ନିଖିଳ ଓଡ଼ିଶା ବିଦ୍ୟୁତ୍ ମଜଦୂର ମହାସଂଘର ଠିକା ବିଦ୍ୟୁତ୍ କର୍ମଚାରୀମାନଙ୍କ ଆନ୍ଦୋଳନ।

ପୁରୀ ଡିଭିଜନ ର ପ୍ରତ୍ୟେକ ଉପଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ବେଆଇନ ଛଟେଇ ଓ ବେଆଇନ ବଦଳି ପ୍ରତିବାଦରେ ଧାରଣା ଦିଆଯାଇଛି। ଆଜକୁ ପ୍ରାୟ ୧୦ ରୁ ୧୨ ବର୍ଷ ଧରି ବିଦ୍ୟୁତ୍ କ୍ଷେତ୍ରରେ ଏହି କର୍ମଚାରୀମାନେ କାମ କରିଆସୁଛନ୍ତି। କିନ୍ତୁ ଟାଟା ପାୱାର ମାତ୍ର ୪ ବର୍ଷ ହେବ ଓଡ଼ିଶାକୁ ଆସି ଓଡ଼ିଶାର ଠିକା ବିଦ୍ୟୁତ୍ କର୍ମଚାରୀ ମାନଙ୍କୁ ଅକଥନୀୟ ଅତ୍ୟାଚାର କରୁଛି। ଆଠଗଡ଼, କେନ୍ଦ୍ରାପଡ଼ା ଓ ମାର୍ଶାଘାଇ ଡିଭିଜନର କିଛି ଠିକା ବିଦ୍ୟୁତ୍ କର୍ମଚାରୀ ମାନଙ୍କୁ ଅନ୍ୟାୟ ଭାବରେ ୮୦ କିଲୋମିଟର ବଦଳି କରିଛନ୍ତି।ଏହାର ପ୍ରତିବାଦରେ ଟିପିସିଓଡିଏଲ ଅଧିନରେ ଥିବା ପ୍ରତ୍ୟେକ ଡିଭିଜନର ବିଦ୍ୟୁତ୍ ଉପଖଣ୍ଡରେ ଧାରଣା ଦିଆଯାଇଛି। ଏହାକୁ ନେଇ ଟାଟା ପାୱାର ଯଦି ଅନ୍ୟାୟ ଭାବରେ ବଦଳି କରେଇ ଥିବା ଠିକା ବିଦ୍ୟୁତ୍ କର୍ମଚାରୀ ମାନଙ୍କର ବଦଳିକୁ ପୁର୍ଣ୍ଣ ବିଚାର ନକରେ, ତେବେ ଆଗାମୀ ଦିନରେ ଏହା ଏକ ଜନ ଆନ୍ଦୋଳନର ରୁପନେବ। ଏହାକୁ ପ୍ରତିବାଦକାରୀ ପୁରୀ ଡିଭିଜନରେ ଧାରଣା ଦିଆଯାଇଛି।ଏହି ଧାରଣାକୁ ପୁରୀ ଡିଭିଜନର ପ୍ରତ୍ୟେକ ଠିକା ବିଦ୍ୟୁତ୍ କର୍ମଚାରୀ ମାନେ ସମର୍ଥନ କରିଛନ୍ତି। ଏହି ଆନ୍ଦୋଳନ ରେ ନିଖିଳ ଓଡ଼ିଶା ବିଦ୍ୟୁତ୍ ମଜଦୂର ମହାସଂଘର ଜିଲ୍ଲା ସମ୍ପାଦକ ବସନ୍ତ କୁମାର ପଲାଇ, ସୁରେନ୍ଦ୍ର ରାଉତ,ଉଦୟ ନାଥ ପ୍ରଧାନ, ସିଦ୍ଧେଶ୍ଵର ମହାପାତ୍ର ଓ ସ୍ୱରୂପ କୁମାର ମହାପାତ୍ର ଇତ୍ୟାଦି ଯୋଗ ଦେଇଥିଲେ ।
puri epa ru soubhagya pattanayak nka report