July 1, 2025
Home » ନିଆରା ରକ୍ଷା ବନ୍ଧନ,ବୃକ୍ଷ ରକ୍ଷା ବନ୍ଧନ ଓ ପରିବେଶ ସଚେତନତା ଅଭିଯାନ ଅନୁଷ୍ଠିତ

ନିଆରା ରକ୍ଷା ବନ୍ଧନ,ବୃକ୍ଷ ରକ୍ଷା ବନ୍ଧନ ଓ ପରିବେଶ ସଚେତନତା ଅଭିଯାନ ଅନୁଷ୍ଠିତ

0
WhatsApp Image 2024-08-19 at 5.10.15 PM

 

ବୌଦ୍ଧ —ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଖଲିଆପାଲି ପଂଚାୟତ ଅନ୍ତର୍ଗତ ଝଗୁଡୁପାଲି ଠାରେ ବୃକ୍ଷ ରକ୍ଷା ବନ୍ଦନ ଓ ପରିବେଶ ସଚେତନତା ଅଭିଯାନ ତଥା ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଝଗୁଡୁପାଲି ବନସରଂକ୍ଷଣ ସମିତି ଓ ବନବିଭାଗ ର ମିଳିତ ସହଯୋଗ ରେ ଅନୁଷ୍ଠିତ ହୋଇଯାଇଛି l ମୂଖ୍ୟ ଅତିଥି ଭାବେ ଜ଼ିଲ୍ଲା ପରିଷଦ ସଭ୍ୟା ପଦ୍ମାଳୟା ପ୍ରଧାନ,ସମ୍ମାନିତ ଅତିଥି ଭାବେ ଖଲିଆପାଲି ଗ୍ରା. ପ. ସରପଞ୍ଚ ପ୍ରତିନିଧି ଜେମାକାନ୍ତ ନାୟକ, ଖଲିଆପାଲି ସମିତି ସଭ୍ୟ କେଦାର ସାହୁ,, ବରଗାଁ ସରପଞ୍ଚ ପ୍ରତିନିଧି ପିନାକ ଧର ରଣା, ଏମ. ବି. କେ ଲଷ୍ମୀ ନାୟକ,କଣ୍ଟାମାଲ ବନପାଳ ସୁଶୀଲ ପୁରୋହିତ,ବିଜେପି ର ମଣ୍ଡଳ ସଭାପତି ଅନିଲ ପ୍ରଧାନ, ନିରଞ୍ଜନ କର୍ଣ୍ଣ, ରମାକାନ୍ତ କର୍ମୀ,ଆଦିବାସୀ ନେତା ଡମ୍ବରୁଧର କହଁର , ଶିକ୍ଷକ ନରେଶ କର୍ମୀ ଯୋଗ ଦେଇ ଥିଲେ l

ପ୍ରଥମେ ସମିତି ତରଫରୁ ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଗ୍ରାମ ଜଙ୍ଗଲ ମଧ୍ୟରେ ଥିବା ଗଛ ରେ ଘଣ୍ଟ, ଶଙ୍ଖ, ଧୂପ, ଦୀପ, ରେ ପୂଜା କରାଯାଇଥିଲା l ଅତିଥି ମାନେ ବୃକ୍ଷ ରକ୍ଷା ବନ୍ଧନ ଓ ପରିବେଶ ସୁରକ୍ଷା ବାର୍ତ୍ତା ଦେଇଥିଲେ ଏବଂ ଗ୍ରାମ ବାସୀଙ୍କୁ ଏଭଳି ଜଙ୍ଗଲ ସୁରକ୍ଷା ଓ ବୃକ୍ଷ ରକ୍ଷା ବନ୍ଧନ ଭଳି ମହତ କାର୍ଯ୍ୟ କୁ ଭୁରି ଭୁରି ପ୍ରଶଂସା କରିଥିଲେ l ଏହି କାର୍ଯ୍ୟକ୍ରମ କୁ ଠାକୁର ଚରଣ ନାୟକ ସଂଯୋଜନା କରିଥିଵା ବେଳେ ଗ୍ରାମର ଶତାଧିକ ମହିଳା, ପୁରୁଷ, ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ l କାର୍ଯ୍ୟକ୍ରମକୁ ଅଶୋକ ବସ୍ତିଆ, ଚନ୍ଦ୍ରଶେଖର ନାୟକ, ଏକାମ୍ବ ବାଘ, ଯୁବଲାଲ ଠେଲା ସହଯୋଗ କରିଥିଲେ l

 

ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *