October 23, 2025
Home » ନାମଲେଖା ପାଇଁ ମେଧାବୀ ଛାତ୍ରୀଙ୍କୁ କେସିସିଏଲ ପକ୍ଷରୁ ଆର୍ଥିକ ସହାୟତା

ନାମଲେଖା ପାଇଁ ମେଧାବୀ ଛାତ୍ରୀଙ୍କୁ କେସିସିଏଲ ପକ୍ଷରୁ ଆର୍ଥିକ ସହାୟତା

0
WhatsApp Image 2025-09-18 at 11.48.33 PM (1)

 

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା କ୍ରେଡିଟ କୋଅପରେଟିଭ ସୋସାଇଟି(କେସିସିଏଲ)ର ମୁଖ୍ୟ କାର୍ଯ୍ୟାଳୟରେ ଉଚ୍ଚଶିକ୍ଷା ପାଇଁ ଜଣେ ମେଧାବୀ ଛାତ୍ରୀ ସୁଶ୍ରୀ ରଶ୍ମିତା ସ୍ୱାଇଁଙ୍କୁ ସମିତି ପକ୍ଷରୁ ସଭାପତି ପ୍ରମୋଦ କୁମାର ସାହୁ ୨୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

ଖବର ନେବାରେ ଜଣାପଡିଛି ଯେ କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ହରି ଅଙ୍କ ପଞ୍ଚାୟତର ଦକ୍ଷିଣଖଣ୍ଡ ଭୋଳ ନିବାସୀ ଶ୍ରୀ ରମେଶ ଚନ୍ଦ୍ର ସ୍ୱାଇଁ ଓ ମା ପ୍ରମିଳା ସ୍ୱାଇଁଙ୍କ କନ୍ୟା ରଶ୍ମିତା ବର୍ତ୍ତମାନ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଯୁକ୍ତ ୩ ବିଜ୍ଞାନ ଶ୍ରେଣୀର ପ୍ରଥମ ବର୍ଷରେ ଉଦ୍ଭିଦ ବିଜ୍ଞାନ ସମ୍ମାନ ଶ୍ରେଣୀରେ ଅଧୟନ ରତା।

ଚଳିତ ଓଜେଇ ପରୀକ୍ଷାରେ ସେ କୃତିତ୍ୱର ସହ ଉନ୍ନୀତ ହୋଇ ବିଏସସି ନର୍ସିଙ୍ଗ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେ ଚଳିତ ମାସ ୨୫ ତାରିଖ ସୁଦ୍ଧା କନ୍ଧମାଳ ଜିଲ୍ଲା ସଦର ମହକୁମା ସ୍ଥିତ ସରକାରୀ ନର୍ସିଙ୍ଗ କଲେଜରେ ନାମ ଲେଖାଇବା ପାଇଁ ଇଣ୍ଟିମେସନ ଲେଟର ଆସିଛି।

ଏ ଖବର କେନ୍ଦ୍ରାପଡ଼ା କ୍ରେଡିଟ କୋ ଅପରେଟିଭର ସୋସାଇଟିର ସଭାପତି ଜାଣିବା ପରେ ଆଜି ସମିତିର ମୁଖ୍ୟ କାର୍ଯ୍ୟାଳୟରେ ସମ୍ପାଦକ ଅରବିନ୍ଦ ସାହୁ, ମୁଖ୍ୟ ସାଧାରଣ ପରିଚାଳକ ମନୋଜ ସାହୁ, ମୁଖ୍ୟ ଶାଖା ବରିଷ୍ଠ ପରିଚାଳକ ପଙ୍କଜ ମଲ୍ଲିକଙ୍କ ସମେତ ବହୁ କର୍ମଚାରୀଙ୍କ ଗହଣରେ ଏକ ନିରାଡ଼ମ୍ବର ଉତ୍ସବରେ ସଭାପତି ପ୍ରମୋଦ କୁମାର ସାହୁ ସୁଶ୍ରୀ ରଶ୍ମିତା ସ୍ୱାଇଁଙ୍କୁ ୨୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହି ସମୟରେ ସୁଶ୍ରୀ ରଶ୍ମିତାଙ୍କ ପିଉସୀ ରମା କୁମାରୀ ସ୍ୱାଇଁ ଉପସ୍ଥିତ ଥିଲେ। ସମିତିର ଏହି କାର୍ଯ୍ୟକୁ ସର୍ବତ୍ର ପ୍ରଶଂସା କରାଯାଇଛି।

ଉଲ୍ଲେଖ ଥାଉକି ଏହି ସମିତି ସଦା ସର୍ବଦା ବ୍ୟବସାୟ ଛଡା ସାମାଜିକ ଦିଗରେ କାର୍ଯ୍ୟ କରୁଛି। ଏହି ସମିତି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିପନ୍ନ ମାନଙ୍କୁ ରିଲିଫ ସହାୟତା ପ୍ରଦାନ କରିବା ସଙ୍ଗେ ସଙ୍ଗେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଗରିବ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରିଥାଏ।

ଏହାଛଡା ଜାତୀୟ, ଅନ୍ତର୍ଜାତୀୟ ଓ ରାଜ୍ୟ ସ୍ତରରେ ସଫଳତା ହାସଲ କରିଥିବା କ୍ରୀଡ଼ା ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରିବା ସଙ୍ଗେ ସଙ୍ଗେ ପ୍ରୋତ୍ସାହନ ରାଶି ପ୍ରଦାନ କରିଥାଏ। ସେହିପରି ଚିକିତ୍ସା କ୍ଷେତ୍ରରେ ଗରିବ ଓ ଅସହାୟ ରୋଗୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଥାଏ।

Leave a Reply

Your email address will not be published. Required fields are marked *