ନୀଳାଦ୍ରିପୁର ରେ ସରକାରୀ ଜମି ହଡ଼ପ ଅଭିଯୋଗ, ଅନୁଧ୍ୟାନ ସହ ସପ୍ତାହ ମଧ୍ୟରେ ଜବରଦଖଲ ହଟାଇବାକୁ ତହସିଲଦାରଙ୍କ ନିର୍ଦେଶ

ଗଞ୍ଜାମ ତହସିଲ ଅନ୍ତର୍ଗତ ଆଲିଆବାଦ ମୌଜା ର ନୀଳାଦ୍ରିପୁର ଗ୍ରାମରେ ମାଁ ରାମଚଣ୍ଡୀ ଙ୍କ ପାହାଡ ତଳେ ଥିବା ସରକାରୀ ଜମିକୁ ବେଧଡ଼କ ଭାବେ ବିକ୍ରି କରୁଥିବା ଅଭିଯୋଗ ହେଇଥିଲା l ଏନେଇ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ, ତତ୍ପରତା ଦେଖାଇଛନ୍ତି ପ୍ରଶାସନ l ଏନେଇ ଆଜି ଗଞ୍ଜାମ ତହସିଲଦାର ସୁକାନ୍ତ ଚନ୍ଦ୍ରମିଶ୍ର ଘଟଣା ସ୍ଥଳରେ ପହଞ୍ଚି ତନତନ କରି, ଅନୁଧ୍ୟାନ କରିଥିଲେ l ଜବର ଦଖଲରେ ଥିବା ସରକାରୀ ଜମିକୁ ସପ୍ତାହ ଭିତରେ ଚିହ୍ନଟ କରି ଜବର ଦଖଲ ହଟାଇବା ସହ, ସେଠାରେ ସାଇନ୍ ବୋଡ଼ ମାରିବାକୁ ସ୍ଥାନିୟ ରାଜସ୍ୱ ନିରୀକ୍ଷକଙ୍କୁ ନିର୍ଦେଶ ଦେଇଥିବା ଦେଖାଯାଇଛି l ଅନ୍ୟପଟେ ଆଜି ପୁନଃରବାର ମାଁ ରାମଚଣ୍ଡୀ ମନ୍ଦିର ଟ୍ରଷ୍ଟ ଓ କମିଟି ତରଫରୁ ପରିଚାଳନା କମିଟି ସମ୍ପାଦକ ଶ୍ରୀ ରବିନ୍ଦ୍ର କୁମାର ପଣ୍ଡା ଙ୍କ ନେତୃତ୍ୱ ରେ ଆଠଜଣିଆ କମିଟି ଗଞ୍ଜାମ ତହସିଲଦାରଙ୍କୁ ଭେଟି ପୀଠ ର ବିଭିନ୍ନ ସମସ୍ୟା ନେଇ ବ୍ୟାପକ ଆଲୋଚନା କରିଥିଲେ l ସରକାରଙ୍କ ତରଫରୁ ଆସିଥିବା ଅନୁଦାନରେ ମନ୍ଦିର ପାଇଁ ନାମମଣ୍ଡପ,ବୃଦ୍ଧାଶ୍ରମ, ପରିବା ହାଟ ଓ ଫୁଲ ବଗିଚା କରାଯିବା ପାଇଁ ଆବଶ୍ୟକ ଜମି ଯୋଗାଇଦେବା ପାଇଁ ଲିଖିତ ଭାବେ ଅନୁରୋଧ କରିଥିଲେ l ଏହି ଆଲୋଚନା ସମୟରେ ଅନ୍ୟ ମାନଙ୍କ ମଧ୍ୟରେ,ପୂଜା କମିଟି କାର୍ଯ୍ୟକାରୀ ସଭାପତି ଦିବାକର ନାୟକ, କୁଞ୍ଜ ନାୟକ, ସୁଧୀର ମହାରଣା, ଶଙ୍କର ଚର୍ତ୍ତୀ, ଶଙ୍କର ନାୟକ, ଦଣ୍ଡପାଣି ମହାରଣା, ମକୁନ୍ଦ ନାୟକ ଉପସ୍ଥିତ ଥିଲେ l ଶେଷରେ ତହସିଲଦାର ଗଞ୍ଜାମ, କମିଟି ସଦଶ୍ୟ ମାନଙ୍କ ଅନୁରୋଧ ରକ୍ଷାକରି ଏହାର ତୁରନ୍ତ ସମାଧାନ ପାଇଁ ଗଞ୍ଜାମ ରାଜଶ୍ୱ ନିରୀକ୍ଷକଙ୍କୁ ନିର୍ଦ୍ଧେଶ ଦେଇଥିଲେ l
ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )