ନିମାପଡ଼ା ମହାବିଦ୍ୟାଳୟ ରେ ରକ୍ତଦାନ ଶିବିର ଅନୁଷ୍ଠିତ
ନିମାପଡ଼ା,: ଭାରତୀୟ ରେଡକ୍ରସ ପରିବାର ଓ ନିମାପଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା, ସମର ଶିକ୍ଷାର୍ଥୀ ବାହିନୀ, ଯୁବ ରେଡ୍ କ୍ରସ୍ ର ମିଳିତ ଆନକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହାର ଉଦଘାଟନୀ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଅମିତା ମହାନାୟକ, ପ୍ରଶାସନିକ ଅଧିକାରୀ ଡ ରବୀନ୍ଦ୍ର ନାଥ ପାଢ଼ୀ ଯୋଗ ଦେଇ ରକ୍ଟଦାନ ଏକ ମହତ ଦାନ ଏଥିପାଇଁ ଯୁବ ପୀଢ଼ି ମାନେ ଆଗେଇ ଆସି ମୃତ୍ୟୁମୁଖରେ ପଡ଼ିବାକୁ ଯାଉଥିବା ଅନେକ ଜୀବନ କୁ ବଞ୍ଚାଯାଇପାରିବ, ଆହ୍ବାନ ଦେଇଥିଲେ।ଏହି ଶିବିର ପରିଚାଳନା କରିଥିଲେ ଡ ମମତା ସାହୁ,ଡ ବିଷ୍ଣୁ ପ୍ରସାଦ ସାହୁ, ସୁବ୍ରତ କୁମାର ମହାନ୍ତି, ପ୍ରେମରଜ ଗହୀର । ଏଥିରେ ୭୨ ଜଣ ସ୍ଵେଚ୍ଛାସେବୀ ରକ୍ତଦାନ କରିଥିଲେ।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
