July 5, 2025
Home » ନିଷ୍ଟ ବିଶ୍ୱବିଦ୍ୟାଳୟ ର ୨୮ତମ ପ୍ରତିଷ୍ଠା ଦିବସ ପାଳିତ

ନିଷ୍ଟ ବିଶ୍ୱବିଦ୍ୟାଳୟ ର ୨୮ତମ ପ୍ରତିଷ୍ଠା ଦିବସ ପାଳିତ

0
bra-nist

ବ୍ରହ୍ମପୁର ସହର ଉପକଣ୍ଠ ଗୋଳନ୍ଥରା ଠାରେ ଅବସ୍ଥିତ ନିଷ୍ଟ୍ ବିଶ୍ୱବିଦ୍ୟାଳୟ ର ୨୮ ତମ ପ୍ରତିଷ୍ଠା ଦିବସ ଉତ୍ସବ ପାଳିତ ହୋଇ ଯାଇଛି। ବିଶ୍ୱବିଦ୍ୟାଳୟ ର ପ୍ରତିଷ୍ଠାତା ତଥା ପରିଚାଳନା ମୁଖ୍ୟ ଡ଼. ସୁକାନ୍ତ କିଶୋର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଇ ଆଇ ଟି ଧାନବାଦ ର ନିର୍ଦେଶକ ଡ଼. ସୁକୁମାର ମିଶ୍ର ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ଆଇଜର ବ୍ରହ୍ମପୁର ର ନିର୍ଦେଶକ ଡ଼. ଅଶୋକ ଗାଙ୍ଗୁଲି, ଆର୍ମି ଆଡ଼ ଡିଫେନ୍ସ କଲେଜ ର ବ୍ରିଗେଡିଏର ଜଗଦୀପ ଚୌହାନ ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଏସର ଷ୍ଟିଲର ସି ଇ ଓ ଶ୍ରୀ ଶଶୀ ଶେଖର ମହାନ୍ତି ଯୋଗ ଦେଇଥିଲେ । ବିଶ୍ଵବିଦ୍ୟଳୟ ର କୁଳପତି ଡ଼. ପ୍ରିୟଦର୍ଶନ ପାତ୍ର ମଧ୍ୟ ମଂଚାସୀନ ଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଛାତ୍ରଛାତ୍ରୀ ଙ୍କୁ ଜୟ ଯବାନ ଜୟ କିସାନ ଜୟ ବିଜ୍ଞାନ ଜୟ ଅନୁସନ୍ଧାନ ଉପରେ ମନ୍ତବ୍ୟ ଦେଇଥିଲେ ।

ସେହିପରି ବୈଷୟିକ ଏବଂ ଗୁଣାତ୍ମକ ଶିକ୍ଷା ପ୍ରଦାନ ରେ ବିଶ୍ଵବିଦ୍ୟIଳୟ ଭୂମିକା ଗୁରୁତ୍ୱପୂର୍ଣ୍ଣ ଏବଂ ଏଠାକାର ବିଦ୍ୟାର୍ଥୀ ଙ୍କ ପାଖରେ କେଉଁ ଦକ୍ଷତା ରହିଛି ତାହା ଖୋଜି ବାହାର କରିବା ଆବଶ୍ୟକ ବୋଲି ମୁଖ ଅତିଥି ଡ଼. ସୁକୁମାର ମିଶ୍ର କହିଥିଲେ। ଆଗାମୀ ଦିନରେ ଦେଶର ଏକ ନମ୍ବର ଗବେଷଣାତ୍ମକ ବିଶ୍ଵ ବିଦ୍ୟାଳୟ ଭାବେ ପରିଚିତ କରାଇବା ଲକ୍ଷ୍ୟ ରଖିଥିବା ପ୍ରତିଷ୍ଠାତା ଶ୍ରୀ ମହାପାତ୍ର କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟଳୟ ର କୁଳପତି ଛାତ୍ର ଛାତ୍ରୀ ମାନଙ୍କ ଉଜ୍ବଳ ଭବିଷ୍ୟତର କାମନା କରିବା ସହିତ ଦୀର୍ଘ ବର୍ଷ ଧରି ନିଷ୍ଟ ବୈଷୟିକ ବିଶ୍ୱବିଦ୍ୟାଳୟ ର ମେଧାବୀ ଛାତ୍ରଛାତ୍ରୀ ମାନେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ନିଷ୍ଟର ନାମକୁ ଶୀର୍ଷରେ ପହଞ୍ଚାଇ ପାରିଛନ୍ତି ଏବଂ ଆଗାମୀ ଦିନରେ ଏହି ଧାରାକୁ ବଜାୟ ରଖିବା ପାଇଁ ଛାତ୍ର ଛାତ୍ରୀ ମାନେ ସର୍ବଦା ଚେଷ୍ଟିତ ରହିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ସ୍ଵଛ ଶକ୍ତି ବ୍ୟବହାର କରି ଭାରତ କୁ ଷ୍ଟିଲ ଉତ୍ପାଦନ ରେ ବିଶ୍ୱ ର ଅଗ୍ରଣୀ ରାଷ୍ଟ୍ର ଭାବେ ପଂହଁଚାଇବା ପାଇଁ ଆଗାମୀ ପିଢ଼ି ଙ୍କୁ ମୁଖ୍ୟ ବକ୍ତା ଉପଦେଶ ଦେଇଥିଲେ । ଜଗଦୀପ ଚୌହାନ ଏହି ବିଶ୍ୱବିଦ୍ୟାଳୟର ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ମାନେ ବି. ଟେକ୍ ଡିଗ୍ରୀ ଶେଷ କରିବା ପରେ ପ୍ରତିରକ୍ଷା ସେବାରେ ଯୋଗ ଦେଇପାରିବେ। ଶିକ୍ଷାନୁଷ୍ଠାନର ଭାରପ୍ରାପ୍ତ କୁଳସଚିବ ଡ଼ ବିଷ୍ଣୁକର ନାୟକ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ। ସେହିପରି ଅନୁଷ୍ଠାନର ଲକ୍ଷ୍ୟ ଏବଂ ଆଦର୍ଶକୁ ନେଇ ବିଭିନ୍ନ ସେମିନାର ବିଶ୍ଵବିଦ୍ୟଳୟ ପରିସରରେ ଦିନ ତମାମ ଜାରି ରହିଥିଲା ଯେଉଁଥିରେ ଗବେଶଣା ଓ ଉଦଭାବନା, ପ୍ରାରମ୍ଭ ଏବଂ ଶିଳ୍ପ ସଂଯୋଜିକରଣ, ଛାତ୍ର ସଂସଦ, ଏକାଡେମୀକ ଓ ଶିଳ୍ପ ସହଭାଗିତ ପରି ଅନେକ ବିଷୟକୁ ନେଇ ଆଲୋଚନା କରାଯାଇଥିଲେ। ଏହି ଆଲୋଚନା ଚକ୍ରରେ ଆଇ ଆଇ ଟି ଭୁବନେଶ୍ୱର ର ବିଦ୍ୟୁତିକ ବିଭାଗ ର ପ୍ରଫେସର ଶୁଭ୍ରାଂଶୁ ସାମନ୍ତରାୟ, ଟି-ୱର୍କ୍ସ ର ଗବେଷଣା ଉଦ୍ୟୋଗୀ ଜି ଶିବପ୍ରସାଦ ଯୋଗଦାନ କରି ବିଦ୍ୟାର୍ଥୀଙ୍କୁ ମାଗଦର୍ଶନ କରିଥିଲେ। ଶିଳ୍ପ ଶିକ୍ଷା ସହଯୋଗ ରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ଏଥିରେ ରୋଟାରୀଆନ ଜୟଶ୍ରୀ ମହାନ୍ତି, ମୋଡେର୍ଣ ଟେଷ୍ଟ ସେଣ୍ଟର ର ମୁଖ୍ୟ ରାଜେନ୍ଦ୍ର ମିଶ୍ର, ମଇକ୍ରୋସଫ୍ଟ ଆମେରିକା ର ମୁଖ୍ୟ କାର୍ଯ୍ୟକ୍ରମ ପରିଚାଳକ ସୁନୀଲ ସାବତ ପେନାଲିଷ୍ଟ ଭାବରେ ଯୋଗ ଦେଇଥିଲେ । ସେହିପରି ସନ୍ଧ୍ୟା ସମୟରେ ୩୮ ଜଣ ଅଧ୍ୟାପକ, ଅଣ-ଅଧ୍ୟାପକ ମାନଙ୍କୁ ସେମାନଙ୍କ ୧୦ ବର୍ଷ, ୧୫ ବର୍ଷ, ୨୦ ବର୍ଷ, ଏବଂ ୨୫ ବର୍ଷ ପୂର୍ତ୍ତି ଅବସରରେ ପୁରଷ୍କାର ବିତରଣ ପ୍ରଦାନ କରାଯାଇଥିଲା। ସେହିପରି ଡ଼. ପ୍ରୀତି ରଞ୍ଜନ ସାହୁ, ଡ଼. ସବ୍ୟସାଚୀ ରଥ, ଡ଼ ସସ୍ମିତା ପାଢ଼ୀ, ଡ଼ ରତିକାନ୍ତ ନାୟକ, ଡ଼ ବ୍ରଜ କିଶୋର ମିଶ୍ର, ଡ଼ ସଂଦୀପନ ମଲିକ, ଡ଼ ମାନବେନ୍ଦ୍ର ପାତ୍ର, ପ୍ର ସ୍ୱାଧୀନ ମିଶ୍ର, ଡ଼. ଅମିତ ପଟନାୟକ, ପ୍ର ସରୋଜ ପାଢ଼ୀ, ପ୍ର ମିଟୁ ବରାଳ, ଡ଼. ଅମରନାଥ ପାଢ଼ୀ, ଡ଼. ଭାନୁ ପ୍ରସାଦ ବେହେରା, ପ୍ର ଭବାନୀ ଗୌଡ଼, ପ୍ର ଦୁର୍ଗାମାଧବ ପାଢ଼ୀ, ପିତାମ୍ବର ସାହୁ, ପ୍ରଜ୍ଞା ରାଣୀ ସାମନ୍ତ, ଅନ୍ବେଷଟା ପାଣିଗ୍ରାହୀ, ପ୍ରଭୁଦତ୍ତ ମିଶ୍ର, ଗୋପବନ୍ଧୁ ଉତ୍ତରକବାଟ, ସୌମ୍ୟା ମୁଦୁଲି, ସନ୍ତୋଷ ସାହୁ, ରମାକାନ୍ତ ଚୌଧୁରୀ ବିଭିନ୍ନ ଦାୟିତ୍ୱ ନିର୍ବାହ କରିଥିଲେ। କାର୍ଯ୍ୟକ୍ରମ କୁ ଡ. ଆକାଙ୍ଖ୍ୟା ପଟନାୟକ ମଂଚ ପରିଚାଳନା କରିଥିବା ବେଳେ ବିଶ୍ଵବିଦ୍ୟଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *