September 21, 2024
Home » ନିରାଶ୍ରୟଙ୍କ ରାତ୍ରୀ ଆଶ୍ରୟସ୍ଥଳୀ ପାଲଟିଛି ସିଂହ ଦ୍ଵାର

ନିରାଶ୍ରୟଙ୍କ ରାତ୍ରୀ ଆଶ୍ରୟସ୍ଥଳୀ ପାଲଟିଛି ସିଂହ ଦ୍ଵାର

0

ପୁରୀ ସହର ଆନ୍ତର୍ଜାତିକ ଓ ପ୍ରମୁଖ ତୀର୍ଥସ୍ଥଳୀ ଭାବେ ଖ୍ୟାତିଲାଭ କରିଥିବାବେଳେ ଏଠାକୁ ଯେଉଁ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ତୀର୍ଥଯାତ୍ରୀ ଓ ପର୍ଯ୍ୟଟକମାନେ ମହାପ୍ରଭୁଙ୍କୁ ଦର୍ଶନ କରିବାପାଇଁ ଆସିଥାନ୍ତି କିନ୍ତୁ ସେମାଙ୍କପାଇଁ ଶୋଳ୍ପ ମୂଲ୍ୟରେ ରାତ୍ରୀ ଯାପନ କରିବାପାଇଁ କୌଣସି ବ୍ୟବସ୍ଥା ନଥିବାଯୋଗୁ ମୁକ୍ତଆକାଶ ତଳେ ସିଂହ ଦ୍ଵାର ଆଜି ସାଜିଛି ସାହାରା l

ପୂର୍ବରୁ ତୀର୍ଥଯାତ୍ରୀ, ସାଧୁ ସନ୍ଥ, ବିଦ୍ୟାର୍ଥୀ ମାନେ ଆମ ଏ ସହରରେ ଥିବା ବିଭିର୍ଣ୍ଣ ମଠବାଡି ଓ ଧର୍ମଶାଲା ଗୁଡିକରେ ଆଶ୍ରୟ ନେଇପାରୁଥିଲେ କିନ୍ତୁ ଆଜି ସେପ୍ରକାର ସୁବିଧାରୁ ସେମାନେ ବଞ୍ଚିତହେଉଥିବା କୁହାଯାଉଛି l ଯେଉଁ କେତେକ ମଠ, ଧର୍ମଶାଲା ରହିଛି ସେଗୁଡିକ ସମ୍ପୂର୍ଣ ବ୍ୟବସାୟିକ କେନ୍ଦ୍ରରେ ପରିଣତ ହୋଇଥିବା ଅଭିଯୋଗ ହେଉଛି l ଶ୍ରୀକ୍ଷେତ୍ରକୁ ଅଧିକ ଆକର୍ଷିତ କରିବାପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକlରିହେଲା ଆଜି ସେଇ ଚତୁର୍ପାସ୍ବପ୍ରକଳ୍ପର ରାସ୍ତା ସେମାନଙ୍କ ପାଇଁ ଆଶ୍ରୟସ୍ଥଳୀ ପାଲଟିଛି, ଆମାସରକାର ବର୍ତମାନେ ମଧ୍ୟବିତ୍ତ ଓ ନିମ୍ନମଧ୍ୟବିତ୍ତ ଶ୍ରେଣୀର ତୀର୍ଥଯାତ୍ରୀ ଓ ପର୍ଯ୍ୟଟକଙ୍କପାଇଁରାତ୍ରିଯାପନର ଆଶ୍ରୟସ୍ଥଳୀ ବ୍ୟବସ୍ଥା କରିବାକୁ ସବୁ ମହଳରୁ ଦାବି ହଉଛି

 

ପୁରୀ ଇପିଏ ରୁ ବିଜୟ ପଟନାୟକଙ୍କ ସହ ଫୋଟୋଗ୍ରାଫର ମହେନ୍ଦ୍ର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *