November 22, 2024
Home » ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ l

ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ l

0

ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଆଜି ସ୍ଥାନୀୟ ସଦଭାବନା ସଭା ଗୃହରେ ଜିଲ୍ଲାପାଳଙ୍କ
ଅଧ୍ୟକ୍ଷତାରେ ସଚେତନତା ସଭା ଅନୁଷ୍ଠିତ ହୋଇ ଯାଇଛି l ଏହି ଉପଲକ୍ଷେ ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ମହିଳା ସ୍ବୟଂ ସହାୟକ ଦଳ ର କର୍ମକର୍ତ୍ତା ଶହ ଶହ ସଂଖ୍ୟାରେ ଯୋଗଦେଇ ଦୁର୍ନୀତି ସଚେତନତା ପାଇଁ ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ l ଏହି ରେଲି କୁ ଜିଲ୍ଲାପାଳ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରି ଏଥିରେ ଯୋଗ ଦେଇଥିଲେ l ଏହାପରେ ସ୍ଥାନୀୟ ସଦଭାବନା ସଭା ଗୃହରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l

ଏଥିରେ ସମ୍ମାନିତ ଅତିଥି ଭାବରେ ବନଖଣ୍ଡ ଅଧିକାରୀ ଖରୀଆର ଅଜିଜ ଖାନ୍, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ,ଡିଏସପି ଡିଆଇବି ଗୁଣନିଧି ମଲ୍ଲିକ, ସିଡିଏମ୍ଓ ଡ଼ଃ ଧରଣୀଧର ସେନାପତି ଏଵଂ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ଡ଼ଃ ଶିବପ୍ରସାଦ ବେହେରା ଯୋଗଦେଇଥିଲେ l ପ୍ରାରମ୍ଭରେ ଜିଲ୍ଲାପାଳ ଗୃହରେ ଉପସ୍ଥିତ ସମସ୍ତଙ୍କୁ ନାଗରିକ ମାନଂକ ପାଇଁ ସାଧୁତାର ଶପଥ ପାଠ କରାଇଥିଲେ lଡିଏସପି ଭିଜିଲାନ୍ସ ଦୀନବନ୍ଧୁ ବେହେରା ସ୍ୱାଗତ ସମ୍ଭାଷଣ ଦେଇ ନିଜ ବିଭାଗର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇ ଥିଲେ l

ସମସ୍ତ ବରେଣ୍ୟ ଅତିଥି ବୃନ୍ଦ ତାଙ୍କ ବକ୍ତବ୍ୟରେ ଦେଶର ଆର୍ଥିକ ରାଜନୈତିକ ଏବଂ ସାମାଜିକ ପ୍ରଗତି ପଥରେ ଦୁର୍ନୀତି କିଭଳି ବଡ ପ୍ରତିବନ୍ଧକ ହୋଇ ରହିଛି ଏବଂ ଏହାର କିଭଳି ସମାଧାନ ହୋଇପାରିବ ତା ଉପରେ ବିସ୍ତୃତ ଆଲୋଚନା କରିଥିଲେ l ମୁଖ୍ୟ ବକ୍ତା ଡ଼ଃ ବେହେରା ସମାଜରୁ ଦୁର୍ନୀତି ଲୋପର ଉପାୟ ଏଵଂ ଏବର୍ଷ ପାଇଁ ଥିମ୍ ସତ୍ୟନିଷ୍ଠ ସଂସ୍କୃତି ହିଁ ରାଷ୍ଟ୍ର ସମୃଦ୍ଧିର ଭିତ୍ତି ଉପରେ ନିଜ ବକ୍ତବ୍ୟ ରଖିଥିଲେ l

ଜିଲ୍ଲାପାଳ ଦୁର୍ନୀତିର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରି ନୂତନ ପିଢ଼ିଙ୍କୁ ଏଥିପାଇଁ ନିଜ ପରିବାରରେ ତଥା ସମାଜରେ ଜନ ଜାଗରଣ ସୃଷ୍ଟି କରିବା ପାଇଁ ଆହ୍ବାନ ଦେଇଥିଲେ l ଦିବସ ପାଳନ ଉପଲକ୍ଷେ ଆଗରୁ ହୋଇଥିବା ଓଡ଼ିଆ ଓ ଇଂରାଜୀ ବତ୍କୃତା ଏଵଂ କାର୍ଟୁନ୍ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଶେଷରେ ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ l ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ସଭା ସଂଯୋଜନା କରିଥିଲେ l ସଭାରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ,ବିଦ୍ୟାଳୟ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ମହିଳା ସ୍ବୟଂ ସହାୟକ ଦଳର କର୍ମକର୍ତ୍ତା , ନୂଆପଡ଼ା ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା, ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ଯୋଗଦେଇଥିଲେ l ଭିଜିଲାନ୍ସ ବିଭାଗ ସହିତ ସୂଚନା ଓ ଲୋକସମ୍ପର୍କ ବିଭାଗର ସମସ୍ତ କର୍ମଚାରୀ ସମାରୋହ ଆୟୋଜନ ରେ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *