ନୂତନ କର୍ମକର୍ତ୍ତା ମନୋନୀତ : ହରିହର ଦାଶ ହେଲେ ସଭାପତି
ପାରାଦୀପ – ଓଡିଶା କଷ୍ଟମ୍ସ ବ୍ରୋକର୍ସ ଆସୋସିଏସନ ର ନୂତନ କର୍ମକର୍ତ୍ତା ଗତ ଜୁଲାଇ ୩o ତାରିଖ ଦିନ ମନୋନୀତ ହୋଇଛନ୍ତି l ଓଡ଼ିଶାର ତିନୋଟି ବନ୍ଦର ପାରାଦୀପ, ଗୋପାଳପୁର, ଧାମରା ଏବଂ ଝାରସୁଗୁଡା ଓ ଯାଜପୁର ର ଦୁଇଟି ଇନଲାଣ୍ଡ କଣ୍ଟେନର ଡିପୋ, କଣ୍ଟେନର ପରିବହନ ଷ୍ଟେସନ ଏବଂ ଭୁବନେଶ୍ୱର ବିମାନ ବନ୍ଦରରେ କାର୍ଯ୍ୟ କରୁଥିବା ଆସୋସିଏସନ ର ସଦସ୍ୟ ମାନେ ଏହି ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ l

ଏହି ପରିପ୍ରେକ୍ଷୀରେ ହୋଟେଲ ଏମ୍ପାୟାର୍ସ ଠାରେ ଆୟୋଜିତ ସଭାରେ ସର୍ବସମ୍ମତି କ୍ରମେ ହରିହର ଦାଶ ଙ୍କୁ ସଭାପତି ଭାବେ ମନୋନୀତ କରାଯାଇଥିବା ବେଳେ ଉପଦେଷ୍ଟା ଭାବେ ସଚ୍ଚିଦାନନ୍ଦ ପଟ୍ଟନାୟକ, ସମ୍ପାଦକ ବିଶ୍ୱଜିତ ମିଶ୍ର, ଉପସଭାପତି ରଞ୍ଜିତ ସତପଥି, ଯୁଗ୍ମ ସମ୍ପାଦକ ଜୟନ୍ତ ଦାସ ଏବଂ କୋଷାଧ୍ୟକ୍ଷ ଭାବେ କଳ୍ପତରୁ ମନ୍ତ୍ରୀ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ l ନୂତନ କର୍ମକର୍ତ୍ତା ମାନଙ୍କ ମନୋନୟନ ପରେ ପ୍ରଥମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ସମସ୍ତ ସଦସ୍ୟ ନୂତନ କର୍ମକର୍ତ୍ତା ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଆସୋସିଏସନ ର ଖସଡ଼ା ପ୍ରସ୍ତୁତି ଓ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ l
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ
