ନିଃଶୁଳ୍କ ଆକ୍ୟୁ ପ୍ରେସର୍ ଥେରାପି ଚିକିତ୍ସା ଶିବିର ଉଦଯାପିତ
ଧର୍ମଗଡ ଜଗନ୍ନାଥ ସେବା ସମିତି ର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଜି ଶ୍ରୀକୃଷ୍ଣ ଭବନ ଠାରେ ନିଃଶୁଳ୍କ ଆକ୍ୟୁ ପ୍ରେସର୍ ଥେରାପି ଚିକିତ୍ସା ଶିବିର ର ଉଦଯାପିତ ହୋଇଯାଇଛି। ଜଗନ୍ନାଥ ସେବା ସମିତିର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଉଦଯାପନୀ କାର୍ଯ୍ୟକ୍ରମରେ ଧର୍ମଗଡ ବିଡିଓ ସଦାଶିବ ନାୟକ, ବିଶିଷ୍ଠ ସମାଜସେବୀ ସୁକଲାଲ ଅଗ୍ରୱାଲ,ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ଘନଶ୍ୟାମ ଅଗ୍ରୱାଲ ଯୋଗ ଦେଇଥିଲେ।ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ସାହୁ କାର୍ଯକ୍ରମ ପରିଚାଳନା କରୁଥିବା ବେଳେ ଅନୁଷ୍ଠାନର ସଦସ୍ୟ ନବୀନ ଅଗ୍ରୱାଲ ଧନ୍ୟବାଦ୍ ଅର୍ପଣ କରିଥଲେ।

ରାଜସ୍ଥାନ ଯୋଧପୁରରୁ ଆସିଥିବା ଆକ୍ୟୁ ପ୍ରେସର୍ ଥେରାପି ସ୍ପେସିଆଲିଷ୍ଟ କୌଶଳ ସିଂ ରାଜ ପୁରୋହିତ ଓ ଡାକ୍ତର ତେଜରାଜ ଚୌଧୁରୀ ଙ୍କ ଦ୍ବାରା ଛଅ ଦିନ ଧରି ଅନୁଷ୍ଠିତ ଏହି ଶିବିରରେ ବିଭିନ୍ନ ରୋଗରେ ପୀଡିତ ଥିବା ପ୍ରାୟ ୨୦୦ ରୋଗୀଙ୍କ ରୋଗର ଉପଚାର ବିନା ଔଷଧ ରେ ଆକ୍ୟୁ ପ୍ରେସର୍ ଥେରାପି ଦ୍ବାରା ମାଗଣାରେ କରାଯାଇଥିଲା।
ଏହି ଅବସରରେ ଆକ୍ୟୁ ପ୍ରେସର୍ ଥେରାପି ସ୍ପେସିଆଲିଷ୍ଟ କୌଶଳ ସିଂ ରାଜ ପୁରୋହିତ ଓ ଡାକ୍ତର ତେଜରାଜ ଚୌଧୁରୀ ଜଗନ୍ନାଥ ସେବା ସମିତି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।
କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ
