December 21, 2025
Home » ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

0
WhatsApp Image 2024-11-26 at 12.00.15 PM

ମୟୂରଭଞ୍ଜ: ନାବାଳିକାକୁ ଦୁଷ୍କର୍ମ କରି ପୋଡି ମାରିଦେବା ମାମଲାରେ ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ। ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ଵତନ୍ତ୍ର ଫାଷ୍ଟଟ୍ରାକ କୋର୍ଟ ବିଚାରପତି ସନ୍ତୋଷ କୁମାର ନାୟକ ରାୟ ଶୁଣାଇଛନ୍ତି। ୩ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ ପୂର୍ବକ ଆଜୀବନ କାରାଦଣ୍ଡାଦେଶ ଶୁଣାଣି କରିଛନ୍ତି।

ଏଥିସହ ପ୍ରତ୍ୟକଙ୍କୁ ୧୫ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ରହିଛି। ଜରିମାନା ଅନାଦେୟ ଅଧିକ ୩ ବର୍ଷ ଅତିରିକ୍ତ ଜେଲଦଣ୍ଡ ନେଇ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସୂଚନା ଥାଉକି ମୟୂରଭଞ୍ଜ ଜିଲ୍ଲାର ଶରତ ଥାନା ଦୋଳିପଡା ଗାଁରେ ଚକ୍ରଧର ନାୟକ ଭିଏଲଡବ୍ଲୁ ଓ ଅନିମା ବଳ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ସେହି ସ୍କୁଲରେ ନାବାଳିକା ଜଣକ ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିଲେ। ତେବେ ନାବାଳିକାଙ୍କୁ ପାଠ ପଠାଇବେ ବୋଲି କହି ଉଭୟ ଘର କାମରେ ଲଗାଉଥିଲେ। ନାବାଳିକା ଜଣକ ଅଭିଯୁକ୍ତ ଘରକୁ ଯାଇଥିବା ବେଳେ ତାଙ୍କ ଘରେ ରହୁଥିବା ସମ୍ପର୍କୀୟ ଚିନ୍ତାମଣି ବିଶ୍ୱାଳ ସୁଯୋଗ ପାଇ ନାବାଳିକାକୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ।

ଘଟଣା ବାବଦରେ ଘର ଲୋକେ ଜାଣିବା ପରେ ନାବାଳିକାକୁ ଘରେ ନିଆଁ ଲଗାଇ ପୋଡି ମାରି ଦେଇଥିଲେ। ଏନେଇ ନାବାଳିକାଙ୍କ ପରିବାର ଲୋକଙ୍କ ସନ୍ଦେହ ହେବାରୁ ଥାନାରେ ମାମଲା ରୁଜୁ କରିଥିଲେ। ସମସ୍ତ ସାକ୍ଷୀଙ୍କ ବୟାନ, ନଥିପତ୍ର ଓ ତଦନ୍ତ ରିପୋର୍ଟକୁ ଭିତ୍ତିକରି ରାୟ ଶୁଣାଇଛନ୍ତି କୋର୍ଟ। ଏଥିସହ ପିଡିତାଙ୍କୁ ୪ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *