February 3, 2026
Home » ନିର୍ବାଚନୀ ସାକ୍ଷରତା କ୍ଲବ୍ ଗଠନର ପ୍ରସ୍ତୁତି ବୈଠକ

ନିର୍ବାଚନୀ ସାକ୍ଷରତା କ୍ଲବ୍ ଗଠନର ପ୍ରସ୍ତୁତି ବୈଠକ

0
WhatsApp Image 2025-12-16 at 4.34.33 PM

କଳାହାଣ୍ଡି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ପାଞ୍ଚଗୋଟି ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ, ଜିଲ୍ଲା ଶିକ୍ଷା ଅଧିକାରୀ, କଳାହାଣ୍ଡି ଏବଂ ସ୍ବୀକୃତିବପ୍ରାପ୍ତ ରାଜନୈତିକ ଦଳର ସଭାପତି ଓ ସମ୍ପାଦକଙ୍କ ଉପସ୍ଥିତିରେ ନିର୍ବାଚନ ସମ୍ବନ୍ଧୀୟ ବୈଠକ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଉପସ୍ଥିତ ସମସ୍ତ ସଭ୍ୟ ସଭ୍ୟାଙ୍କୁ ସ୍ବାଗତ କରି ଭୋଟରଙ୍କ ସଚେତନ ନିମନ୍ତେ ନିର୍ବାଚନୀ ସାକ୍ଷରତା କ୍ଲବ୍(Electoral literacy club) ଗଠନ ପାଇଁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ କଲେଜର ଅଧ୍ୟକ୍ଷ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ନିର୍ଦେଶ ଦେଇଥିଲେ। ସମସ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କୁ ଫର୍ମ ପ୍ରକ୍ରିୟାକରଣ, ବୁକ-ଏ-କଲ ଓ ଭୋଟରଙ୍କ ମ୍ୟାପିଙ୍ଗରେ ଉନ୍ନତି ଆଣିବା ପାଇଁ ନିର୍ଦେଶ ଦେଇଥିଲେ।ଏହାପରେ କଳାହାଣ୍ଡି ଜିଲ୍ଲାରେ ନୂତନ ଭାବେ ଗଠିତ ହୋଇଥିବା ୨୯୨ ଗୋଟି ଭୋଟ ଗ୍ରହଣ କେନ୍ଦ୍ର ବିଷୟରେ ସମସ୍ତ ରାଜନୈତିକ ଦଳର ସଭାପତି ଓ ସମ୍ପାଦକ ମାନଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଏହାର ଏକ ନକଲ ସଭାପତି ଓ ସମ୍ପାଦକ ମାନଙ୍କୁ ଦିଆଗଲା।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ,ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବଇତୁରା ଦୀପ, ମୁଖ୍ୟ ଉନ୍ନୟନ ଆଦିକାରୀ ଜିଲ୍ଲା ପରିଷଦ ଦୟାମୟ ପାଢୀ,ଧର୍ମଗଡ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ (ପ୍ରୋବେସନ)ଅନିମେଷ ପ୍ରଧାନ,ଉପଜିଲ୍ଲାପାଳ ଭବାନୀପାଟଣା ପ୍ରଭାତ କୁମାର ପରିଡା,ଡେପୁଟି କଲେକ୍ଟର ମନୀଷା ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ ।ଶେଷରେ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *