July 5, 2025
Home » ନୂତନ ମେଣ୍ଡା ବ୍ଲକ ଗଠନ ପାଇଁ ବୈଠକ ଅନୁଷ୍ଠିତ

ନୂତନ ମେଣ୍ଡା ବ୍ଲକ ଗଠନ ପାଇଁ ବୈଠକ ଅନୁଷ୍ଠିତ

0
WhatsApp Image 2025-02-16 at 8.42.30 PM

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲାର ବଡ଼ ଗ୍ରାମ ଭାବରେ ପରିଚିତ ମେଣ୍ଡା ଗ୍ରାମ କୁ ନୂତନ ବ୍ଲକ ଗଠନ ଦାବିରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ମେଣ୍ଡା ସ୍ଥିତ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ଏହି ସଭାରେ ମେଣ୍ଡା ତଥା ଆଖପାଖ ଅଂଚଳର ଶତାଧିକ ଲୋକ ଯୋଗଦାନ କରିଥିଲେ l ମୁକୁନ୍ଦ ସାହୁଙ୍କ ସଭାପତିତ୍ୱ ରେ ଅନିଷ୍ଠିତ ଏହି ସଭା ରେ ସନାତନ କର୍ମୀ ସ୍ୱାଗତ ଭାଷଣ ଦେଇଥିବେଳେ ନରୋତ୍ତମ ମଲ୍ଲିକ ଉଦ୍ଧେଶ୍ୟ ଜ୍ଞାପନ କରିଥିଲେ l ମେଣ୍ଡା ଗାଁ ଟି ଭୌଗୋଳିକ, ଗମନାଗମନ, ଜନସଂଖ୍ୟା ଦୃଷ୍ଟିକୋଣରୁ ବ୍ଲକ ହେବାପାଇଁ ଯୋଗ୍ୟ ହୋଇଥିବା ବେଳେ ଦେଉଳପଦର, ରାଣିସର୍ଡl ପାଇକବାହାଲ, ପୁଆ, ଜରାଜlରିଙ୍ଗ, ନାରାୟଣପୁର, ବଲାଡି,ଛକୋରମାଲ, ଶିବତଳା ପ୍ରମୁଖ ଗ୍ରାମପଞ୍ଚାୟତ କୁ ନେଇ ନୂତନ ମେଣ୍ଡା ବ୍ଲକ ଗଠନ ପାଇଁ ଦାବିକରାଯିବାକୁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଆଗତକରାଯାଇଛି l ଏକ କମିଟି ଗଠନ ସହ ଆଗାମୀ ଦିନରେ ଏହି କମିଟି ଉପରୋକ୍ତ ଗ୍ରାମପଞ୍ଚାୟତର ଜନପ୍ରତିନିଧି ମାନଙ୍କ ଠାରୁ ସମ୍ମତି ପତ୍ର ଆଣିବାପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା l ଆଗାମୀ ଦିନରେ ମେଣ୍ଡା କୁ ବ୍ଲକ ଘୋଷଣା ଦାବିକୁ ଆହୁରି ଜୋରଦାର କରାଯିବ ସହ ବିଡ଼ିଓ, ଜିଲ୍ଲାପାଳ, ସ୍ଥାନୀୟ ଜନପ୍ରତିନିଧି ଏବଂ ବିଭିନ୍ନ ମନ୍ତ୍ରୀଙ୍କ ନିକଟରେ ଦାବୀ ଉପସ୍ଥାପନା କରାଯିବ ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଥିଲା l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *