July 5, 2025
Home » ନିଫା ତରଫରୁ ଆୟୋଜିତ ହେବା ବିଶ୍ଵ ର ବୃହତ୍ ରକ୍ତଦାନ ଶିବିର

ନିଫା ତରଫରୁ ଆୟୋଜିତ ହେବା ବିଶ୍ଵ ର ବୃହତ୍ ରକ୍ତଦାନ ଶିବିର

0
WhatsApp Image 2025-02-24 at 12.08.36 PM (1)

ସୁବର୍ଣ୍ଣପୁର -= ଭାରତ ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଫl ( ଏନ. ଆଇ. ଏଫ୍. ଏ. ଏ.) ତରଫରୁ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ଏକ ବିରାଟ ରକ୍ତଦାନ ଶିବିର ଆୟୋଜନ ହେବାକୁ ଯାଉଛି l ଆଗାମୀ ମାର୍ଚ୍ଚ ମାସ ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ସହିଦ ଦିବସ ଅବସରରେ ସମଗ୍ର ଦେଶରେ ୮୦୦ ଟି ଜିଲ୍ଲା ରେ ନିଫl ଅନୁଷ୍ଠାନ ଆନୁକୁଲ୍ୟରେ ରକ୍ତଦାନ ଶିବିର ଆୟୋଜିତ ହୋଇ ୧୫୦୦୦୦ ୟୁନିଟ ରକ୍ତ ସଂଗ୍ରହ ହେବ। ଦେଶରେ କାର୍ଯ୍ୟରତ ବିଭିନ୍ନ ସ୍ବେଛାସେବୀ ସଂଗଠନ, ରକ୍ତଦାତା ସଂଘ ଏବଂ ଭାରତୀୟ ରେଡକ୍ରସ ସୋସାଇଟି ସହଯୋଗ ରେ ଅନୁଷ୍ଠିତ ଏହି ମହାନ କାର୍ଯ୍ୟକ୍ରମ ରେ ସମସ୍ତଙ୍କୁ ସାମିଲ ହେବା ପାଇଁ ନିବେଦନ କରାଯାଇଛି। ଏ ସମ୍ପର୍କରେ ବୌଦ୍ଧ ଠାରେ ନିଫl ର ରାଜ୍ୟ ଶାଖା ଆନୁକୁଲ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ସଂବେଦନl- ୨ ନାମରେ ଏହି କାର୍ଯ୍ୟକ୍ରମ ଦେଶରେ ଆୟୋଜିତ ହେବ।ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କାର୍ଯ୍ୟକ୍ରମ ସଂଯୋଜକ ଡ଼. ପ୍ରବୀର୍ କୁମାର ଦାସ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଆଭିମୁଖ୍ୟ ବିଷୟରେ କହି ରକ୍ତଦାନ କିପରି ଜୀବନ ଦାନ ଦିଏ ସେ ବିଷୟରେ ବକ୍ତବ୍ୟ ରଖିଥିଲେ ।ଚଳିତ ବର୍ଷ ଏହି ରକ୍ତଦାନ କାର୍ଯ୍ୟକ୍ରମ ରେ ରାଜ୍ୟ ର ୩୦ ଗୋଟି ଜିଲ୍ଲା ର ୭୦ ଟି ସ୍ଥାନରେ ଅନୁଷ୍ଠିତ ହୋଇ ପ୍ରାୟ ୪୦୦୦ ୟୁନିଟ ରକ୍ତ ସଂଗୃହୀତ ହେବ ବୋଲି କହିଥିଲେ l ଦେଶରେ ରକ୍ତଦାନ କ୍ଷେତ୍ର ରେ ଏହା ଏକ ବିଶ୍ବ ରେକର୍ଡ ସ୍ଥାପନ କରି ଦେଶର ସମ୍ମାନ ବଢ଼ାଇବାରେ ସହାୟକ ହେବ। ନିଫl ର ଓଡ଼ିଶା ସଭାପତି ଶ୍ରୀ ଜ୍ଞାନ ଚାନ୍ଦ ଶତପଥୀ କାର୍ଯ୍ୟକ୍ରମ ର ସଫଳତା ପାଇଁ ସମସ୍ତଙ୍କ ସାହାଯ୍ୟ ଆବଶ୍ୟକ ଓ ଏହାଦ୍ୱାରା ଅନେକ ଲୋକଙ୍କ ଜୀବନ ରକ୍ଷା ହୋଇପାରିବ ବୋଲି କହିଥିଲେ। ଅନୁଷ୍ଠାନ ର ରାଜ୍ୟ କୋଷାଧ୍ୟକ୍ଷ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀ ବସନ୍ତ କୁମାର ସାହୁ ଏଭଳି ଏକ ମହାନ୍ କାର୍ଯ୍ୟରେ ଏହି ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚlଇବା ଏବଂ ଏ ଦିଗରେ ଗଣମାଧ୍ୟମ ର ଭୂମିକା ସବୁଠାରୁ ଅଧିକ ବୋଲି କହିଥିଲେ। ଶେଷରେ ସମସ୍ତଙ୍କ ସହଯୋଗ କାମନା କରି ଧନ୍ୟବାଦ୍ ଜଣାଇଥିଲେ।ପ୍ରାରମ୍ଭରେ ମିଡ଼ିଆ ସଂଯୋଜକ ଶ୍ରୀ ସରୋଜ କୁମାର ସାହୁ ସ୍ବାଗତ ଭାଷଣ ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାରେ କାର୍ଯ୍ୟରତ ଅନେକ ପ୍ରତିଷ୍ଠିତ ଗଣମାଧ୍ୟମ ର ପ୍ରତିନିଧି ଯୋଗଦେଇ ନିଜ ନିଜ ମୂଲ୍ୟବାନ ମନ୍ତବ୍ୟ ପ୍ରଦାନ କରିଥିଲେ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *