ନିଜ ବନ୍ଧୁଙ୍କ ଦାମ୍ପତ୍ୟ ଗଣ୍ଡଗୋଳରେ ହସ୍ତକ୍ଷେପ କରିବାଯୋଗୁଁ ସାଙ୍ଗକୁ ହତ୍ୟା କଲେ
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ମେଣ୍ଡାମାଲ ଠାରେ ହୋଇଥିବା ଅଜିତ ଖଣ୍ଡଗିରି ହତ୍ୟା ଘଟଣାକୁ ନେଇ ପୋଲିସ ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛି । ନିଜ ବନ୍ଧୁଙ୍କ ଦାମ୍ପତ୍ୟ ଗଣ୍ଡଗୋଳ ତଥା ଘରୋଇ ହିଂସାରେ ହସ୍ତକ୍ଷେପ ଯୋଗୁଁ ଉକ୍ତ ହତ୍ୟାକାଣ୍ଡ ହୋଇଥିବା ପୋଲିସ ପ୍ରକାଶ କରିଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦେବେନ୍ଦ୍ର ପାତ୍ରଙ୍କ ସହ ଆଉ କିଛି ବ୍ୟକ୍ତି ସାମିଲ ଥିବା ପୋଲିସ କହିଛି। ହତ୍ୟା କାଣ୍ଡରେ ବ୍ୟବହୃତ ଟାଙ୍ଗିଆ , ଲାଠି ଓ ଏକ ମୋଟର ସାଇକଲ ନମ୍ବର ଓ ଡି ୧୨- ଇ ୧୧୮୯କୁ ଜବତ କରାଯାଇଛି। ବୀରମହାରାଜପୁର ଥାନାରେ ଏସଡିପିଓ ହେମନ୍ତ ରାଓ , ଆଇଆଇସି ତଥା ତଦନ୍ତ କାରୀ ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀଙ୍କ ଉପସ୍ଥିତିରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କେ. ହରିପ୍ରସାଦ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ଏହି ସୂଚନା ଦେଇଛନ୍ତି। ପୋଲିସର ସୂଚନା ଅନୁସାରେ ମୁଖ୍ୟ ଅଭିଯୁକ୍ତ ଦେବେନ୍ଦ୍ର ପାତ୍ରଙ୍କ ଭଉଣୀକୁ ବଡ଼ଖମାର ( ଛନ୍ଦ ସାହି) ଗ୍ରାମର କିଶୋର ଛନ୍ଦ ବିବାହ କରିଥିଲେ । କିଶୋର ଓ ତାଙ୍କ ପତ୍ନୀଙ୍କ ସହିତ ବୈବାହିକ ଗଣ୍ଡଗୋଳ ରହିଥିଲା । ସେମାନଙ୍କ ମଧ୍ୟରେ ଘରୋଇ ହିଂସା ମଧ୍ୟ ଦେଖାଦେଇଥିଲା । ମୃତ ଅଜିତ ଖଣ୍ଡଗିରି ଓ କିଶୋର ଛନ୍ଦ ଉଭୟ ବାଲ୍ୟ ବନ୍ଧୁ ଥିଲେ । ତେଣୁ ମୃତ ଅଜିତ ଖଣ୍ଡଗିରି ସେମାନଙ୍କ ବୈବାହିକ ଗଣ୍ଡଗୋଳର ସମାଧାନ ପାଇଁ ହସ୍ତକ୍ଷେପ କରୁଥିଲେ। ମୃତ ଅଜିତ ଖଣ୍ଡଗିରି ବିଭିନ୍ନ ସମୟରେ ମୁଖ୍ୟ ଅଭିଯୁକ୍ତ ଦେବେନ୍ଦ୍ର ପାତ୍ର ଓ ଅନ୍ୟ ମାନଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହିତ ଧମକ ଚମକ ଦେଉଥିଲା । ଘଟଣା ଦିନ ସନ୍ଧ୍ୟାରେ ଉଭୟ ଦେବେନ୍ଦ୍ର ପାତ୍ର ଓ ମୃତ ଅଜିତ ଖଣ୍ଡଗିରିଙ୍କ ମଧ୍ୟରେ ମୋବାଇଲ ଫୋନ ମାଧ୍ୟମରେ ଯୁକ୍ତି ତର୍କ ହୋଇ ଉଭୟେ ଉଭୟଙ୍କୁ ଚାଲେଞ୍ଜ କରିଥିଲେ । ସେହିଦିନ ଅର୍ଥାତ ଅଗଷ୍ଟ 29 ତାରିଖ ରାତି ୯.୩୦ ମିନିଟ ସମୟରେ ମୃତ ଅଜିତ ଖଣ୍ଡଗିରିଙ୍କ ସହିତ ସୂର୍ଯ୍ୟ ପ୍ରଧାନ , କିଶୋର ଛନ୍ଦ ଓ ହେମନ୍ତ ପ୍ରଧାନ ମେଣ୍ଡାମାଲ ଗ୍ରାମକୁ ଯାଇଥିଲେ । ସେତେବେଳେ ମୃତ ଅଜିତ ଖଣ୍ଡଗିରି ଓ ସୂର୍ଯ୍ୟ ପ୍ରଧାନ ମେଣ୍ଡାମାଲ ଗାଁରେ ପହଞ୍ଚିଥିଲେ। ଆଗରୁ ମାରଣାସ୍ତ୍ର ସହିତ ସଜାଗ ଥିବା ମେଣ୍ଡାମାଲ ଗ୍ରାମର ଅଭିଯୁକ୍ତ ଦେବେନ୍ଦ୍ର ପାତ୍ର, ରାଜେନ୍ଦ୍ର ପାତ୍ର, ସୁରେନ୍ଦ୍ର ପାତ୍ର , ଲକ୍ଷ୍ମଣ ପାତ୍ର ଓ ଦୁସୁ ପାତ୍ର ମୃତ ଅଜିତ ଖଣ୍ଡଗିରି ଓ ସୂର୍ଯ୍ୟ ପ୍ରଧାନକୁ ଟାଙ୍ଗିଆ ଓ ଅନ୍ୟାନ୍ୟ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ଅଜିତ ଖଣ୍ଡଗିରିଙ୍କ ମୃତ୍ୟୁ ହୋଇଥିବା ବେଳେ ସୂର୍ଯ୍ୟ ପ୍ରଧାନ ଗୁରୁତର ଭାବରେ ଆହତ ହୋଇଥିଲେ। ଘଟଣା ପରେ ସମସ୍ତ ଅଭିଯୁକ୍ତ ଗିରଫ ଭୟରେ ଫେରାର ମାରିଥିଲେ। ସେହିଦିନ ରାତିରେ ଅଭିଯୁକ୍ତ ରାଜେନ୍ଦ୍ର ପାତ୍ର ଓ ସୁରେନ୍ଦ୍ର ପାତ୍ର ଜାମଗାଁ ରେ ନିଜ ଭିଣୋଇ ସୁରେଶ ମହାକୁର ଘରେ ରହିଥିଲେ। ସକାଳେ ଉଭୟ ଅଭିଯୁକ୍ତ ରାଜେନ୍ଦ୍ର ପାତ୍ର ଓ ସୁରେନ୍ଦ୍ର ପାତ୍ରକୁ ଫେରାର କରିବା ପାଇଁ ତାଙ୍କ ଭିଣୋଇ ସୁରେଶ ମହାକୁର ଉଲୁଣ୍ଡା ବ୍ଲକ ପୋଢ଼ଟିକ୍ରା ଠାରେ ଛାଡ଼ିଦେଇଥିଲେ । ସୁରେଶ ମହାକୁର , ରାଜେନ୍ଦ୍ର ପାତ୍ରଙ୍କ ମୋଟର ସାଇକେଲକୁ ଆଣି ତାଙ୍କ ପୁତୁରା କାଳିଆ ପାତ୍ରଙ୍କ ଘରେ ରଖି ଦେଇଥିଲେ । ସେହି ମୋଟର ସାଇକଲକୁ ପୋଲିସ ଜବତ କରିଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦେବେନ୍ଦ୍ର ପାତ୍ର ମାନ୍ୟବର କୋର୍ଟରେ ଆତ୍ମ ସମର୍ପଣ କରିଥିବା ବେଳେ ଜଣେ ନାବାଳକ ସମେତ ୨ ଜଣ ଲକ୍ଷ୍ମଣ ପାତ୍ର ଓ ସୁରେଶ ମହାକୁରଙ୍କୁ ପୋଲିସ ଗିରଫ କରିବା ପରେ ଏବେ ଜେଲରେ ରହିଛନ୍ତି । ସୋମବାର ଦିନ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ରିମାଣ୍ଡରେ ଆଣି ତଦନ୍ତ କରିଥିଲା । ତଦନ୍ତ ସମୟରେ ଅଭିଯୁକ୍ତ ପୋଖରୀ ରେଟାଙ୍ଗିଆ କୁ ଫିଙ୍ଗି ଥିବା ସୂଚନା ଦେବା ପରେ ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ କୁ ଗାଁ ପୋଖରୀ ରୁ ଉଦ୍ଧାର କରାଯାଇଥିବା ପୋଲିସ ପ୍ରକାଶ କରିଛି । ଘଟଣା ରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ପ୍ରକାଶ କରିଛି ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ.
