July 16, 2025
Home » ନିବୃତ୍ତି ଯୋର ପୋଲ ଵିପଦସଙ୍କୁଳ

ନିବୃତ୍ତି ଯୋର ପୋଲ ଵିପଦସଙ୍କୁଳ

0
WhatsApp Image 2025-07-07 at 3.47.48 PM

ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକ ତୁଲୁଣ୍ଡା ପଞ୍ଚାୟତର ନର୍ଡା ଠାରୁ ନାଁଧରା ମଧ୍ୟରେ ଥିବା ନିବୃତ୍ତି ଯୋର ପୋଲ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି।ପୋଲ ଉପରେ ଯାତାୟାତ କରିଵା ବିପଦପୂର୍ଣ୍ଣ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏହି ପୋଲଟି ପ୍ରାୟ ୧୦ ବର୍ଷ ତଳେ ନିର୍ମାଣ କରାଯାଇଥିଲା। ଏହି ରାସ୍ତା ଦେଇ ପଡୋଶୀ ଜିଲ୍ଲା ବଲାଙ୍ଗୀର ସହରକୁ ସଂଯୋଗ ସ୍ଥାପନ ହେଉଛି।ଏ‌ହି ଅଞ୍ଚଳର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଚୁଡାଖାଇ ପାହାଡ଼ ସହିତ ମଧ୍ୟ ଯୋଗାଯୋଗ ସୁଗମ ହୋଇପାରୁଛି।

କିନ୍ତୁ ଗତ ୨୦୧୯ ମସିହାରେ ଘଟିଥିବା ବନ୍ୟା ପରିସ୍ଥିତି ଯୋଗୁଁ ପୋଲର ସୁରକ୍ଷା ବାଡ଼ ଭାଙ୍ଗିଯାଇଛି ଏବଂ ପୋଲର ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ବିଭିନ୍ନ ସ୍ଥାନରେ କଂକ୍ରିଟ ଉପୁଡ଼ି ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ସେଥିପାଇଁ ଦୈନନ୍ଦିନ ଏହି ପୋଲ ଉପରେ ଛୋଟ ବଡ ଦୁର୍ଘଟଣା ଘଟୁଛି। ଏହି ପୋଲଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ଥ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ଏହାର ମରାମତି କରାଯାଉନାହିଁ। ଏଣୁ ତୁରନ୍ତ ପୋଲର ସୁରକ୍ଷା ବାଡ଼ ନିର୍ମାଣ କରିବା ସହ ଗର୍ତ୍ତ ଗୁଡ଼ିକୁ ମରାମତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *