February 21, 2026
Home » ନୂଆଁପାଲି ହାଇସ୍କୁଲରେ ପ୍ରାଥମିକ ଚିକିତ୍ସା ତାଲିମ ଶିବିର ଅନୁଷ୍ଠିତ

ନୂଆଁପାଲି ହାଇସ୍କୁଲରେ ପ୍ରାଥମିକ ଚିକିତ୍ସା ତାଲିମ ଶିବିର ଅନୁଷ୍ଠିତ

0
WhatsApp Image 2025-07-28 at 3.00.49 PM

ସୁବର୍ଣ୍ଣପୁର –ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଆଦିବାସୀ ଉଚ୍ଚ ବିଦ୍ୟାଳୟ ନୂଆଁପାଲିର ଜୁନିଅର ରେଡ଼କ୍ରସ୍ ଆନୁକୁଲ୍ୟରେ ପ୍ରାଥମିକ ଚିକିତ୍ସା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।ପ୍ରଧାନ ଶିକ୍ଷକ ଅନନ୍ତ ଚରଣ କ୍ଷେତୀ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ।କାର୍ଯ୍ୟକ୍ରମରେ କଣ୍ଟାମାଳ ବ୍ଲକ ଜୁନିଅର ରେଡକ୍ରସ୍ ସଂଯୋଜକ ତଥା ବିପର୍ଯ୍ୟୟ ପରିଚାଳନା ସାଧନା କର୍ମୀ ବନମାଳୀ ମେହେର ତାଲିମ ଦାତା ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ହଠାତ୍ ମୂର୍ଚ୍ଛା ହେବା,ସାପ କାମୁଡା, ନିଆଁ ରୁ ରକ୍ଷା ପାଇବା ପାଇଁ ପ୍ରତିରକ୍ଷାତ୍ମକ ବ୍ୟବସ୍ଥା ତଥା ମୁଣ୍ଡ ଫଟା,ରକ୍ତସ୍ରାବର ତତ୍କାଳ ଚିକିତ୍ସା ଓ ବ୍ୟବସ୍ଥା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସୂଚନା ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମକୁ ଜୁନିଅର ରେଡକ୍ରସ୍ ପରାମର୍ଶଦାତା ତଥା ଶିକ୍ଷକ ଅନନ୍ତ କୁମାର ବେହେରା ସଂଯୋଜନା କରିଥିଲେ।ଶିକ୍ଷକ ସୌଦାଗର ମାଝୀ ,ହରିହର ପ୍ରସାଦ ବେଜ୍,ସନ୍ତୋଷ କୁମାର ସାହୁ ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।ପରିଶେଷରେ କ୍ରୀଡ଼ା ଶିକ୍ଷକ ଶଶି ଭୂଷଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *