ନୟାଗଡ଼ ଏସପି ଅଫିସ ଗେଟ୍ ସାମନାରେ ଧାରଣା ଦେଲେ ଜାତୀୟ ଦଳିତ ଆଦିବାସୀ ମହାସଂଘ ।

filter: 0; fileterIntensity: 0.0; filterMask: 0; module: photo; hw-remosaic: false; touch: (-1.0, -1.0); modeInfo: ; sceneMode: 8; cct_value: 5750; AI_Scene: (-1, -1); aec_lux: 117.32088; aec_lux_index: 0; hist255: 0.0; hist252~255: 0.0; hist0~15: 0.0; albedo: ; confidence: ; motionLevel: 0; weatherinfo: null; temperature: 36;
ନୟାଗଡ଼ : ନୟାଗଡ଼ ଜିଲ୍ଲା ଫଟେଗଡ ଥାନା କଇଁଥ ପୋଖରି ଗାଁର ଜଣେ ଅନୁସୂଚିତ ଜାତିର ମହିଳାଙ୍କୁ ଜଣେ ଯୁବକ ଦୁଷ୍କର୍ମ ଉଦ୍ୟମ କରିଥିବାରୁ ମହିଳାଙ୍କ ସ୍ବାମୀ ପ୍ରତିବାଦ କରିଥିଲେ । ପ୍ରତିବାଦ କରିବାରୁ ପୀଡ଼ିତା ମହିଳାଙ୍କ ସ୍ବାମୀ ଓ ପରିବାର ଉପରେ ଆକ୍ରମଣ କରିଥିଲେ ସିଲୁ ଡାଳୁଅ ଓ ତାର ଭାଇ ମିଲୁ ଡାଲୁଅ। ଏହି ଆକ୍ରମଣରେ ମହିଳାଙ୍କ ସ୍ବାମୀକୁ ଗୁରୁତର ଅବସ୍ଥାରେ ପରିବାର ଲୋକ ଉଦ୍ଧାର କରି ଭାପୁର ଡାକ୍ତରଖାନା ପର ମୁହୂର୍ତ୍ତରେ ,ନୟାଗଡ଼ ଜିଲ୍ଲା ସରକାରୀ ଡାକ୍ତରଖାନା , ଭୁବନେଶ୍ୱର କ୍ୟାପିଟାଲ ହସପିଟାଲ ଶେଷରେ ଭୁବନେଶ୍ୱର ବେସରକାରୀ ହସ୍ପିଟାଲରେ ବେକରେ ଅସ୍ତ୍ରୋପଚାର ଓ ମୁଣ୍ଡରେ ୭ ଟି ସିଲେଇ ପଡ଼ିଲା ।ଉପରୋକ୍ତ ଗୁରୁତର ଘଟଣାକୁ ନେଇ , ଫତେଗଡ ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତା ପରିବାର ।ପ୍ରକାଶ ଥାଉକି କଇଁଥ ପୋଖରୀ ଗାଁର ୫ଟି ପରିବାରକୁ ୩ ବର୍ଷହେଲା ସବର୍ଣ୍ଣମାନେ ବାସନ୍ଦ ରଖିଛନ୍ତି ।ଉପରୋକ୍ତ ଅଭିଯୋଗ ଫେଟେଗଡ ଥାନାରେ ୨୮୪/୨୦୨୫ରେ ମାମଲାରୁଜୁ ହେଲା ।ଉପରୋକ୍ତ ଗୁରୁତର ଅଭିଯୋଗ ପୋଲିସରେ ହୋଇଥିଲେ ମଧ୍ୟ ଫତେଗଡ ପୋଲିସ ସର୍ବୋପରି ଖଣ୍ଡପଡ଼ା ଏଡିପିଓ ଅଭିଯୋଗର ତଦନ୍ତ ଠିକ୍ ରୂପେ କରୁ ନାହାନ୍ତିକି ,ଦୁଷ୍କର୍ମ ଉଦ୍ୟମ କରୁଥିବା ଆସାମୀକୁ ଗିରଫ କରୁନାହାନ୍ତି ସର୍ବୋପରି ପୀଡ଼ିତାଙ୍କ ସ୍ୱାମିଙ୍କୁ ଗୁରୁତର ଭାବରେ ଆକ୍ରମଣ କରିଥିବା ଲୋକକୁ ମଧ୍ୟ ଗିରଫ କରୁନାହାନ୍ତି ବୋଲି ଅଭିଯୋଗ ହୋଇଛି । ତା ୨/୯/୨୫ ରେ ମିଲୁ ଡାଳୁଅ ନେତୃତ୍ୱରେ ବିପ୍ର ମଲ୍ଲିକଙ୍କ ଘରେ ପଶି ଭଙ୍ଗାରୁଜା , ଲକ୍ଷାଧିକ ଜିନିଷ ପତ୍ର ନଷ୍ଟ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମାମଲା ରୁଜୁ ହେଲାନାହିଁ ।ଏପରିକି ମାନବାଧିକାର କମିଶନ ପୀଡ଼ିତା ପରିବାରକୁ ସୁରକ୍ଷା ଦେବାର ନିର୍ଦ୍ଦେଶ ଥିଲେ ମଧ୍ୟ ଆଜ ସୁଦ୍ଧା କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କାରାଗଲା ନାହିଁ ।
ଉପରୋକ୍ତ ଗୁରୁତର ଘଟଣାର ନୟାଗଡ଼ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନକରିବାରୁ ଆଜି ୪ ଗୋଟି ଦାବି ନେଇ ଜାତୀୟ ଦଳିତ ଆଦିବାସୀ ମହାସଂଘ ନୟାଗଡ଼ ଜିଲ୍ଲା ଏସ ପି କାର୍ଯ୍ୟାଳୟ ଘେରାଉ କରି ଗେଟ୍ ସାମନାରେ ଧାରଣା ଦେଇଛି ।ମହାସଂଘର ୪ଟି ଦାବି ହେଲା ୧-ଫାଟେଗଡ ଥାନା କେସ ନମ୍ବର ୨୮୪/୨୦୨୫ ମାମଲାର ସମସ୍ତ ଅଭିଯୁକ୍ତଙ୍କୁ ଅବିଳମ୍ବେ ଗିରଫ କରାଯାଉ , ୨ – ଖଣ୍ଡପଡ଼ା ଏସ ଡି ପିଓ ଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ଗିରଫ କରାଯାଉ , ୩-ଫତେଗଡ ଥାନା କେସ ନମ୍ବର ୨୮୪/୨୦୨୫ ମାମଲାର ଚାର୍ଜସିଟ୍ ୩୦ ଦିନ ମଧ୍ୟରେ ଦାଖଲ ସହିତ ପୀଡ଼ିତା ପରିବାରକୁ ସୁରକ୍ଷା ଦିଆଯାଉ ,୪ – ଅନୁସୂଚିତ ଜାତି ବର୍ଗ ବିପ୍ର ମଲ୍ଲିକଙ୍କ ଘରେପଶି ଆକ୍ରମଣ କରିବା ଓ ଜିନିଷ ପତ୍ର ନଷ୍ଟ କରିବା ଏବଂ ଜାତିଗତ ଅତ୍ୟାଚାର ଘଟଣାରେ ମାମଲା ରୁଜୁ ସହିତ ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଉ ।ଏସ ପି ଅଫିସ ଘେରାଉ ପୂର୍ବରୁ ମହାସଂଘର ଏକ ଶୋଭା ଯାତ୍ରା ଷ୍ଟାଡିୟମ୍ ଦେଇ ଏସ୍ପିଙ୍କ କାର୍ଯ୍ୟାଳୟ ଗେଟ୍ ସାମନାରେ ଠାରେ ପହଞ୍ଚିଥିଲା ।ଆରକ୍ଷୀ ବାହିନୀ ଅଫିସକୁ କଡା ସୁରକ୍ଷା ଦେଉଥିବାରୁ ଗେଟ୍ ସାମନାରେ ପ୍ରତିବାଦ ସଭା କରିଥିଲେ ।ଏହି ଶୋଭାଯାତ୍ରା ଓ ପ୍ରତିବାଦ ସଭାରେ ଯୋଗ ଦେଇଥିଲେ ମହାସଂଘର ରାଜ୍ୟ ସଭାପତି ଲିଟୁ ଦାସ ,ନିହାର ସାମଲ, ଶେଖ୍ ଅବଦୁଲ୍ ୱାଲି ,ବିରେନ୍ଦ୍ର ନାୟକ , ଦଇତାରୀ ନାୟକ ,ଜଗନ୍ନାଥ ଭୋଇ , ମହିଳା ସମ୍ପାଦିକା ଟିକିନା ପରଦା , ବୈଠକ ମାଝୀ , ଛାତ୍ର ନେତା ଦୀପକ ସାମଲ , ଅଶୋକ ଭୋଇ , ପ୍ରକାଶ ଭୋଇ , ବିଜୟ ଭୋଇ , ବ୍ରଜ ଭୋଇ ଓ ଶତାଧିକ ବିକ୍ଷୋଭକାରୀ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।