ନିଆଁ ଦାଉରୁ ରକ୍ଷା ପାଇଁ ସଚେତନ କାର୍ଯ୍ୟକ୍ରମ

କନ୍ଧମାଳ ଜିଲ୍ଲା ଟିକାବାଲି ସେକ୍ସନ, ଟିକାବାଲି ବନାଞ୍ଚଳ, ଫୁଲବାଣୀ ବନଖଣ୍ଡ ଅଧିନସ୍ଥ କଇ଼ଁଝର ପଞ୍ଚାୟତ ରେ ତା ୧୧.୨.୨୫ ରିଖ ଦିନ ଟିକାବାଲି ବନାଞ୍ଚଳ ଅଧିକାରୀ ମାଣିକେଶ୍ଵରୀ ପଟ୍ଟନାୟକ ଙ୍କ ତତ୍ବାବଧାନରେ ବନ ବିଭାଗ ଓଡ଼ିଶା ସରକାର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କରିବାପାଇଁ ସଚେତନ କାର୍ଯ୍ୟକ୍ରମ ରେ ଟିକାବାଲି ବ୍ଲକ କଇ଼ଁଝର ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରୁନୁମା କହଁର ଓ ପାଡାଙ୍ଗି ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଶୁଭସ୍କିତା ପ୍ରଧାନ ଙ୍କ ସମେତ ସମସ୍ତ ଆଦିବାସୀ ପରମ୍ପରା ନୃତ୍ୟ ଗୀତ ଏବଂ ମହିଳା ମାନେ ହାତରେ ଫାକକାଡ ନେଇ ସଚେତନ ପରିକ୍ରମା କାର୍ଯ୍ୟକ୍ରମ ରେ ଟିକାବାଲି ବନାଞ୍ଚଳ ଫରେଷ୍ଟର ଶ୍ରୀଧର ସାହୁ, ବନରକ୍ଷୀ ଅରୁଣ କୁମାର ପାତ୍ର, ଏ ସନ୍ତୋଷ କୁମାର ଓ ପାହାଡ଼ ସ୍ବେଚ୍ଛାସେବୀ ସଂଗଠନ ସୁଡୃକୁମ୍ପା ର ପ୍ରତିନିଧି ସଂଜୟ କୁମାର ମହାପାତ୍ରଙ୍କ ସମେତ ଅଞ୍ଚଳ ର ଲୋକଙ୍କ ଭିଡ଼ ହୋଇଥିବା ସଚେତନ କାର୍ଯ୍ୟକ୍ରମ ସମସ୍ତ ଅଞ୍ଚଳରେ ଚାଲୁ ରହିବ ବୋଲି ବନ ବିଭାଗ ପକ୍ଷରୁ ମତାମତ ମିଳୁଛି।
କନ୍ଧମାଳ ଜିଲ୍ଲା ଇ ପି ଏ ରୁ ପ୍ରମୋଦ କୁମାର ନାୟକ ଓ ବାଲିଗୁଡା ରୁ ମଧୁସ୍ମିତା ନାୟକ ଙ୍କ ରିପୋର୍ଟ