March 16, 2026
Home » ନାଟ୍ୟଧାରାର ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ପ୍ରଥମ ନାଟକ “କୁହୁଡି” ରୁ ଉଦ୍ଘାଟିତ

ନାଟ୍ୟଧାରାର ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ପ୍ରଥମ ନାଟକ “କୁହୁଡି” ରୁ ଉଦ୍ଘାଟିତ

0
1000984752

filter: 0; fileterIntensity: 0.0; filterMask: 0; module: photo; hw-remosaic: false; touch: (-1.0, -1.0); modeInfo: ; sceneMode: 512; cct_value: 2804; AI_Scene: (-1, -1); aec_lux: 302.61035; aec_lux_index: 0; hist255: 0.0; hist252~255: 0.0; hist0~15: 0.0; albedo: ; confidence: ; motionLevel: 0; weatherinfo: null; temperature: 33;

ନୟାଗଡ଼,: ଜିଲ୍ଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ନାଟ୍ୟଧାରା’ ପକ୍ଷରୁ ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ସ୍ଥାନୀୟ ପଠାଣି ସାମନ୍ତ ପ୍ରେକ୍ଷାଳୟରେ ଆଜି ଉଦଘାଟିତ ହୋଇଯାଇଛି। ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜ୍ୟୋତିରଞ୍ଜନ ସାମନ୍ତରାୟ ଉପସ୍ଥିତ ରହି ଉଦଘାଟନ କରିଥିବା ବେଳେ ନାଟ୍ୟଧାରା ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର, ନାଟ୍ୟ ନିର୍ଦ୍ଦେଶକ ଡ ବିଜୟ କୁମାର ଚୌଧୁରୀ, ନାଟ୍ୟକାର ଗୋପୀନାଥ ବାରିକ ଏବଂ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ। ନାଟକ ସପ୍ତାହର ପ୍ରଥମ ଦିବସରେ ଭୁବନେଶ୍ୱର ବିଦ୍ୟାକନକ ସୃଜାନାନୁଷ୍ଠାନ ପକ୍ଷରୁ ନାଟକ ‘କୁହୁଡ଼ି’ ମଞ୍ଚସ୍ଥ ହୋଇଥିଲା।

ନାଟକଟି ମୁଖ୍ୟତଃ ସାମାଜିକ ଅବକ୍ଷୟ ଏବଂ ମୂଲ୍ୟବୋଧର ସଂଘର୍ଷ ଉପରେ ଆଧାରିତ। ନାଟ୍ୟକାର ଗୋପୀନାଥ ବାରିକ ଏଥିରେ ଦର୍ଶାଇଛନ୍ତି ଯେ କିପରି ସ୍ୱାର୍ଥପରତା, ଲୋଭ ଏବଂ ମିଥ୍ୟାର ଏକ “କୁହୁଡ଼ି” ମଣିଷର ବିବେକକୁ ଆଚ୍ଛାଦିତ କରି ରଖିଛି। ଯେଉଁ ବାପା-ମା’ ଦିନେ ବ୍ରତ ଓ ଉପାସ କରି ସନ୍ତାନକୁ ଜନ୍ମ ଦେଇଥିଲେ, ଆଜି ସେହି ସନ୍ତାନମାନେ ସେମାନଙ୍କୁ ଜରାଶ୍ରମର ପଥ ଦେଖାଉଛନ୍ତି। ବାପା-ମା’ କଣ ସତରେ ସନ୍ତାନଙ୍କ ପାଇଁ ବୋଝ ପାଲଟି ଯାଉଛନ୍ତି? ଏହି ପ୍ରଶ୍ନକୁ ନେଇ ନାଟକର କାହାଣୀ ଗତିଶୀଳ ହୋଇଥିଲା।
ନାଟକର ବିଭିନ୍ନ ଭୂମିକାରେ ଅଭିନୟ କରିଥିବା ଗୋବିନ୍ଦ ମହାପାତ୍ର, ପ୍ରଦୀପ୍ତ ସ୍ୱାଇଁ, ରାଜେଶ ବଳବନ୍ତରାୟ, ମାନସ ପରିଡ଼ା, ଶୁଭକାନ୍ତ ପାଢ଼ୀ, ରାଜେଶ ମଲ୍ଲିଆ, ସରିତା ପ୍ରଧାନ, ସୋମ୍ୟା ସୁମନ ମହାନ୍ତି ଏବଂ ଶିଶୁ କଳାକାର ନୈନ୍ଦ୍ରି ନୈନିକା ମିଶ୍ରଙ୍କ ଜୀବନ୍ତ ଅଭିନୟ ଦର୍ଶକ ମାନଙ୍କୁ ବାନ୍ଧି ରଖିଥିଲା। ଗୋପୀନାଥ ବାରିକଙ୍କ ଦ୍ୱାରା ରଚିତ ନାଟକ କୁହୁଡ଼ିକୁ ଅବକାଶ ମିଶ୍ର ନିର୍ଦ୍ଦେଶନା ଦେଇଥିବା ବେଳେ ମାନସ କୁମାର ପରିଡ଼ା ସଙ୍ଗୀତ ପରିଚାଳନା ଏବଂ ରାଜେଶ ଶତପଥୀ ଆଲୋକ ପରିଚାଳନା କରିଥିଲେ। ନାଟକ ଦେଖିବାକୁ ପ୍ରେକ୍ଷାଳୟର ଭରପୁର ଦର୍ଶକ ଉପସ୍ଥିତ ଥିଲେ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *