ନୟାଗଡ଼ରେ ୯୧ ତମ ଜିଲ୍ଲା ସ୍ତରୀୟ ଓଡିଶା ଦିବସ ପାଳିତ ।
ନୟାଗଡ଼: ନୟାଗଡ ଜିଲ୍ଲା ସ୍ତରୀୟ ଓଡିଶା ଦିବସ ନୟାଗଡ଼ ଜିଲ୍ଲାରେ ମହାସମାରୋହରେ ପାଳନ ହୋଇଯାଇଛି l ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ତରଫରୁ ସକାଳ ଘ.୬. ୩୦ମି. ସମୟରେ ଡାକବାଜି ଯନ୍ତ୍ର ଯୋଗେ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥିଲା l ଏହା ପରେ ନୟାଗଡ଼ ପୌର ପରିଷଦ ମଧ୍ୟରେ ଅବସ୍ଥାପିତ ବିଭିନ୍ନ ସ୍ଥାନରେ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ସମ୍ମାନନୀୟ ଅଧକ୍ଷ, ଜ଼ିଲ୍ଲାପରିଷଦ, ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ମଧୁମିତା ରଥ, ପୌର ପରିଷଦ ଅଧକ୍ଷା ନିରୁପମା ଖଟେଇ, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ରୋଜିନା ଦାସ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ବିଜୟା ନନ୍ଦ ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ, ଲଗ୍ନଜିତ ରାଉତ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଜନ ସାଧାରଣ, ଉତ୍କଳ ସମ୍ମିଳନୀ ନୟାଗଡ ଜିଲ୍ଲା ଶାଖାର ସଭ୍ୟ ଅରୁଣ ମହାନ୍ତି, ସୁଦର୍ଶନ ପ୍ରଧାନ, ଉମାର୍ ମାଲିକ, ଗୋକୁଳ କୁମାର ଷଡ଼ଙ୍ଗୀ, ସୁଜାତା ତ୍ରିପାଠୀ, ପ୍ରଦୀପ ସାହୁ, ପ୍ରଫୁଲ୍ଲ କୁମାର ନାୟକ ପ୍ରମୁଖ ସାମିଲ ହୋଇଥିଲେ ।

ଦିବା ୧୧ ଘଟିକା ସମୟରେ ପଠାଣି ସାମନ୍ତ ସଂସ୍କୃତି ଭବନ ଠାରେ ଜିଲ୍ଲା ପ୍ରଶାସନ ଓ ଉତ୍କଳ ସମ୍ମିଳନୀ ନୟାଗଡ ଜିଲ୍ଲା ଶାଖାର ମିଳିତ ଆନୁକୁଲ୍ୟରେ ଫ୍ୟାନ୍ସି ଡ୍ରେସ୍ ଓ କୁଇଜ୍ ପ୍ରତିଯୋଗିତା ହେବାପରେ ଓଡ଼ିଶା ଦିବସ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।ଆଲୋଚନା ଚକ୍ରରେ ସଭାପତିତ୍ବ କରିଥିଲେ ଉତ୍କଳ ସମ୍ମିଳନୀ ନୟାଗଡ ଶାଖାର ସଭାପତି ବସିରିନ ବିବି ।ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଇଂ ଦେବାଶିଷ ପଟ୍ଟନାୟକ, ବିଶିଷ୍ଟ ଅତିଥି ଜିଲ୍ଲାପାଳ ମଧୁମିତା ରଥ, ସମ୍ମାନୀତ ଅତିଥି ନୟାଗଡ ପୌରପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ ଯୋଗଦେଇଥିବା ବେଳେ ଆଲୋଚକ ଭାବେ ସାହିତ୍ୟିକ ଶରତ ଆଚାର୍ଯ୍ୟ, ଉମର ମାଲିକ ଓ ହାଡ଼ିବନ୍ଧୁ ମହାଖୁଡ଼ ଯୋଗ ଦେଇଥିଲେ । ବିବରଣୀ ପାଠ କରିଥିଲେ ଅନୁଷ୍ଠାନର ସଂପାଦକ ସୁଦର୍ଶନ ପ୍ରଧାନ ଓ ଧନ୍ୟବାଦ ଅର୍ପଣ କରିଥିଲେ ଉପସଭାପତି ଅରୁଣ ମହାନ୍ତି ।

ସନ୍ଧ୍ୟା ଘ. ୬. ୩୦ମି. ସମୟରେ ପଠାଣି ସାମନ୍ତ ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ଓଡିଶା ଦିବସ ଉପଲକ୍ଷେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂ ଦେଓ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ ଯେ ନୟାଗଡ଼ ଜିଲ୍ଲାର ଉନ୍ନତି ଉପରେ ନିର୍ଭର କରେ ବିକଶିତ ଓଡ଼ିଶାର ସ୍ୱପ୍ନ। ତାଙ୍କ ପିଲାଦିନର ସ୍ମୃତିରେ ଓଡ଼ିଶା ଦିବସ ବିଷୟରେ କହିଥିଲେ । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ମନ କି ବାତ ନାରା ପ୍ରସଙ୍ଗରେ କହିଲେ ସଵ୍ କା ସାଥ ସବ୍ କା ବିକାଶ ଭାରତର ଉନ୍ନତି ପୁର୍ବ ଭାରତର ରାଜ୍ୟ ମାନଙ୍କର ବିକାଶ ଉପରେ ନିର୍ଭର କରେ । ସେହିପରି ମାନ୍ୟବର ବିଧାୟକ ନୟାଗଡ଼ ,ଡଃ ଅରୁଣ କୁମାର ସାହୁ/ ମାନ୍ୟବର ବିଧାୟକ ଖଣ୍ଡପଡ଼ା, ଦୁଷ୍ମନ୍ତ କୁମାର ସ୍ୱାଇଁ/ ମାନ୍ୟବର ବିଧାୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା ଅନୁରୂପ ଭାବେ ନୟାଗଡ଼ ଜିଲ୍ଲାର ଉନ୍ନତି ଉପରେ ବକ୍ତଵ୍ୟ ରଖିଥିଲେ । ମାନ୍ୟବର ବ, ଅଧ୍ୟକ୍ଷ ଜିଲ୍ଲା ପରିଷଦ, ଇଂ ଦେବାଶିଷ ପଟ୍ଟନାୟକ ମାତୃଭୂମି, ମାତୃଭାଷା ପ୍ରତି ଅନୁରାଗ ରଖିବାକୁ ଆହ୍ୱାନ କରିଥିଲେ । ଅଧ୍ୟକ୍ଷା,ପୋର ପରିଷଦ, ନୟାଗଡ଼, ନିରୁପମା ଖଟେଇ ଅନୁରୁପ ଵାର୍ତ୍ତା ରଖିଥିଲେ । ସମ୍ମାନନୀୟା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ ଓଡ଼ିଶା ଦିବସ ଉପଲକ୍ଷେ ବକ୍ତବ୍ୟ ରଖିଥିଲେ ।


ଜିଲ୍ଲାପାଳ ମଧୁମିତା ରଥ ସଭାପତିତ୍ୱ କରିଥିଲେ । ପ୍ରାରମ୍ଭରେ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ଅତିଥି ମାନେ ପ୍ରଦୀପ ପ୍ରଜ୍ଜ୍ୱଳନ ଧୂପ ପୁଷ୍ପ ଅର୍ପଣ ପରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରାଯାଇଥିଲା l ଓଡିଶା ଦିବସ ଉପଲକ୍ଷେ ବରେଣ୍ୟ ଅତିଥିମାନଙ୍କୁ ଉତ୍ତରୀୟ ଏବଂ ଚାରା ପ୍ରଦାନ କରାଯାଇ ସ୍ୱାଗତ କରାଯାଇଥିଲା l ଓଡିଶା ଦିବସ ଉପଲକ୍ଷେ ହୋଇଥିବା ଜିଲ୍ଲା ସ୍ତରୀୟ ବକୃତା ଏବଂ ପ୍ରବନ୍ଧ ,ଫାନସି ଡ୍ରେସ,କୁଇଜ ପ୍ରତିଯୋଗିତାରେ ୨୦ ଜଣ କୃତି ଛାତ୍ର ଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯିବା ସଂଗେ ସଂଗେ ଉତ୍କଳ ସମ୍ମିଳନୀ ନୟାଗଡ ଜିଲ୍ଲା ଶାଖା ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହିତ ଫଟୋ ପ୍ରଦର୍ଶନୀକୁ ଅତିଥିମାନେ ବୁଲି ଦେଖିଥିଲେ ।
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଧନ୍ୟବାଦ ପ୍ରଦାନ କରିଥିଲେ l ଏହା ପରେ ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା l
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
