July 1, 2025
Home » ନାଭାଲ କନସର୍ଟ ମନ ମୋହିଲା।

ନାଭାଲ କନସର୍ଟ ମନ ମୋହିଲା।

0
WhatsApp Image 2024-11-24 at 2.24.46 PM (1)

ପୁରୀ : ଆସନ୍ତା ଡିସେମ୍ବର ୪ ତାରିଖରେ ପୁରୀ ବ୍ଲୁ ଫ୍ଲାଗ ବିଚ ଠାରେ ଅନୁଷ୍ଠିତ ହେବ ନୌସେନା ଦିବସ ବା ନାଭି ଡେ ।ଏହାର ଅବବ୍ୟହିତ ପୂର୍ବରୁ ଆଜି ସଂଧ୍ୟାରେ ଟାଉନ ହଲ ଠାରେ ନାଭାଲ ବ୍ୟାଣ୍ଡ ଆଇଏନଏସ ଚିଲିକା ପକ୍ଷରୁ ପକ୍ଷରୁ ଏକ ଚିତ୍ତାକର୍ଷକ କନସର୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି କନସର୍ଟ କାର୍ଯ୍ୟକ୍ରମ କୁ ନୌସେନା ର ଅବସରପ୍ରାପ୍ତ ସର୍ଜନ ରିଅର ଆଡମିରାଲ ସଲୀଲ କୁମାର ମହାନ୍ତି ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ।ପରେ ପରେ ନାଭାଲ ବ୍ୟାଣ୍ଡ ର ଚିଫ କଣ୍ଡକ୍ଟର ହନୁମାନ ଥାପା ଙ୍କ ନେତୃତ୍ୱରେ ସମସ୍ତ କଳାକାର ଚମତ୍କାର କନସର୍ଟ ପରିବେଷଣ କରିଥିଲେ।କଳାକାର ପ୍ରସନୋଜିତ ମହନ୍ତୋ,ଗୌତମ ସିଂ, ପବିତ୍ର ଘୋଷ, ଷ୍ଟିଫେନ ଜୋ, ଗୌରବ ପ୍ରଶାନ୍ତ ଜି,ଡାନିଏଲ ଲାଲନୁଥାରା,ମଦନ ଛେତ୍ରୀ,ପି,ଭୈଭବ ମୋହନ ରାଓ,ଆଜିଙ୍କ୍ୟ ଶିବାଜୀ ଯାଦବ,ନମଦାସ ଭି ଚନ୍ଦ୍ରକାନ୍ତ,ଅଜୟ ଭଟ୍ଟ,ସୌମ୍ୟ ଦୀପ ମଣ୍ଡଳ, ରୋଶନ ଆର,ପଙ୍କଜ ବିଶ୍ବକର୍ମା,ରାହୁଲ କୁମାର, ରେଜିନ ସି ଏସ,ଶୁଭମ ପାଠକ,ଅଭିଜିତ କୁମାର ଓ ରାହୁଲ ବିଶ୍ଵକର୍ମା ବାଦ୍ୟ ଯନ୍ତ୍ର ର ଚମତ୍କାର ଉପଯୋଗ କରି ଉପସ୍ଥିତ ଦର୍ଶକ ଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ।ଜୟ ହୋ ଗୀତ ରୁ ଆରମ୍ଭ ହୋଇ ଥିବା ଏହି କନସର୍ଟ ୧୪ ଲୋକପ୍ରିୟ ଗୀତ ର କନସର୍ଟ ଓ ସଂଗୀତ ପରିବେଷଣ କରାଯାଇଥିଲା

।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା,ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଙ୍କ ସମେତ ଶିକ୍ଷାବିତ, ବୁଦ୍ଧିଜୀବୀ, ଏନସିସି କ୍ୟାଡେଟ୍ ଓ ସାଧାରଣ ଲୋକ ମାନେ ଉପସ୍ଥିତ ରହି କନସର୍ଟ କାର୍ଯ୍ୟକ୍ରମ କୁ ମନ ଭରି ଉପଭୋଗ କରିବା ସହ ବିପୁଳ କରତାଳିରେ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ।

puri epa ru soubhagya pattanayak nka report

Leave a Reply

Your email address will not be published. Required fields are marked *