ନିଆଳି ବ୍ଳକରୁ କୋରାପୁଟ ଗୁପ୍ତେଶ୍ୱର ଦର୍ଶନ ପାଇଁ ଯାଇଥିବା ବସ ଦୁର୍ଘଟଣାଗ୍ରସ୍ତ

କୋରାପୁଟ ଜିଲ୍ଲାରେ ଥିବା ତୀର୍ଥସ୍ଥଳୀ ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ଦର୍ଶନ ପାଇଁ କଟକ ଜିଲ୍ଲା ନିଆଳି ବ୍ଳକ ଅଞ୍ଚଳରୁ ଯାଉଥିବା ଏକ ଘରୋଇ ବସ ରବିବାର ଦିନ ଭୋର ୫.୩୦ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସରେ ୫୦ ଯାତ୍ରୀ ଥିବା ବେଳେ ୩୦ ଯାତ୍ରୀଙ୍କ ଆହତ ହୋଇଥିବା ବେଳେ ବସ ତଳେ ଚାପି ହୋଇ 3 ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁକମ୍ପାମୂଳକ ମୃତକମାନଙ୍କ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରି ଥିବା ବେଳେ ଆହତ ସମସ୍ତଙ୍କୁ ମାଗଣାରେ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଘଟଣାରେ ବସ ତଳେ 3 ଜଣ ଚାପି ହୋଇ ମୃତ୍ୟୁ ଘଟିଥିବା ମଧ୍ୟରୁ ୧୨ ବର୍ଷର ଝିଅ ରହିଥିବା ବେଳେ ବେଳେ ୧୦ ବର୍ଷର ପୁଅର ଡାହାଣ ପାର୍ଶ୍ୱରେ ହାତ ଓ ଗୋଡ ସମ୍ପୂର୍ଣ୍ଣ କଟି ଯାଇଛି। ଘଟଣାସ୍ଥଳରେ ବୈପାରିଗୁଡା ପୋଲିସ, ବିଏସଏଫ ଯବାନଙ୍କ ସହ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ମୁତୟନ ହୋଇଛନ୍ତି। ଆଜି ସକାଳେ ଉକ୍ତ ଘୋରେଇ ବସ ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ସୁକନାଳ ଘାଟି (ଡପରିଘାଟି ) ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆହତ ସମସ୍ତଙ୍କୁ ବୈପାରୀଗୁଡ଼ା ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ