July 1, 2025
Home » ନାବାଳିକା ଆଦିବାସୀ ଝିଅକୁ ଦୁଷ୍କର୍ମ ପରେ ମାରି ଟାଙ୍ଗି ଦେଇଥିବା ଅଭିଯୋଗ

ନାବାଳିକା ଆଦିବାସୀ ଝିଅକୁ ଦୁଷ୍କର୍ମ ପରେ ମାରି ଟାଙ୍ଗି ଦେଇଥିବା ଅଭିଯୋଗ

0
WhatsApp Image 2025-06-18 at 1.54.21 AM

କେନ୍ଦୁଝର: ପଣ୍ଡାପଡା ଥାନା ଅନ୍ତର୍ଗତ ତେନ୍ତଳାପଶି ଏକ ଅଭାବନୀୟ ଘଟଣା ଘଟି ଯାଇଛି ଜଣେ ନାବାଳିକା ଝିଅ ଏକ ସଜନା ଗଛରେ ଝୁଲୁଥୁବା ଦେଖାଯାଇଛି। ଗ୍ରାମର ଚନ୍ଦ୍ରମଣି ନାଏକଙ୍କ ୩ୟ ଝିଅ ମମତା(୧୭) ଘର ପାଖରେ ଥିବା ଏକ ସଜନା ଗଛରେ ଠିଆ ହୋଇ ଝୁଲୁଥିବା ବେଳେ ମୃତ ଅବସ୍ଥାରେ ଉଦ୍ଧାର ହୋଇଛି। ଝିଅ ପାଦ ତଳେ ଲାଗିଥିବା ବେଳେ ରକ୍ତ ସ୍ରାବ ଚିହ୍ନ ରହିଛି। ପାଖ ବିଲରେ ଏକ ଖୋଲା କାଗଜ ପଟି ସହ କିଛି ବସ୍ତ୍ର ମିଳିଛି। ଏଥିରୁ ଅନୁମାନ ରାତିରେ ଅପରାଧୀ ମାନେ ଝିଅକୁ ଏହି ପଟି ଉପରେ ଦୁଷ୍କର୍ମ କରି ଧରା ପଡିବା ଭୟରେ ହତ୍ୟା କରି ଟାଙ୍ଗି ଦେଇଛନ୍ତି ତେଣୁ ତରବରରେ ସେମାନେ ନିଜ ବସ୍ତ୍ର ମଧ୍ୟ ଛାଡି ଯାଇଛନ୍ତି। ପଣ୍ଡାପଡା ଥାନା ପୋଲିସ ଆସି ଶବ ଉଦ୍ଧାର କରି ବ୍ୟବଚ୍ଛେଦ କରାଇ ତଦନ୍ତ କରୁଛି। ତେବେ ସ୍ଥାନୀୟ ଲୋକେ ଅପରାଧୀଙ୍କୁ ତୁରନ୍ତ ଧରିବାକୁ ଦାବିକରି ନୁଦୁରପଡ଼ା – କାଳିଆହତା ରାସ୍ତା ଅବରୋଧ କରିଛନ୍ତି। ଏକ ଆଦିବାସୀ ଝିଅକୁ ରଜ ଅବସରରେ ଏହିପରି ହତ୍ୟା ଲାଗି ଜିଲ୍ଲାରେ ଗଭୀର ଆଲୋଡନ ସୃଷ୍ଟି ହୋଇଛି। ଅପରାଧୀଙ୍କୁ ସାହସ ବଢ଼ି ଯାଉଛି ତେଣୁ ତୁରନ୍ତ ଧରି ଏମାନଙ୍କୁ ଫାଶୀ ଦେବାକୁ ଝିଅର ବାପା ମାଆ ଦାବି କରିଛନ୍ତି।

କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ )ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *