July 5, 2025
Home » ନାରାୟଣପୁରକୁ ନୂତନ ବ୍ଳକ ଗଠନ ମାନ୍ୟତା ପାଇଁ ଦାବି ଜୋର ଧରିଲା

ନାରାୟଣପୁରକୁ ନୂତନ ବ୍ଳକ ଗଠନ ମାନ୍ୟତା ପାଇଁ ଦାବି ଜୋର ଧରିଲା

0
WhatsApp Image 2025-02-24 at 2.29.06 PM

ସୁବର୍ଣ୍ଣପୁର– ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ନାରାୟଣପୁର କୁ ନୂତନ ବ୍ଳକ ମାନ୍ୟତା ଦାବିରେ ଏକ ଜନସଭା ଅନୁଷ୍ଠିତ ହୋଇଯାଇଛି ।ବହୁ ଦିନରୁ ଏହି ଦାବି ହୋଇ ଆସୁଥିଲେ ହେଁ ସରକାରଙ୍କ ପକ୍ଷରୁ ଘୋଷଣା ହୋଇ ନଥିବାରୁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା।ଏ‌ହି ସଭାରେ ନାରାୟଣପୁର ତଥା ଆଖପାଖ ଅଞ୍ଚଳର ଶତାଧିକ ଲୋକ ଯୋଗଦାନ କରିଥିଲେ। ନାରାୟଣପୁର ସରପଞ୍ଚ ପ୍ରମୋଦ ଧରୁଆ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟବକ୍ତା ଭାବେ ସନ୍ତୋଷ ପଧାନ ଯୋଗଦେଇ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ରଘୁମଣି ବେହେରା, ଭକ୍ତ ସେଠୀ,ଦାରାସିଂ କୁମ୍ଭାର ,ରାମାନନ୍ଦ କମ୍ପ, ସରୋଜ ତାଣ୍ଡି ମତାମତ ଦେଇଥିଲେ। ସଭାରେ ୧୪ ଗୋଟି ଗ୍ରାମ ପଞ୍ଚାୟତ ରାୟଣପୁର,ବଲାଡି,ପାଇକଵାହାଲ,ଖାରୀ,ପୁଆ,ଜରାଜାରିଙ୍ଗ,ରାଣୀସର୍ଡା, ରେଙ୍ଗାଲି,ଵିଶିମୁଣ୍ଡା, ମୟୁରଉଡାଣ,ଖରଜୁରା, ମଲ୍ଲିକମୁଣ୍ଡା,ଲିଛିପୁର,ଛକୋରମାଲ ଏହି ସମସ୍ତ ପଞ୍ଚାୟତ ର ଗ୍ରାମବାସୀଙ୍କ ମତାମତ ଗ୍ରହଣ କରି ଦାବିକୁ ଆହୁରି ତୀବ୍ରତର କରିବାକୁ ସଭାରେ ସ୍ଥିର ହୋଇଥିଲା। ଏଥିରେ ବିଜେପି ନେତା ରାମେଶ୍ବର ପଧାନ,ଶବର ମଲ୍ଲିକ,ଅଵଜଲ ଖାନ୍, ଅଭିରାମ ଘିବେଲା, ରମେଶ ଚନ୍ଦ୍ର ମିଶ୍ର, ଶ୍ରୀହରି ଦୀପ,ସୈମିତ୍ରୀ କମ୍ପ,ପ୍ରେମା ମିଶ୍ର,ଶିବ ସାହୁ, ପୁରନ୍ଦର ସାହୁ, ଲିଙ୍ଗରାଜ ବଘାର, ଗୈାରାଙ୍ଗ ଅଦାଵରିଆ, ରଘୁମଣି କର୍ମୀ,ରାମ ଗୋପାଳ ପୁଟେଲ,କୁନୁ ବଗର୍ତ୍ତି,ସୁରଥ ସାହୁ, ଡାକ୍ତର କ୍ଷେତି,ଆକାଶ ତାଣ୍ଡି, ମୋହନ, ଶମ୍ଭୁ ସାହୁ,ନକୁଳ,ଶ୍ୟାମଘନ ଚାଉଳିଆ,ରିଆଜ ମହମ୍ମଦ ଙ୍କ ସହ ନାରାୟଣପୁର ଏବଂ ଆଖପାଖ ସମସ୍ତ ଗ୍ରାମ ପଞ୍ଚାୟତର ଜନସାଧାରଣଙ୍କ ସହଯୋଗରେ ସଭାଟି ସଫଳ ହୋଇଥିଲା।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *