April 24, 2025
Home » ନୂତନ ବର୍ଷ ଉପଲକ୍ଷେ ଏକ ବନ୍ଧୁ ମିଳନ ଓ ଜରୁରୀ ଅଧିବେଶନ ତଥା ଗୁରୁତ୍ଵପୂର୍ଣ ସଭା

ନୂତନ ବର୍ଷ ଉପଲକ୍ଷେ ଏକ ବନ୍ଧୁ ମିଳନ ଓ ଜରୁରୀ ଅଧିବେଶନ ତଥା ଗୁରୁତ୍ଵପୂର୍ଣ ସଭା

0

ବ୍ରହ୍ମପୁର ବିଜିପୁର କାଳି ମନ୍ଦିର ପରିସରରେ ଓଏସଆରଟିଶି ଷ୍ଟାଫ୍ ଫେଡେରେସନ୍ ବ୍ରହ୍ମପୁରର ନୂତନ ବର୍ଷ ଉପଲକ୍ଷେ ଏକ ବନ୍ଧୁ ମିଳନ ଓ ଜରୁରୀ ଅଧୂବେଶନ ତଥା ଗୁରୁତ୍ଵପୂର୍ଣ ସଭା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକାରୀ ସଭାପତି ଶ୍ରୀ ବାବୁଲା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ଫେଡେରେସନ୍ ସଭାପତି ତଥା ପୂର୍ବତନ ବିଧାୟକ ବ୍ରହ୍ମପୁର ଶ୍ରୀ ବିକ୍ରମ କୁମାର ପଣ୍ଡା ଯୋଗଦାନ କରିଥିଲେ। ଏହି ଅବସରରେ ସାଙ୍ଗଠନିକ ସମ୍ପାଦକ ସନ୍ତୋଷ କୁମାର ସାହୁ ସମୂହ ଦାବି ଗୁଡ଼ିକୁ ଉପସ୍ଥାପନା କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ଅଜିତ କୁମାର ସ୍ବାଇଁ, ସାଧାରଣ ସମ୍ପାଦକ କୈଳାସ ଚନ୍ଦ୍ର ସାହୁ, ସହ ସମ୍ପାଦକ ହେମନ୍ତ ସାହୁ, ଏସ କେ ସ୍ୱାଇଁ, ଉପ ସଭାପତି ଅଜୟ ମହାନ୍ତି, ଗିରିଶ ଚନ୍ଦ୍ର ଗୌଡ଼, ସାଙ୍ଗଠନିକ ସମ୍ପାଦକ ଚିତ୍ତରଞ୍ଜନ ପାଳ, କୋଷାଧ୍ୟକ୍ଷ ଶ୍ରୀକାନ୍ତ କୁମାର ଜେନା, ସନ୍ତୋଷ କୁମାର ପାତ୍ର, ସୁରେନ୍ଦ୍ର ଦାସ, କାର୍ଯ୍ୟକାରୀ ସଦସ୍ୟ କେ ଆର ପ୍ରଧାନ, ଏସ କେ ବିଷୋୟୀ, ତାରିଣୀ ଚରଣ ପଟ୍ଟନାୟକ, ରବୀନ୍ଦ୍ର ଜେନା ଏବଂ କେ. କେ ବେହେରାଙ୍କ ସମେତ ଅନ୍ୟ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ।

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *