ନିଶା ସେବନ ଉପରେ ଜନ ସଚେତନତା କାଯ୍ୟକ୍ରମ ଓ ପ୍ରଥପ୍ରାନ୍ତ ନାଟକ ଅନୁଷ୍ଠିତ

ବାଲିଗୁଡା ପୋଲିସ ପକ୍ଷରୁ ଧୃମପାନ ନିଷେଦ ଓ ନିଶା ସେବନକୁ ନା ର ଜନ ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଚେତନତା ରାଲି ବାଲିଗୁଡା ଚେକଗେଟ୍ ଠାରୁ ଆରମ୍ଭ ହୋଇ ,ବସଷ୍ଟାଣ୍ଡ ,ବଜାର ଦେଇ ଏସଡିପିଓଙ୍କ କାଯ୍ୟାଳୟ ନିକଟରେ ଶେଷ ହୋଇଥିଲା ।ଏହି ନିଶା ସେବନ ନା କାଯ୍ୟକ୍ରମରେ ବାଲିଗୁଡା ଏସଡିପିଓ ରାମେନ୍ଦ୍ର ପ୍ରସାଦ,ଆଇଆଇସି,ଏ ଏସ୍ ଆଇ ଯୁଗଳ କିଶୋର ନାୟକ ସମେତ ଆଦର୍ଶ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ସିଆରପିଏଫ୍ ବାଟାଲିୟନ ସମେତ ବାଲିଗୁଡା ଥାନାର ସମସ୍ତ ଷ୍ଟାଫ୍ ଯୋଗଦାନ କରିଥିଲେ ।
ପାନ,ଗୁଟଖା,ସିଗାରେଟ,ଗଞେଇ ,ବ୍ରାଉନସୁଗାର ଉପରେ ବାଲିଗୁଡା ଦଣ୍ଡପଦର ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏକ ସୁନ୍ଦର ପଥପ୍ରାନ୍ତ ନାଟକ କରିଥିବା ଦେଖିବାକୁ ମିଳିଥିଲା ।ଏହି ସଚେତନତା ଦ୍ବାରା ଆଜିର ଯୁବପିଢି ନିଶା ସେବନ କରି ଯେଉଁଭଳି ଭାବେ ଖରାପ ରାସ୍ତା ଆପଣାଇ ବିଭିନ୍ନ ପ୍ରକାର ଚୋରି ,ଡକାୟତି,ରାହଜାନି ଘଟାଇ ନିଜର ଭବିଷ୍ୟତ ନଷ୍ଟ କରୁଛନ୍ତି ସେମାନେ କିଭଳି ଭଲ ରାସ୍ତାକୁ ଆସି ନିଜର ଉଜ୍ଜଳ ଭବିଷ୍ୟତ ଗଢି ପାରିବେ ତାହା ଉପରେ ବାଲିଗୁଡା ଏସଡିପିଓ ମତ ରଖିଥିବା ଦେଖିବାକୁ ମିଳିଛି ।ଏଭଳି ବାଲିଗୁଡ଼ା ପୋଲିସ ର ସଚେତନତା କାର୍ଯ୍ୟକ୍ରମକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।
ଇପିଉଇକ୍ଲି ନ୍ୟୁଜ, ରିପୋର୍ଟର ସୁରେଶ କୁମାର ପତି