September 21, 2024
Home » ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁ ଙ୍କ ସ୍ମୃତି ଚାରଣ ଉଦ୍ଦେଶ୍ୟ ରେ ରାଜ୍ୟ ସ୍ତରୀୟ କବିତା ଆସର ଅନୁଷ୍ଠିତ l

ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁ ଙ୍କ ସ୍ମୃତି ଚାରଣ ଉଦ୍ଦେଶ୍ୟ ରେ ରାଜ୍ୟ ସ୍ତରୀୟ କବିତା ଆସର ଅନୁଷ୍ଠିତ l

0

 

ସୁବର୍ଣ୍ଣପୁର — ଗୁରୁବାର ସନ୍ଧ୍ୟା ରେ ରୁମ୍’କୁ ଝୁମାନା (ଅଁଗ୍’ରା) ସାହିତ୍ୟ ଅନୁଷ୍ଠାନ ଅନୁକୂଲ୍ୟ ରେ ଶତାୟୁ ପୁରୁଷ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁ ଙ୍କ ସ୍ମୃତି ଚାରଣ ଉଦ୍ଦେଶ୍ୟ ରେ ଏକ ଐତିହାସିକ ରାଜ୍ୟ ସ୍ତରୀୟ ଆଭାସି କବିତା ଆସର ଅନୁଷ୍ଠିତ ହୋଇଥିଲା l ଉକ୍ତ ଆସର ରେ ସଭାପତି ଆସନ ଅଳଙ୍କୃତ କରିଥିଲେ ଅଁଗରା ର ସମ୍ପାଦିକା ଶ୍ରୀମତୀ ଗୀତାଞ୍ଜଳି ମିଶ୍ର, ମୁଖ୍ୟ ବକ୍ତା ଭାବରେ ବକ୍ତବ୍ୟ ରଖିଥିଲେ ସ୍ୱନାମଧନ୍ୟ ଅଧ୍ୟାପକ ଶ୍ରୀମାନ ଟେକଚାନ୍ଦ ଦୁଆନ, ଆସର କୁ ସଂଯୋଜନା ତହଁକ୍ କୁଟୁମ୍ ବଲାଙ୍ଗୀର ର ପରିଚାଳନା ସଂପାଦକ ଦିଲିପ କୁମାର ମିଶ୍ର କରିଥିବା ବେଳେ ନାରୀ କବି ତୃପ୍ତି ମୟୀ ତ୍ରୀପାଠୀ ଅତିଥି ମାନଙ୍କୁ ସ୍ଵାଗତ କରିଥିବା ବେଳେ ଶ୍ରଦ୍ଧାଞ୍ଜଳି ତ୍ରୀପାଠୀ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ l
ଆସର ରେ ବିଭିନ୍ନ ଜିଲ୍ଲା ର ୫୦ ରୁ ଉର୍ଦ୍ଧ୍ୱ କବି, କବୟିତ୍ରୀ ଯୋଗ ଦେଇଥିଲେ l କବୟିତ୍ରୀ ସ୍ଵପ୍ନା ଶର୍ମିଷ୍ଠା ମିଶ୍ର, ସଂଗୀତା ଦୀପ, ଚିନ୍ମୟୀ କଣ୍ଟା, ନିରୁପମା ମିଶ୍ର, ଯମୁନା ମିଶ୍ର, ସନ୍ତୋଷିନୀ ମିଶ୍ର, ସଂଜଳି ଶତପଥୀ, ଧର୍ମରାଜ ପଧାନ, ଦିପକ କୁମାର ସୁନାନି, ଶ୍ରୀନିବାସ ବାବୁ, ସୁଧିର କୁମାର ମିଶ୍ର, ଉମାବଲ୍ଲଭ ଷଡ଼ଙ୍ଗୀ, କରୁଣା କର ଘଣ୍ଟୁଆଲ୍,ଦୀପାନ୍ୱିତା ମାହାଣା,ନରସିଂହ ମହାରଣା, କବିତା ମିଶ୍ର, ଅଜିତ୍ ପାଢ଼ୀ, ବାସନ୍ତୀ ହନୁମାନ, ବାସନ୍ତୀ ଗୁରୁ, ପ୍ରହଲ୍ଲାଦ ଦଣ୍ଡସେନା ଆଦି ଅନେକ କବି ଓ କବୟିତ୍ରୀ କବିତା ପାଠ କରି ଗୁରୁ ଭଗବାନ ସାହୁ ଙ୍କ ସ୍ମୃତି ଚାରଣ କରି ଆସର କୁ ସାଫଲ୍ୟ ମଣ୍ଡିତ କରିଥିଲେ l ଶେଷରେ ଅନେକ ପ୍ରତିଭା ର ଅଧିକାରୀ ନାରୀ ରତ୍ନ କବି ମିରାବାଇ ପାଣିଗ୍ରାହୀ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଗୁରୁ ଭଗବାନ ସାହୁ ସ୍ମୃତି କମିଟି ର ଅଧ୍ୟକ୍ଷ ରବିନ ଚନ୍ଦ୍ର ଦାଶ ଏହି କାର୍ଯ୍ୟକ୍ରମ ର ଭୂରି ଭୂରି ପ୍ରଶଂସା କରି କବି, କବୟିତ୍ରୀ ତଥା ଶ୍ରୋତା ସମସ୍ତ ଙ୍କୁ ଉତ୍ସାହିତ କରିଥିଲେ l ଶେଷରେ ସଭାପତି ଙ୍କ ଆଦେଶ କ୍ରମେ ସଭା ସମାପ୍ତ ହୋଇଥିଲା l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *