October 23, 2025
Home » ନିଦାବିଷ୍ଣୁ ସାଜିଛି ପ୍ରଶାସନ , ଦୁର୍ଘଟଣା କୁ ଆମନ୍ତ୍ରଣ କରୁଛି ଗୁରୁମହାରାଜ କମ୍ପାନୀ

ନିଦାବିଷ୍ଣୁ ସାଜିଛି ପ୍ରଶାସନ , ଦୁର୍ଘଟଣା କୁ ଆମନ୍ତ୍ରଣ କରୁଛି ଗୁରୁମହାରାଜ କମ୍ପାନୀ

0
WhatsApp Image 2025-04-28 at 11.43.51 AM

ଯୋଡ଼ା- କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣିମଣ୍ଡଳ ସ୍ଥିତ ୫୨୦ ନମ୍ବର ଜାତୀୟ ରାଜପଥ ରେ ଏବେ  ତୀଵ୍ର ଗତିରେ ବଡ଼ ବଡ଼ କମ୍ପାନୀ ମାନଙ୍କର ସ୍ଲରି ପାଇପ ଲାଇନ କାମ ଚାଲୁଥିବା ବେଳେ ଠିକା ସଂସ୍ଥା ଗୁରୁମହାରାଜ  କମ୍ପାନୀ ବେଧଡକ ଭାବେ କାହାକୁ ଖାତିର ନ କରି ରାଜରାସ୍ତା ଅଵରୋଧ କରି ଚଳେଇଛି ସ୍ଲରି ପାଇପ ଲାଇନ କାମ।ସୂଚନାଯୋଗ୍ୟ ଯେ ଜେ. ଏସ.ଡବ୍ଲ୍ୟୁ  କମ୍ପାନୀ ର ପାଇପ ଲାଇନ ବିଛେଇବା ପାଇଁ ଠିକା ସଂସ୍ଥା ଗୁରୁମହାରାଜ ନାମକ ଏକ କମ୍ପାନୀ ହାତକୁ ନେଇଛି।ତେବେ  କମ୍ପାନୀ ସ୍ଲରି ପାଇପ କାମକୁ ତରବରିଆ ଭାବେ ସାରିବା ପାଇଁ  ୫୨୦ ନମ୍ବର ଜାତୀୟ ରାଜପଥକୁ ମନ ମୁତାବକ ବେଆଇନ ଭାବେ ଅଵରୋଧ କରି ପାଇପ ଲାଇନ କାମ କରୁଥିବାର ବାରମ୍ବାର ଦେଖିବାକୁ ମିଳୁଛି।ଯାହା ଫଳରେ ରାସ୍ତାରେ ଯାଉଥିବା ଗାଡି ଗୁଡିକ ବହୁସମୟ  ଧରି ରାସ୍ତା ଉପରେ ଅଟକ ରହୁଛନ୍ତି।ଏପରିକି ରାସ୍ତା ରେ ସୁରକ୍ଷା ଦୃଷ୍ଟିରୁ ବ୍ୟାରିକେଡ  ଟିଏ ହେଲେ ଲଗାଯାଉ ନାହିଁ। ସ୍ଥିତି ଏପରି ଯେ ପ୍ରତ୍ୟେକ ଦିନ ରାସ୍ତାରେ ଛୋଟ ବଡ଼ ଦୁର୍ଘଟଣା ଦେଖିବାକୁ ମିଳୁଛି ଯାହା ପାଇଁ ଗୁରୁମହାରାଜ କମ୍ପାନୀ ଦାୟୀ ବୋଲି ଲୋକେ ଅଭିଯୋଗ ଆଣିଛନ୍ତି। ଏ ସମ୍ପର୍କରେ ଲୋକେ ପ୍ରଶାସନ ଙ୍କ ନିକଟରେ ପୂର୍ବରୁ  ବହୁବାର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କର୍ଣ୍ଣପାତ କରୁନାହାନ୍ତି ବୋଲି ଲୋକେ କହିଛନ୍ତି।ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ଯେ ଗୁରୁମହାରାଜ କମ୍ପାନୀ ପାଇପ ଲାଇନ କାମ ଆଡ଼ରେ ଅନୁମତି ପ୍ରାପ୍ତ ହୋଇଥିବା ଠାରୁ ୨ ରୁ ୩ ଗୁଣ  ଅଧିକ ମୂଲ୍ୟବାନ  ଗଛ କାଟିସଫା କରିଦେଇଛି ଯାହା ତଦନ୍ତ ସ୍ଵକ୍ଷେପ।ନିକଟରେ ପାଇପ ଲାଇନ କାମ କରୁଥିବା ସମୟରେ ଟଣ୍ଟ ନିକଟରେ ବସୁଧା ପାଣି ପାଇପ କୁ ଫଟାଇ  କମ୍ପାନୀ କଥାଟିକୁ ଚାପିଦେବାପାଇଁ ଉଦ୍ୟମ କରିଥିଲା।ଯାହାଫଳରେ ପାନୀୟଜଳ ପାଇଁ  ଗ୍ରାମବାସୀ ମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ବୋଲି   ଅଭିଯୋଗ କରିଛନ୍ତି।  ସେହିପରି ରୁଗୁଡି ଜଙ୍ଗଲ ଅଞ୍ଚଳରେ ଥିବା ହାତୀ ଚଲାପଥ ନିକଟରେ ଦେଖିବାକୁ ମିଳିଛି ଯେ  କମ୍ପାନୀ ପାଇପ ପାଇଁ  ୧୦ ରୁ ୧୨ ଫୁଟ ଗାତ ଖୋଳି  ବିପଦ ସଂକୁଳ ଅବସ୍ଥାରେ ଖୋଲା  ଛାଡିଦେଇଛି। ଏଭଳି ପରିସ୍ଥିତି ରେ ଯଦି ହାତୀ ଏବଂ ଅନ୍ୟ ବନ୍ୟଜନ୍ତୁ ମାନେ ରାସ୍ତା ଅତିକ୍ରମ କରନ୍ତି  ତାହାଲେ ଖାଲରେ ପୋଡିବାର ମଧ୍ୟ ସମ୍ଭାବନା ରହିଛି । ତେବେ ଏହିସବୁ ଘଟଣା ସମ୍ପର୍କରେ ଗୁରୁମହାରାଜ କମ୍ପାନୀ କର୍ତ୍ତୃପକ୍ଷ ଙ୍କୁ ବହୁବାର  ଯୋଗାଯୋଗ କରିବାରୁ ସେ କୌଣସି ଉତ୍ତର ନ  ଦେଇ ମନମୁତାବକ କାମ କରିଚାଲିଥିବାର ଦେଖିବାକୁ ମିଳିଛି।

କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ୍ ।

Leave a Reply

Your email address will not be published. Required fields are marked *