ନୀଳକଣ୍ଠେଶ୍ଵର ମନ୍ଦୀର ରେ ସମୂହ ବ୍ରତୋପନୟନ

ଭୁବନେଶ୍ୱର: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ଯ ଶ୍ରୀ ନୀଳକଣ୍ଠେଶ୍ଵର ମନ୍ଦୀର ତରଫରୁ ମନ୍ଦିର ପ୍ରାଙ୍ଗଣରେ ସମୂହ ବ୍ରତୋପନୟନ କାର୍ଯ୍ୟକ୍ରମ ସମସ୍ତ ରୀତି ନୀତି ଅନୁଯାୟୀ ସଂପାଦନ କରାଯାଇଅଛି ।ସକାଳ ୬ ଘଟିକାରୁ ବେଦପାଠ ଠୁଁ ଆରମ୍ଭ କରି ଚାରି କର୍ମ,ଭିକ୍ଷା ଗ୍ରହଣ କରିବା ପରେ ବ୍ରହ୍ମଚାରୀ ମାନେ ଏକ ଶୋଭାଯାତ୍ରା ରେ ଯାଇ ମହାଦେବ ଶ୍ରୀ ଲିଙ୍ଗରାଜ ଙ୍କ ଦର୍ଶନ କରିବା ପରେ ସନ୍ଧ୍ୟା ୮ ଘଟିକାରେ କାର୍ଯ୍ୟକ୍ରମ ସରିଥିଲା। ଏହା ଦୀର୍ଘ ୧୪ ବର୍ଷ ଧରି ଅତି ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହେଉଅଛି ।
ଚଳିତ ବର୍ଷ ଭୁବନେଶ୍ୱର ଏବଂ ଆଖ ପାଖ ଅଞ୍ଚଳ ସମେତ,କଟକ, ଯାଜପୁର ଓ ଛତିଶ ଗଡ଼ ଭିଲାଇରୁ ଆସିଥିବା ସମୁଦାୟ ୧୬ ବ୍ରାହ୍ମଣ ପିଲାଙ୍କ ବ୍ରତୋପନୟନ ଅନୁଷ୍ଠିତ ହୋଇଛି। କର୍ମଜିତ୍ ଶତପଥୀ(୩୫) – ଭୁବନେଶ୍ୱର,ସନ୍ତୋଷ କୁମାର ପଣ୍ଡା(୧୬) – କଟକ,ମୋହିତ ମିଶ୍ର(୧୪)-ଛତିଶଗଡ,ବିକାଶ ମହାପାତ୍ର (୧୯)- ଭୁବନେଶ୍ୱର, ଆଦିତ୍ୟ ମହାପାତ୍ର (୧୩)- ଭୁବନେଶ୍ୱର,ପାତ୍ରପଡ଼ା, ଭୁବନେଶ୍ଵର, ତୁଷାର ବାଜପେୟୀ(୧୮)- ଭୁବନେଶ୍ଵର, ସୌମ୍ୟ ସମିତ ପଣ୍ଡା(୨୪)- କଟକ,ଜଗନ୍ନାଥ ଦାସ(୧୬) – ଭୁବନେଶ୍ୱର,ଅବିନାଶ ଅରନ(୧୭)-ଯାଜପୁର, ଆକଶ ଅରନ (୧୯)- ଯାଜପୁର, ରୋହନ ଦାଶ(୭) – ଭୁବନେଶ୍ୱର,ପ୍ରିୟବ୍ରତ ପତି(୧୪) – ଭୁବନେଶ୍ଵର,ରାହୁଲ ଦାଶ(୧୩) – ଭୁବନେଶ୍ଵର,ଆଶିଷ କୁମାର ନନ୍ଦ(୧୩)– ଭୁବନେଶ୍ୱର,ଅସିତ୍ କୁମାର ଦାଶ(୧୮) – ଭୁବନେଶ୍ୱର ,ଅମିତ୍ କୁମାର ଦାଶ (୧୩)– ଭୁବନେଶ୍ଵର ପ୍ରମୁଖ ବ୍ରାହ୍ମଣ ପିଲାଙ୍କ ବ୍ରତୋପନୟନ ର ସମସ୍ତ ଖର୍ଚ୍ଚ ଅନୁଷ୍ଠାନ ବହନ କରିଛି।ଏହି ଅବସରରେ ଅତିଥି ଏବଂ ବ୍ରହ୍ମଚାରୀ ଙ୍କ ପରିବାରବର୍ଗଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା ମଧ୍ୟ ଅନୁଷ୍ଠାନ ପକ୍ଷରୁ କରାଯାଇଥିଲା।
ମାଙ୍ଗଳିକ କାର୍ଯ୍ୟକ୍ରମରେ ପୁରୁଣା ଭୁବନେଶ୍ଵରର ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ଜନସାଧାରଣ ଯୋଗଦାନ କରି ନୂତନ ବ୍ରହ୍ମଚାରୀ ମାନଙ୍କୁ ଭିକ୍ଷା ପ୍ରଦାନ କରି ଆଶିର୍ବାଦ ଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମକୁ ପୁରୁଣା ଭୁବନେଶ୍ଵରର ଯୁବକ ମାନେ ସାହାଯ୍ୟ ଏବଂ ସହଯୋଗ କରିଥିବାରୁ ଏବଂ ସୁଚାରୁରୂପେ ସମ୍ପାଦନ ହୋଇଥିବାରୁ ନୀଳକଣ୍ଠେଶ୍ଵର ମନ୍ଦୀର ପରିଚାଳନା କମିଟିର ସଭାପତି ସରୋଜ କୁମାର ମହାସୁଆର,ସମ୍ପାଦକ ଅକ୍ଷୟ ମହାପାତ୍ର,ସକ୍ରିୟ ସଭ୍ୟ ଦୁର୍ଗା ପ୍ରସାଦ ପଣ୍ଡା,,ଉମେଶ ମହାପାତ୍ର ପ୍ରମୁଖ କର୍ମକର୍ତ୍ତା କୃତଜ୍ଞତା ଜ୍ଞାପନ କରିବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି।