February 5, 2026
Home » ନାରାୟଣୀ ସାଂସ୍କୃତିକ ପରିଷଦ ଲକର୍ମା ଆନୁକୂଲ୍ୟରେ ନେତାଜୀ ଜୟନ୍ତୀ ପାଳିତ

ନାରାୟଣୀ ସାଂସ୍କୃତିକ ପରିଷଦ ଲକର୍ମା ଆନୁକୂଲ୍ୟରେ ନେତାଜୀ ଜୟନ୍ତୀ ପାଳିତ

0
WhatsApp Image 2026-01-23 at 12.39.16 PM

ସୁବର୍ଣ୍ଣପୁର ଜିଲ୍ଳା ସୋନପୁର ବ୍ଲକ ହରଡ଼ଖୋଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲକର୍ମା ଗ୍ରାମର ନାରାୟଣୀ ସାଂସ୍କୃତିକ ପରିଷଦ ପକ୍ଷରୁ ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାସ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଛି। ଅନୁଷ୍ଠାନର ସଭାପତି ମନୋଜ ରଣା ପ୍ରଦୀପ ପ୍ରଜ୍ବଳନ କରିବା ପରେ ଉପସଭାନେତ୍ରୀ ସୁଶ୍ରୀ ଚୁମକି ବଗର୍ତ୍ତୀ, ଗଣନାଥ ରଣା, ମକରନ୍ଦ ଶଂଖୁଆ, ଯଶୋବନ୍ତି ବାଘ, ଜାନକୀ ହାତୀ, ସନ୍ତୋଷିନୀ ରଣା, ଗୋବର୍ଦ୍ଧନ ହାତୀ, ମିଥିଲ୍ୟା ଶଂଖୁଆ, ଝଗୁଡୁ ବଗର୍ତ୍ତୀ ଓ ଅନ୍ୟାନ୍ୟ ସଭ୍ୟ ସଭ୍ୟା ପୁଷ୍ପ ଗୁଚ୍ଛ ଅର୍ପଣ କରି ଶ୍ରାଦ୍ଧଞ୍ଜଳି ଅର୍ପଣ କରିଥିଲେ। ଅନୁଷ୍ଠାନର ସାଧାରଣ ସମ୍ପାଦକ ତଥା ବିଶିଷ୍ଟ କ୍ରୀଡ଼ାବିତ ବିସିକେଶନ ବାଘ ନେତାଜୀଙ୍କ ବାଲ୍ୟ ଜୀବନ, ଶିକ୍ଷା ଦୀକ୍ଷା ଓ ଦେଶ ପ୍ରେମ ଉପରେ ବକ୍ତବ୍ୟ ରଖିଥିଲେ l ଶେଷରେ ଚୁମକି ବଗର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *