ନିଆଁରେ ପୋଡ଼ି ହୋଇ ବୃଦ୍ଧ ମୃତ୍ୟୁ

କେନ୍ଦୁଝର: ସଦରବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନ ଗ୍ରାମପଞ୍ଚାୟତ ସେଣ୍ଡକାପ ଗ୍ରାମର ଡମ୍ବରୁଧର ଘଣା(ଡମା)ଙ୍କ (୮୩) ଗୁରୁବାର ଦିନ ୧୨ ଟା ସମୟରେ ନିଆଁରେ ପୋଡ଼ି ହୋଇ ମୃତ୍ୟୁ ବରଣ ହୋଇଯାଇଛି । ଘଟଣାରୁ ପ୍ରକାଶଯେ ଶୀତ ୠତୁ ଯାଇ ଗ୍ରୀଷ୍ମ ଋତୁ ଆସୁଥିବାବେଳେ ବିଭିନ୍ନ ଗଛ ଗୁଡ଼ିକ ତଥା ଜଙ୍ଗଲରୁ ପତ୍ର ଝଡ଼ା ଦେଇ ଚାରିଆଡ଼େ ଆଣ୍ଠୁଏ ବହଳ ଲେଖାଏଁ ପତ୍ର ଗଦା ହୋଇ ରହୁଛି । ସ୍ବର୍ଗତ ଡମ୍ବରୁଧର ଘଣାଙ୍କ ନିକଟ ଶାଳ ଜଙ୍ଗଲରେ କୌଣସି କାରଣ ବଶତ ନିଆଁ ଲାଗିଥିବାବେଳେ ଏହା କ୍ରମେ ତାଙ୍କ ଘର ପଟେ ନିଆଁ ମାଡ଼ି ଆସୁଥିଲା । ଏଥିରେ ଡମ୍ବରୁଧର ଘଣା ନିଆଁ ଲିଭାଇବାକୁ ପ୍ରୟାସ କରୁଥିବାବେଳେ କୌଣସି କାରଣ ବଶତ ତାଙ୍କ ଦେହରେ ନିଆଁ ଲାଗି ଯାଇଥିଲା । ଏହା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ପ୍ରାଣ ବାୟୁ ଉଡ଼ି ଯାଇଥିଲା । ସେ ଜଣେ ପରୋପକାରୀ ସମାଜସେବୀ ବ୍ୟକ୍ତିତର ଅଧିକାରୀ ଥିବା ବେଳେ ତାଙ୍କର ଅକାଳ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ଅକାଳ ତାଙ୍କ ଘର ଏକ ଗରୀବ ଅସହାୟ ପରିବାର ହୋଇଥିବାରୁ ସରକାରଙ୍କ ତରଫରୁ ଉପଯୁକ୍ତ କ୍ଷତି ପୂରଣ ପ୍ରଦାନ କରିବାକୁ ସାଧାରଣରେ ଦାବି ହୋଇଛି ।
କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ