ନୟାଗଡ଼ରେ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ

।
ନୟାଗଡ଼: ନୟାଗଡ଼ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହରେ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପଲତା ପାତ୍ରଙ୍କ ଅଧ୍ୟକ୍ଷତାରେ ପାଳନ ହୋଇଯାଇଛି l ଡେପୁଟି କଲେକ୍ଟର ତପତି ରାଜ, ଡେପୁଟି କଲେକ୍ଟର ପ୍ରଭାତୀ ମହାରଣା, ମହିଳା ସଶକ୍ତିକରଣର ଜିଲ୍ଲା ସଂଯୋଜକ ସୌମ୍ୟ ରଞ୍ଜନ ଦାଶ ପ୍ରଭୃତି ଅତିଥିମାନେ ମଞ୍ଚାସିନ ଥିଲେ । ଡିଏଚଇଡବ୍ଳୁର ସମସ୍ତ କର୍ମଚାରୀ, ଜିଲ୍ଲାର ସମସ୍ତ ସିଡିପିଓ,ସୁପରଭାଇଜର ଓ ଅଙ୍ଗନବାଡ଼ି କର୍ମୀ ଓ ଆଦିକା କିଶୋରୀ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହି ଦିବସକୁ ସାଫଲ୍ୟ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ତପତି ରାଜ ଝିଅଙ୍କ ସ୍ୱାସ୍ଥ୍ୟ, ଶିକ୍ଷା,ଲିଙ୍ଗଗତ ସମାନତା, ଘରୋଇ ହିଂସା, ଯୌତୁକ ନେଷେଧ, ବାଲ୍ୟ ବିବାହ ନିଷେଧ ଇତ୍ୟାଦି ସମସ୍ତ ବିଷୟରେ କିଶୋରୀ ବାଳିକା ମାନଙ୍କୁ ଉଦବୋଧନ ଦେଇଥିବା ବେଳେ ଜିଲ୍ଲା ସଂଯୋଜକ ସୌମ୍ୟ ରଞ୍ଜନ ଦାଶ ମଞ୍ଚ ପରିଚାଳନା କରିଥିଲେ l ଏହି କାଯ୍ୟକ୍ରମରେ କୁଇଜ୍, ସଂଗୀତ, ନୃତ୍ୟ ମାଧ୍ୟ୍ୟମରେ ମହିଳା ସଶକ୍ତିକରଣକୁ ସଚେତନତା କରାଇଥିଲେ ।ଏହିଦିବସ ପାଳନ ଉପଲକ୍ଷେ ହୋଇଥିବା ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ପ୍ରତିଭୁ ମାନଙ୍କୁ ପୁରସ୍କାର ବିତରଣ ପରେ ଧନ୍ୟବାଦ ଅର୍ପଣ ପୂର୍ବକ ସଭାସାଙ୍ଗ ହୋଇଥିଲା ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।