମାନିତ କରାଯାଇଥିଲା l ଏହି ଅବସରରେ ନାଟ୍ୟଚକ୍ର ଅନୁଷ୍ଠାନ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କ ଦ୍ବାରା ରଚିତ ଓ ବରିଷ୍ଠ ନିର୍ଦ୍ଦେଶକ ନାଟ୍ୟ ଭିଷ୍ମ ଗଦାଧର ବାରିକ ଙ୍କ ନିର୍ଦ୍ଦେଶିତ ନାଟକ “ବୃତ୍ତି ଏ ମୋର ପୋଷେ କୁଟୁମ୍ବ” (ବୃତ୍ତି) ପରିବେଷଣ କରାଯାଇଥିଲା । ଦୀର୍ଘ ଘଣ୍ଟାଏ ଧରି ପରିବେଷିତ ନାଟକ “ବୃତ୍ତି” ରେ କଳାକାରମାନେ ନାଟକ କୁ ବେଶ୍ ଜୀବନ୍ତ ରୂପ ଦେଇଥିବାବେଳେ ନିଖୁଣ ଅଭିନୟରେ ଉପସ୍ଥିତ ଦର୍ଶକଙ୍କ ମନମୋହିଥିଲେ l ମୁଖ୍ୟ ଚରିତ୍ର ରେ ସୌମ୍ୟକାନ୍ତ ମିଶ୍ର ଓ ଶ୍ରଦ୍ଧାଞ୍ଜଳି ଷଡ଼ଙ୍ଗୀ, ଅଭିନୟ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପ୍ରତୀକ ମହାରଣା, ରାକା ପଟ୍ଟନାୟକ, ଶ୍ରଦ୍ଧାଞ୍ଜଳି ମିଶ୍ର,ଆରତୀ ଖମାରୀ, ମିଥୁନ ସାହୁ, ସଞ୍ଜୀବ ଥନାପତି, ଗିରିଜା ଶଙ୍କର ଭୋଏନା, ପ୍ରହଲ୍ଲାଦ ମହଲା, ପୀତାମ୍ବର ସୁନା, ଦଧିବାମନ ବାବୁ, ଆନନ୍ଦ ମେହେର, ଗୋପାଳ ବେହେରା, ଦୁଃଶାସନ ମହାନନ୍ଦିଆ ଅଭିନୟ କରିଥିବା ବେଳେ ବରିଷ୍ଠ କଳାକାର ଗତିକୃଷ୍ଣ ମିଶ୍ର ଓ ସୋମନାଥ ମିଶ୍ର ଅଭିନୟ କରି ଦର୍ଶକଙ୍କୁ ନାଟକ ଶେଷ ପର୍ଯ୍ୟନ୍ତ ବାନ୍ଧିରଖି ପାରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ନିର୍ଦ୍ଦେଶକ ମନୋଜକୁମାର ବାରିକ,କୋଷାଧ୍ୟକ୍ଷ ସନ୍ତୋଷ କୁମାର ପ୍ରଧାନ, ଶାଶ୍ବତ ମିଶ୍ର,ସ୍ୱରାଜ ମହାନ୍ତି, ଓଁକାର ପ୍ରସାଦ ବାରିକ, କିରଣ ମୟୀ ବାରିକ, ଜ୍ୟୋତିର୍ମୟୀ ବାରିକ, ପ୍ରମୁଖ ସମସ୍ତ ସଦସ୍ୟ ସଦସ୍ୟା ଯୋଗ ଦେଇଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *