ନୂଆବର୍ଷ ପୂର୍ବରୁ ମା’ ତାରାତାରିଣୀ ପୀଠରେ ବିଶାଳ ସଫେଇ ଅଭିଯାନ

ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି। ସେହିଭଳି ସବୁ ସ୍ଥାନରେ ଭୋଜିଭାତର ଆସର ଜମୁଥିବାରୁ ଦର୍ଶନୀୟ ସ୍ଥାନ ସବୁ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହେଉଥିବାର ଦେଖାଯାଉଛି। ସେହି ସବୁ ରୁ କିପରି ଦର୍ଶନୀୟ ସ୍ଥାନକୁ ପରିମଳମୁକ୍ତ କରାଯାଇପାରିବ, ସେହି କଥା ଚିନ୍ତା କରି ଆଜି ୧୪-୧୨-୨୦୨୪ ଶନିବାର ସକାଳ ୭ ଘଟିକାରୁ ଦିବା ୧୧ ଘଟିକାଯାଏଁ ଛତ୍ରପୁରସ୍ଥିତ ମାଁ ରାମଚଣ୍ଡୀ ପୂଜା କମିଟିର ସଂଯୋଜକ କମଲ ପଣ୍ଡା, ଉପଦେଷ୍ଟା ତଥା ଛତ୍ରପୁର ଏସଡ଼ିଜେଏମ୍ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର ଓ ତ୍ରିପତି ବାଲାଜୀ ମିଶ୍ରଙ୍କ ନେତୃତ୍ୱରେ ମାଁ ରାମଚଣ୍ଡୀ ପୂଜା କମିଟି, ଭୁବନେଶ୍ୱରର ସେବା ପ୍ରତିନିଧି ଦଳ, ଛତ୍ରପୁର ଓକିଲ ସଂଘ ଓ ଅନ୍ୟ ସ୍ବେଚ୍ଛାସେବୀଙ୍କର ମିଳିତ ଆନୁକୂଲ୍ୟରେ ମା’ ତାରାତାରିଣୀ ମନ୍ଦିର ପ୍ରାଙ୍ଗଣରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୁରୁଷୋତ୍ତମପୁର ତହସିଲଦାର ଶ୍ରୀ ବିନୋଦ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଏବଂ ଛତ୍ରପୁର ଏନ.ଏ.ସି. କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ଦାଶ, ପୁରୁଷୋତ୍ତମପୁର ଏନ.ଏ.ସି. ଅଧିକାରୀ ଓ କର୍ମଚାରୀ ଯୋଗ ଦେବା ସହ ସମସ୍ତ ପ୍ରକାର ପରିମଳ ଉପକରଣ ଯୋଗାଇ ଯଥାର୍ଥ ସାହାଯ୍ୟ ସହଯୋଗ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ସର୍ବ ପ୍ରଥମେ ସମାଜସେବୀ ମନୋଜ ମିଶ୍ର, ଏସ. ରବି, ରାଜେଶ ପାତ୍ରଙ୍କ ନେତୃତ୍ୱରେ ମା’ ତାରାତାରିଣୀଙ୍କ ମନ୍ଦିର ପରିସର ତଥା ମନ୍ଦିର ସମ୍ମୁଖ ପରିଷ୍କାର କରାଯାଇଥିଲା। ପରେ ଆଇ.ଆର.ଇ.ରେ କାର୍ଯ୍ୟରତ ମନୋରଞ୍ଜନ ବେହେରା ଓ ଟୁଟୁ ନାୟକଙ୍କ ନେତୃତ୍ୱରେ ଅନ୍ୟ ଏକ ସେବାଦଳ ମା’ଙ୍କ ପୀଠକୁ ପହଞ୍ଚିବାକୁ ଥିବା ୯୯୯ ପାହାଚକୁ ପରିଷ୍କାର ପରିଚ୍ଛନ୍ନ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଓକିଲ ସଂଘର ଉପସଭାପତି ଚୈତନ୍ୟ ପ୍ରଧାନ, ମାଧବ ସାସମଲ, ସୁଶାନ୍ତ କୁମାର ଗୌଡ଼, ଦିନେଶ ମହାନ୍ତି, ଯୋଗେଶ ସେଠୀ, ଦୀପକ ବେହେରା, ମୋହନ ବେହେରା, ଦୟାନିଧି ସାହୁ, ଏସ. ଲୋକନାଥ ରେଡ୍ଡୀ, ବି ସାତେୟା, ସନାତନ ମହାରଣା, ଅଯୋଧ୍ୟା ପରିଡ଼ା, ତୁଷାର ଶତପଥୀ, କୁଞ୍ଜ ନାୟକ, ରାଜେଶ ନନ୍ଦ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସୁଚାରୁରୂପେ ପରିଚାଳିତ କରିଥିଲେ।
ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )l