July 7, 2025
Home » ନିର୍ମାଣ ଶ୍ରମିକଙ୍କ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ନିର୍ମାଣ ଶ୍ରମିକଙ୍କ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
WhatsApp Image 2024-11-14 at 6.45.03 PM

ରାମନାଗୁଡା: -ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ସାନ କୁଜେନ୍ଦ୍ରୀ ଠାରେ ଗୁରୁବାର ଦିନ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ କୁଜେନ୍ଦ୍ରୀ ସରପଞ୍ଚ ରମେଶ ଶବର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଜିଲ୍ଲା ସହକାରୀ ଶ୍ରମ ଅଧିକାରୀ ନିରଞ୍ଜନ ଭୂୟାଁ ,ସାମ୍ବାଦିକ ଶୁଭଜିତ ପଟନାୟକ, ନରସିଂହ ପରିଚ୍ଛା ପ୍ରମୁଖ ଉପସ୍ଥିତ ଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ଶତାଧିକ କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ମାନେ ଅଂଶଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ନିର୍ମାଣ ଶ୍ରମିକ ମାନଙ୍କୁ ଜିଲ୍ଲା ସହକାରୀ ଶ୍ରମ ଅଧିକାରୀ ଶ୍ରୀ ଭୂୟାଁ ଦୁର୍ଘଟଣା ଜନିତ ସହାୟତା, ମୃତ୍ୟୁ କାଳୀନ ସହାୟତା (ସ୍ୱାଭାବିକ ମୃତ୍ୟୁ, ଦୁର୍ଘଟଣା ଜନିତ ମୃତ୍ୟୁ), ଅନ୍ତ୍ୟେଷ୍ଟି କ୍ରିୟା ସହାୟତା, ଦୁରାରୋଗ ଚିକିତ୍ସା ସହାୟତା, ଶିକ୍ଷା ବୃତ୍ତି ସହାୟତା, ବିବାହ ସହାୟତା, ପ୍ରସୂତି କାଳୀନ ସହାୟତା, ବିଶ୍ରାମକାଳୀନ ସହାୟତା ସହ ଯେଉଁ ନିର୍ମାଣ ଶ୍ରମିକ ମାନଙ୍କ ର ଶ୍ରମ କାର୍ଡ ଅଛି ସେମାନେ ଅନ୍ତତଃ ଏକ ବର୍ଷ ରୁ ତିନି ବର୍ଷ ମଧ୍ୟରେ ନିଜ ଶ୍ରମ କାର୍ଡ କୁ ନବୀକରଣ କରାନଗଲେ ତାହା ସମ୍ପୂର୍ଣ୍ଣ ରୂପେ ଅଚଳ ହୋଇଯିବ ବୋଲି କହିଥିଲେ।ସେଥିପାଇଁ ଯେଉଁମାନେ ନବୀକରଣ କରିନାହାନ୍ତି ସେମାନେ ପ୍ରତ୍ୟେକ ବର୍ଷ କାର୍ଡ କୁ ନବୀକରଣ କରିବା ଦ୍ୱାରା ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ଯୋଜନା ଗୁଡ଼ିକର ଲାଭ ଉଠାଇ ପାରିବେ ବୋଲି କୁଜେନ୍ଦ୍ରୀ ସରପଞ୍ଚ ଶ୍ରୀ ଶବର କହିଥିଲେ ।

ରାମନାଗୁଡାରୁ ନରସିଂହ ପରିଛା ଙ୍କ ରିପୋର୍ଟ ଇପିଏ ଉଇକ୍କି।

Leave a Reply

Your email address will not be published. Required fields are marked *