August 27, 2025
Home » ନୂଆଖାଇ ଭେଟଘାଟ କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ

ନୂଆଖାଇ ଭେଟଘାଟ କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ

0
WhatsApp Image 2025-08-25 at 2.30.52 PM

ନୂଆଖାଇ ଭେଟଘାଟ କମିଟି ପକ୍ଷରୁ ଷ୍ଟାର ଗୋଲ୍ଡ ବୀମା କମ୍ପାନୀ ସୋନପୁର କାର୍ଯ୍ୟାଳୟ ସଭା ଗୃହ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଶ୍ରୀ ଅଭିମନ୍ୟୁ କୁଶଳ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକ ରେ ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ ନୂଆଖାଇ ପାଇଁ ରୀତି ନୀତି ରେ ଲାଗି ହେବାକୁ ଥିବା ମା ଅଷ୍ଟଚଣ୍ଡି ଙ୍କ ଠାରେ ନବାର୍ଣ୍ଣ ଭୋଗ, ପୂଜା ବିଧି, ପାହୁର ଶୋଭା ଯାତ୍ରା କିପରି ସୁଚାରୁ ରୂପେ ଓ ଆଡମ୍ବର ରେ ପାଳନ କରାଯିବ ତା ଉପରେ ଆଲୋକ ପାତ କରିଥିଲେ l. ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟ ନାରାୟଣ ତ୍ରିପାଠୀ, (ମୁନା ) , ମନୋରଞ୍ଜନ ତ୍ରିପାଠୀ, ଚୌଧୁରୀ ବିଭାର, ଲଡ଼ୁକିଶୋର ମଲ୍ଲିକ, ପ୍ରଫୁଲ୍ଲ ନାଏକ, ଶେଷ ଦେବ ମେହେର, ସନ୍ତୋଷ ମିଶ୍ର, ପ୍ରମୋଦ କୁମାର ସାହୁ, ଗୋପାଳ ନେଗୀ, ଆନନ୍ଦ ପାତ୍ର ପ୍ରମୁଖ ସଭ୍ୟ ସବୁ ଉପସ୍ଥିତ ରହି ବୈଠକ ରେ ସକ୍ରିୟ ଅଂଶଗ୍ରହଣ କରି ନିଜ ନିଜ ର ମତ ରଖିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *