ନିମାପଡା ପ୍ରେସ୍ କ୍ଳବର ପ୍ରଥମ ବୈଠକ

ସ୍ଥାନୀୟ ପୂର୍ତବିଭାଗ ଡାକ ବଙ୍ଗଳାଠାରେ ନିମାପଡା ପ୍ରେସ କ୍ଲବର ପ୍ରଥମ ବୈଠକ ସଭାପତି ଅକ୍ଷୟ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସଭାକାର୍ଯ୍ୟ ପ୍ରାରମ୍ଭରୁ ପୁରୀ ଜିଲ୍ଳା ପେସାଦାର ସଂଘ ସଭାପତି ସ୍ୱର୍ଗତ ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା। ଉପଦେଷ୍ଟା ଭାବେ ବରିଷ୍ଠ ସାମ୍ବାଦିକ ଶରତ କୁମାର ସେନାପତି, ଶକ୍ତି ପ୍ରସାଦ ରଥ, ସୁକାନ୍ତ କର, ଚିତରଂଜନ ମହାନ୍ତି, ମାନସ କୁମାର ଦାସ ଏବଂ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବେ ରଂଜନ କୁମାର ପଟ୍ଟନାୟକ, ପ୍ରଫୁଲ୍ଲ କୁମାର କର, ପ୍ରତାପ କୁମାର ପଣ୍ଡା, ବ୍ରହ୍ମାନନ୍ଦ ସ୍ୱାଇଁ ଓ ନିବେଦିତା ମିଶ୍ରଙ୍କୁ ମନୋନୀତ କରାଯାଇଛି। ପ୍ରେସ୍ କ୍ଳବ ପକ୍ଷରୁ ଆସନ୍ତା ୧୯ ତାରିଖରେ ନିମାପଡା ଠାରେ ପଖାଳ ଦିବସ ପାଳନ କରାଯିବା ପାଇଁ ସହ ସମ୍ପାଦକ ଅଶୋକ କୁମାର ବେହେରା ଏକ ପ୍ରସ୍ତାବ ଆଗତ କରିବା ପରେ ପଖାଳ ବୈଠକରେ ଉପ-ସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସମ୍ପାଦକ ରମାକାନ୍ତ ବେହେରା, ସଂଗଠନ ସମ୍ପାଦକ ସୁଦର୍ଶନ ବେହେରା, ରଂଜନ କୁମାର ଦାସଙ୍କ ସମେତ ୨୦ ରୁ ଉର୍ଦ୍ଧ ସଦସ୍ୟ ଉପସ୍ଥିତ ଥିଲେ।